ଓଡ଼ିଆ (Oriya): translationNotes Print

Updated ? hours ago # views See on WACS

୨ ଥେସଲନୀକୀୟ ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

୨ ଥେସଲନୀକୀୟ ପୁସ୍ତକର ରୂପରେଖ

  1. ଅଭିବାଦନ ଓ ଧନ୍ୟବାଦାର୍ପଣ (୧:୧-୩)

  2. ତାଡନା ସମୟରେ ଖ୍ରୀଷ୍ଟିୟାନମାନଙ୍କ ଦୁଃଖଭୋଗ -ସେମାନେ ଈଶ୍ବରଙ୍କ ରାଜ୍ୟ ଓ କ୍ଲେଶରୁ ମୁକ୍ତି ନିମନ୍ତେ ଈଶ୍ବରଙ୍କ ପ୍ରତିଜ୍ଞାର ଯୋଗ୍ୟ (୧:୪-୭) -ଯେଉଁମାନେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରିବେ, ଈଶ୍ବର ସେମାନଙ୍କ ବିଚାର କରିବେ (୧:୮-୧୨)

  3. ଖ୍ରୀଷ୍ଟଙ୍କର ଦ୍ବିତୀୟ ଆଗମନ ସମ୍ବନ୍ଧରେ କେତେକ ବିଶ୍ବାସୀମାନଙ୍କର ଭୁଲ୍ ଚିନ୍ତାଧାରା

  • ଖ୍ରୀଷ୍ଟଙ୍କର ଆଗମନ ଏପର୍ଯ୍ୟନ୍ତ ହୋଇନାହିଁ (୨:୧-୨)
  • ଖ୍ରୀଷ୍ଟଙ୍କର ଆଗମନ ପୂର୍ବରୁ ହେବାକୁ ଥିବା ଘଟଣାଗୁଡିକ ସମ୍ବନ୍ଧରେ ଶିକ୍ଷା (୨:୩-୧୨)
  1. ଈଶ୍ବର ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କୁ ଉଦ୍ଧାର କରିବେ ବୋଲି ପାଉଲଙ୍କର ଦୃଢ଼ ବିଶ୍ବାସ
  • “ଅଟଳ ରହିବା”କୁ ତାହାଙ୍କର ଆହ୍ବାନ (୨:୧୩-୧୫)
  • ତାହାଙ୍କର ପ୍ରାର୍ଥନା ଯେ ଈଶ୍ବର ସେମାନଙ୍କୁ ସାନ୍ତ୍ବନା ଦେବେ (୨:୧୬-୧୭)
  1. ପାଉଲ ନିବେଦନ କରୁଛନ୍ତି ଯେ ଥେସଲନୀକୀୟ ବିଶ୍ବାସୀମାନେ ତାହାଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ (୩:୧-୫)
  2. ଅଳସୁଆ ବିଶ୍ବାସୀମାନଙ୍କ ବିଷୟରେ ପାଉଲ ଆଜ୍ଞା ଦେଉଛନ୍ତି (୩:୬-୧୫)
  3. ସମାପ୍ତି (୩:୧୬-୧୭)

୨ ଥେସଲନୀକୀୟ ପୁସ୍ତକ କିଏ ଲେଖିଥିଲେ?

୨ ଥେସଲନୀକୀୟ ପୁସ୍ତକ ପାଉଲ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

କରିନ୍ଥରେ ଥିବା ସମୟରେ ପାଉଲ ଏହି ପତ୍ର ଲେଖିଥିଲେ I

୨ ଥେସଲନୀକୀୟ ପୁସ୍ତକ କେଉଁ ବିଷୟରେ ଲେଖାଯାଇଛି?

ପାଉଲ ଏହି ପତ୍ରଟି ଥେସଲନୀକୀରେ ରହିଥିବା ବିଶ୍ବାସୀମାନଙ୍କୁ ଲେଖିଥିଲେ I ସେ ବିଶ୍ବାସୀମାନଙ୍କୁ ଉତ୍ସାହିତ କଲେ, କାରଣ ସେମାନେ ତାଡନାର ସମ୍ମୁଖିନ ହେଉଥିଲେ I ସେ ସେମାନଙ୍କୁ କହୁଥିଲେ ଯେ ଈଶ୍ବରଙ୍କ ସନ୍ତୋଷଜନକ ଜୀବନ କାଟିବା ନିମନ୍ତେ ଲାଗିରୁହ I ଆଉ ସେ ସେମାନଙ୍କୁ ପୁନର୍ବାର ଖ୍ରୀଷ୍ଟଙ୍କର ଆଗମନ ବିଷୟରେ ଶିକ୍ଷା ଦେବାକୁ ଚାହୁଁଥିଲେ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ ଏହାକୁ “୨ ଥେସଲନୀକୀୟ” କିମ୍ବା “ଦ୍ବିତୀୟ ଥେସଲନୀକୀୟ” ବୋଲି କହିପାରନ୍ତି I ସେମାନେ ତା’ ପରିବର୍ତ୍ତେ “ଥେସଲନୀକୀୟ ମଣ୍ଡଳୀକୁ ପାଉଲଙ୍କର ଦ୍ବିତୀୟ ପତ୍ର” କିମ୍ବା “ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ପାଉଲଙ୍କର ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

ଯୀଶୁଙ୍କର “ଦ୍ବିତୀୟ ଆଗମନ” କଅଣ?

ପୃଥିବୀକୁ ଯୀଶୁଙ୍କର ଘଟଣାବହୁଳ ପୁନରାଗମନ ବିଷୟରେ ପାଉଲ ଏହି ପତ୍ରରେ ବହୁତ କିଛି ଲେଖିଛନ୍ତି I ଯେତେବେଳେ ଯୀଶୁ ଆସିବେ, ସେ ସମସ୍ତ ମାନବଜାତିର ବିଚାର କରିବେ I ସେ ମଧ୍ୟ ସୃଷ୍ଟି ଉପରେ ରାଜତ୍ବ କରିବେ, ଓ ସେହି ସମୟରେ ସର୍ବତ୍ର ଶାନ୍ତି ସ୍ଥାପିତ ହେବ I ପାଉଲ ମଧ୍ୟ ବୁଝାଇଛନ୍ତି ଯେ ଖ୍ରୀଷ୍ଟଙ୍କର ଆଗମନ ପୂର୍ବରୁ ଜଣେ “ଅଧର୍ମ ପୁରୁଷ” ଆସିବେ I ଏହି ପୁରୁଷ ଶୟତାନର ବାଧ୍ୟ ହୋଇ ଅନେକ ଲୋକଙ୍କୁ ଈଶ୍ବରଙ୍କ ବିରୋଧ କରିବାକୁ ପ୍ରବର୍ତ୍ତାଇବ I କିନ୍ତୁ ଯୀଶୁ ଆପଣା ଆଗମନ ସମୟରେ ଏହି ପୁରୁଷକୁ ବିନାଶ କରିବେ I

ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

“ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଇତ୍ୟାଦିକୁ ପାଉଲ କେଉଁ ଅର୍ଥରେ ପ୍ରକାଶ କରୁଛନ୍ତି?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଦୟାକରି ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I

୨ ଥେସଲନୀକୀୟ ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି?

ନିମ୍ନ ପଦଗୁଡିକ ବିଷୟରେ, ଆଧୁନିକ ସଂସ୍କରଣ ଗୁଡିକ ପ୍ରାଚୀନ ସଂସ୍କରଣ ଗୁଡିକଠାରୁ ଭିନ୍ନ ମତ ପୋଷଣ କରେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେମାନଙ୍କ ନିଜ ଭାଷାର ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I

  • ""ଆଉ ଅଧର୍ମ ପୁରୁଷ ପ୍ରକାଶିତ ହେବ” (୨:୩)I ULT, UST ଓ ଅଧିକାଂଶ ଆଧୁନିକ ସଂସ୍କରଣ ଏହି ପ୍ରକାରେ ଲେଖନ୍ତି I ପ୍ରାଚୀନ ସଂସ୍କରଣ ଗୁଡିକରେ “ଆଉ ପାପର ପୁରୁଷ ପ୍ରକାଶିତ ହେବ” ବୋଲି ଲେଖାଯାଇଛି I
  • ""କାରଣ ଈଶ୍ବର ... ତୁମ୍ଭମାନଙ୍କୁ ପ୍ରଥମଫଳସ୍ବରୂପେ ମନୋନୀତ କରିଅଛନ୍ତି” (୨:୧୩) ULT, UST ଓ ଅନ୍ୟ କେତେକ ସଂସ୍କରଣଗୁଡିକରେ ଏହି ପ୍ରକାରେ ଲେଖାଅଛି I ଅନ୍ୟ ସଂସ୍କରଣ ଗୁଡିକରେ, “କାରଣ ପରିତ୍ରାଣ ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ପ୍ରଥମେ ମନୋନୀତ କରିଅଛନ୍ତି I”

(ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-textvariants)

2 Thessalonians 1

୨ ଥେସଲନୀକୀୟ ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧-୨ ପଦ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ଜଗତର ନିକଟବର୍ତ୍ତୀ ପୂର୍ବାଞ୍ଚଳର ପତ୍ରଗୁଡିକରେ ଏହି ପ୍ରକାର ପରିଚୟ ଦେଖିବାକୁ ମିଳୁଥିଲା I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଦ୍ବନ୍ଦମୂଳକ ସତ୍ୟତା

ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ହେଉଛି ଏକ ସତ୍ୟ ଉକ୍ତି, ଯାହା କିଛି ଅସମ୍ଭବ ବିଷୟକୁ ବର୍ଣ୍ଣନା କଲା ଭଳି ଜଣାପଡ଼େ I ୪-୫ ପଦରେ ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ଦେଖିବାକୁ ମିଳେ: “ତୁମ୍ଭମାନଙ୍କ ସମସ୍ତ ତାଡନା ମଧ୍ୟରେ ତୁମ୍ଭମାନଙ୍କର ଧୈର୍ଯ୍ୟ ଓ ବିଶ୍ବାସ ବିଷୟରେ ଆମ୍ଭେମାନେ ଆଲୋଚନା କରୁଅଛୁ I ତୁମ୍ଭେମାନେ ସହ୍ୟ କରୁଥିବା କ୍ଲେଶ ସବୁ ବିଷୟରେ ଆମ୍ଭେମାନେ ଆଲୋଚନା କରୁଅଛୁ I ଏହା ଈଶ୍ବରଙ୍କ ଧର୍ମମୟ ନ୍ୟାୟ ବିଚାରର ଏକ ଲକ୍ଷଣ ଅଟେ I” ଲୋକମାନେ ସାଧାରଣତଃ ଭାବିବେ ନାହିଁ ଯେ ଈଶ୍ବରଙ୍କଠାରେ ବିଶ୍ବାସକରି ତାଡନା ପ୍ରାପ୍ତ ହେବା ଈଶ୍ବରଙ୍କ ଧର୍ମମୟ ନ୍ୟାୟ ବିଚାରର ଏକ ଲକ୍ଷଣ I କିନ୍ତୁ ୫-୧୦ ପଦରେ, ପାଉଲ ବୁଝାଉଛନ୍ତି ଯେ ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ କିପରି ପୁରସ୍କାର ଦେବେ ଓ ଯେଉଁମାନେ ସେମାନଙ୍କୁ କ୍ଲେଶ ଦେଉଛନ୍ତି, ସେ ସେମାନଙ୍କୁ ଦଣ୍ଡ ଦେବେ I (୨ ଥେସଲନୀକୀୟ ୧:୪-୫)

2 Thessalonians 1:1

General Information:

ପାଉଲ ଏହି ପତ୍ରର ଲେଖକ ଅଟନ୍ତି, କିନ୍ତୁ ସେ ଏହି ପତ୍ରର ପ୍ରେରକଭାବରେ ସିଲ୍ବାନ ଓ ତୀମଥିଙ୍କୁ ସାମିଲ କରୁଛନ୍ତି I ସେ ଥେସଲନୀକୀୟ ମଣ୍ଡଳୀକୁ ନମସ୍କାର କରି ଆରମ୍ଭ କରୁଛନ୍ତି I “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ନିର୍ଦ୍ଦିଷ୍ଟଭାବରେ ଉଲ୍ଲେଖ ନ ଥିଲେ, ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେମାନେ” ଶବ୍ଦ ବହୁବାଚକ ଅଟେ ଓ ଥେସଲନୀକୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-exclusivehttps://read.bibletranslationtools.org/u/WA-Catalog/*_tm/translate.html#figs-you)

Silvanus

ଏହା ଲାଟିନ୍ ଭାଷାରେ ଶୀଲାଙ୍କର ନାମ I ସେ ହେଉଛନ୍ତି, ସେହି ସମାନ ବ୍ୟକ୍ତି, ଯାହାଙ୍କୁ ପ୍ରେରିତ ପୁସ୍ତକରେ ପାଉଲଙ୍କର ସହଯାତ୍ରୀଭାବରେ ତାଲିକାଭୁକ୍ତ କରାଯାଇଛି I

2 Thessalonians 1:2

Grace to you

ପାଉଲ ଆପଣା ପତ୍ର ଗୁଡିକରେ ସାଧାରଣତଃ ଏହି ପ୍ରକାର ନମସ୍କାର ଜଣାଇଥାନ୍ତି I

2 Thessalonians 1:3

General Information:

ପାଉଲ ଥେସଲନୀକୀର ବିଶ୍ବାସୀମାନଙ୍କ ନିମନ୍ତେ ଧନ୍ୟବାଦ ଦେଉଛନ୍ତି I

We should always give thanks to God

ପାଉଲ “ବାରମ୍ବାର” କିମ୍ବା “ନିୟମିତ ଭାବରେ” ଅର୍ଥକୁ ବୁଝାଇବାପାଇଁ “ସର୍ବଦା” ଭଳି ଏକ ସାଧାରଣ ଅନୁମାନକୁ ବ୍ୟବହାର କରୁଛନ୍ତି I ବାକ୍ୟଟି ଥେସଲନୀକୀୟ ବିଶ୍ବାସୀମାନଙ୍କ ଜୀବନରେ ଈଶ୍ବର କରୁଥିବା କାର୍ଯ୍ୟର ମହାନତାକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବାରମ୍ବାର ଈଶ୍ବରଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-hyperbole)

brothers

ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-gendernotations)

This is appropriate

ଏହା କରିବା ନିମନ୍ତେ ଉପଯୁକ୍ତ ବିଷୟ କିମ୍ବା “ଏହା ଉତ୍ତମ”

the love each of you has for one another increases

ତୁମ୍ଭେମାନେ ପରସ୍ପରକୁ ପ୍ରକୃତରେ ପ୍ରେମ କରୁଅଛ

one another

ଏଠାରେ “ପରସ୍ପର”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

2 Thessalonians 1:4

we ourselves

ଏଠାରେ “ଆମ୍ଭେମାନେ ନିଜେ” ପାଉଲଙ୍କର ଦର୍ପକୁ ଗୁରୁତ୍ବ ଦେବାନିମନ୍ତେ ବ୍ୟବହାର କରାଯାଇଛି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-rpronouns)

2 Thessalonians 1:5

You will be considered worthy of the kingdom of God

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଆପଣା ରାଜ୍ୟର ଅଂଶୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ ବିବେଚନା କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Thessalonians 1:6

Connecting Statement:

ପାଉଲ ଲେଖୁଥିବା ସମୟରେ ଈଶ୍ବର ଧର୍ମମୟ ହୋଇଥିବା ବିଷୟରେ କହୁଛନ୍ତି

it is righteous for God

ଈଶ୍ବର ଯଥାର୍ଥ ଅଟନ୍ତି କିମ୍ବା “ଈଶ୍ବର ଧାର୍ମିକ ଅଟନ୍ତି”

for God to return affliction to those who afflict you

ଏଠାରେ “ପ୍ରତିଫଳ ଦେବାକୁ” ଗୋଟିଏ ରୂପକ ଯାହାର ଅର୍ଥ ହେଉଛି ଜଣକୁ ସେହି ସମାନ ବିଷୟ ଅନୁଭବ କରାଇବା, ଯାହା ସେ ଅନ୍ୟ କାହା ପ୍ରତି କରିଅଛି I ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ କ୍ଲେଶ ଦେଇଛନ୍ତି, ଈଶ୍ବର ସେମାନଙ୍କୁ କ୍ଲେଶ ଦେବାକୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Thessalonians 1:7

and relief to you

ଏହି ପଦଗୁଡିକ ଈଶ୍ବର ଲୋକମାନଙ୍କୁ ଯାହା ଯଥାର୍ଥ, ତାହାର “ପ୍ରତିଫଳ ଦେବା” ବିଷୟ ବର୍ଣ୍ଣନା କରୁଛି (୬ ପଦ) I ଏହା ଗୋଟିଏ ରୂପକ ଯାହାର ଅର୍ଥ ହେଉଛି ଜଣକୁ ସେହି ସମାନ ବିଷୟ ଅନୁଭବ କରାଇବା, ଯାହା ସେ ଅନ୍ୟ କାହା ପ୍ରତି କରିଅଛି I ବିକଳ୍ପ ଅନୁବାଦ: “ଆଉ ତୁମ୍ଭମାନଙ୍କୁ ବିଶ୍ରାମ ଦେବାକୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

relief to you

ତୁମେ ଏହାକୁ ସ୍ପଷ୍ଟ କରିପାରିବ ଯେ ଈଶ୍ବର ହିଁ ବିଶ୍ରାମ ଦାତା ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ବିଶ୍ରାମ ଦେବାକୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-ellipsis)

the angels of his power

ତାହାଙ୍କର ଶକ୍ତିମାନ୍ ଦୂତମାନେ

2 Thessalonians 1:8

In flaming fire he will take vengeance on those who do not know God and on those who

ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ସେ ସେମାନଙ୍କୁ ପ୍ରଜ୍ବଳିତ ଅଗ୍ନି ସହ ଦଣ୍ଡ ଦେବେ ଓ ଆଉ ଯେଉଁମାନେ କିମ୍ବା “ତା’ପରେ ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ସେ ସେମାନଙ୍କୁ ପ୍ରଜ୍ବଳିତ ଅଗ୍ନି ସହ ଦଣ୍ଡ ଦେବେ ଓ ଆଉ ଯେଉଁମାନେ”

2 Thessalonians 1:9

They will be punished

ଏଠାରେ “ସେମାନେ” ଶବ୍ଦଟି ଯେଉଁମାନେ ସୁସମାଚାରର ବାଧ୍ୟ ନୁହନ୍ତି, ସେମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କୁ ଦଣ୍ଡ ଦେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Thessalonians 1:10

when he comes on that day

ଏଠାରେ “ସେହି ଦିନ” ଶବ୍ଦଟି ଯୀଶୁଙ୍କର ଜଗତକୁ ଆଗମନ କରିବାର ଦିନକୁ ବୁଝାଏ I

to be glorified by his people and to be marveled at by all those who believed

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ତାହାଙ୍କର ଲୋକମାନେ ତାହାଙ୍କର ଗୌରବ କରିବେ ଓ ବିଶ୍ବାସ କରିଥବା ଲୋକମାନେ ତାହାଙ୍କର ମହାନତା ସମ୍ମୁଖରେ ଆଶ୍ଚର୍ଯ୍ୟାନ୍ବିତ ହୋଇ ଠିଆ ହେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Thessalonians 1:11

we also pray continually for you

ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ସେ ସେମାନଙ୍କ ନିମନ୍ତେ କିପରି ବାରମ୍ବାର ପ୍ରାର୍ଥନା କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ” କିମ୍ବା “ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା ଜାରିରଖିଅଛୁ”

calling

ଏଠାରେ “ଆହ୍ବାନ” ଶବ୍ଦଟି ତାହାଙ୍କର ସନ୍ତାନ ଓ ସେବକ ହେବାକୁ ଏବଂ ଯୀଶୁଙ୍କ ଦ୍ବାରା ମିଳୁଥିବା ପରିତ୍ରାଣର ସମ୍ବାଦ ଘୋଷଣା କରିବାକୁ ଈଶ୍ବର ଲୋକମାନଙ୍କୁ ନିଯୁକ୍ତ କରିବା ବା ମନୋନୀତ କରିବା ବିଷୟକୁ ବୁଝାଏ I

fulfill every desire of goodness

ତୁମ୍ଭେମାନେ ଚାହୁଁଥିବା ପ୍ରତ୍ୟେକ ବିଷୟରେ ସତ୍କର୍ମ କରିବାକୁ ତୁମ୍ଭମାନଙ୍କୁ ସକ୍ଷମ କରିବେ

2 Thessalonians 1:12

that the name of our Lord Jesus may be glorified by you

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ଗୌରବ କରିପାରିବ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

you will be glorified by him

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ତୁମ୍ଭମାନଙ୍କ ଗୌରବ କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

because of the grace of our God

ଈଶ୍ବରଙ୍କ ଅନୁଗ୍ରହ ସକାଶୁ

2 Thessalonians 2

୨ ଥେସଲନୀକୀୟ ୦୨ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

“ତାହାଙ୍କ ସହିତ ରହିବାପାଇଁ ଏକତ୍ରିତ ହେବା”

ଏହି ଅନୁଚ୍ଛେଦଟି ସେହି ସମୟକୁ ବୁଝାଏ, ଯେଉଁ ସମୟରେ ଯୀଶୁ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଆପଣା ନିକଟକୁ ଆହ୍ବାନ କରନ୍ତି I ପଣ୍ଡିତମାନେ ଏ ବିଷୟରେ ଭିନ୍ନଭିନ୍ନ ମତ ଦିଅନ୍ତି ଯେ ଏହା ଖ୍ରୀଷ୍ଟଙ୍କର ଚୁଡାନ୍ତ ଗୌରବମୟ ପୁନରାଗମନ ନା ନାହିଁ I (ଦେଖ: https://read.bibletranslationtools.org/u/WA-Catalog/*_tw/kt.html#believe)

ଅଧର୍ମ ପୁରୁଷ

ଏହି ଅଧ୍ୟାୟର “ବିନାଶର ସନ୍ତାନ” ଓ “ଅଧର୍ମ ବ୍ୟକ୍ତି” ସହିତ ଏହା ସମାନ I ପାଉଲ ତାହାଙ୍କୁ ଜଗତରେ ସକ୍ରିୟଭାବରେ କାର୍ଯ୍ୟ କରୁଥିବା ଶୟତାନ ସହିତ ସମ୍ପୃକ୍ତ କରୁଛନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tw/kt.html#antichrist)

ଈଶ୍ବରଙ୍କ ମନ୍ଦିରରେ ବସେ

ପାଉଲ ହୁଏତ ଏହି ପତ୍ର ଲେଖିବାର ଅନେକ ବର୍ଷ ପରେ ରୋମୀୟମାନେ ଧ୍ବଂସ କରିଥିବା ଯିରୂଶାଲମ ମନ୍ଦିର ବିଷୟରେ ଉଲ୍ଲେଖ କରୁଥିବେ I କିମ୍ବା ସେ ହୁଏତ ଗୋଟିଏ ଭବିଷ୍ୟତର ପାର୍ଥିବ ମନ୍ଦିରକୁ କିଅବା ଈଶ୍ବରଙ୍କ ଆତ୍ମିକ ମନ୍ଦିର ଭାବରେ ମଣ୍ଡଳୀକୁ ବୁଝାଉଥିବେ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

2 Thessalonians 2:1

General Information:

ଯୀଶୁଙ୍କ ପୁନରାଗମନର ଦିନ ସମ୍ବନ୍ଧରେ ପ୍ରବଞ୍ଜିତ ନ ହେବାପାଇଁ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହିତ କରୁଛନ୍ତି I

Now

“ବର୍ତ୍ତମାନ” ଶବ୍ଦଟି ପାଉଲଙ୍କ ଶିକ୍ଷାରେ ଗୋଟିଏ ପ୍ରସଙ୍ଗର ପରିବର୍ତ୍ତନକୁ ଚିହ୍ନଟ କରୁଛି I

brothers

ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-gendernotations)

2 Thessalonians 2:2

that you not be easily disturbed or troubled

ତୁମ୍ଭେମାନେ ସହଜରେ ଆପଣା ଆପଣାକୁ ବିଚଳିତ ହେବାକୁ ଦିଅ ନାହିଁ

by a message, or by a letter that seems to be coming from us

କଥିତ ବାକ୍ୟ ଦ୍ବାରା ହେଉ କି ଲିଖିତ ପତ୍ର ଦ୍ବାରା ହେଉ, ଯାହା ଆମ୍ଭମାନଙ୍କଠାରୁ ଆସିଥିବା ପରି ମନେ ହୋଇପାରେ

to the effect that

ଏହା କହି ଯେ

the day of the Lord

ଏହା ଯୀଶୁ ପୃଥିବୀକୁ ସମସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ପୁନରାଗମନ କରିବା ସମୟକୁ ବୁଝାଏ I

2 Thessalonians 2:3

General Information:

ପାଉଲ ଅଧର୍ମ ପୁରୁଷ ବିଷୟରେ ଶିକ୍ଷା ଦେଉଛନ୍ତି I

it will not come

ପ୍ରଭୁଙ୍କ ଦିନ ଆସିବ ନାହିଁ

the falling away

ଏହା ଭବିଷ୍ୟତର ଗୋଟିଏ ସମୟକୁ ବୁଝାଏ ଯେତେବେଳେ ଲୋକମାନେ ଈଶ୍ବରଙ୍କ ନିକଟରୁ ବିମୁଖ ହେବେ I

the man of lawlessness is revealed

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଅଧର୍ମ ପୁରୁଷକୁ ପ୍ରକାଶ କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

the son of destruction

ପାଉଲ ବିନାଶକୁ ଜଣେ ବ୍ୟକ୍ତିଭାବରେ କହୁଛନ୍ତି, ଯେ କି ଜଣେ ପୁତ୍ରକୁ ଜାତ କଲା, ଆଉ ଯାହାର ଲକ୍ଷ୍ୟ ହେଉଛି ସବୁ ବିଷୟକୁ ବିନାଶ କରିବା I ବିକଳ୍ପ ଅନୁବାଦ; “ସେ ସେହି ଯିଏକି ଯାହା ପାରିବ, ତାହା ବିନାଶ କରିବ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Thessalonians 2:4

all that is called God or that is worshiped

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସବୁ ବିଷୟକୁ ଲୋକମାନେ ଈଶ୍ବର ବୋଲି ବିବେଚନା କରନ୍ତି କିମ୍ବା ଯେଉଁ ସବୁ ବିଷୟକୁ ଲୋକମାନେ ଉପାସନା କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

exhibits himself as God

ଆପଣାକୁ ଈଶ୍ବର ବୋଲି ଦେଖାଏ

2 Thessalonians 2:5

Do you not remember ... these things?

ସେ ସେମାନଙ୍କ ସହିତ ପୂର୍ବରୁ ଥିବା ସମୟରେ ସେମାନଙ୍କୁ ଦେଇଥିବା ଆପଣାର ଶିକ୍ଷା ବିଷୟ ସ୍ମରଣ କରାଇବାକୁ ପାଉଲ ଗୋଟିଏ ଭାବପ୍ରକାଶକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ନିଶ୍ଚିତ ଯେ ...ତୁମ୍ଭେମାନେ ଏହି ସମସ୍ତ ବିଷୟ ସ୍ମରଣରେ ରଖିଅଛ I” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-rquestion)

these things

ଏହା ଯୀଶୁଙ୍କର ପୁନରାଗମନ, ଅର୍ଥାତ୍ ପ୍ରଭୁଙ୍କର ଦିନ ଓ ଅଧର୍ମ ପୁରୁଷକୁ ବୁଝାଏ I

2 Thessalonians 2:6

he will be revealed only at the right time

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଥାର୍ଥ ସମୟ ଉପସ୍ଥିତ ହେଲେ ଈଶ୍ବର ଅଧର୍ମ ପୁରୁଷକୁ ପ୍ରକାଶ କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Thessalonians 2:7

mystery of lawlessness

ଏହା ଏକ ଶାଶ୍ବତ ଗୁପ୍ତ ବିଷୟ, ଯାହା କେବଳ ଈଶ୍ବର ହିଁ ଜାଣନ୍ତି I

who restrains him

ଜଣକୁ ବାଧା ଦେବାର ଅର୍ଥ ତାହାକୁ ଅଟକାଇବା ବା ସେ କରିବାକୁ ଚାହୁଁଥିବା ବିଷୟରୁ ତାହାକୁ ପଛକୁ ଟାଣି ଆଣିବା I

2 Thessalonians 2:8

Then the lawless one will be revealed

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତତ୍ପରେ ଈଶ୍ବର ଅଧର୍ମ ପୁରୁଷକୁ ଆପଣାକୁ ଦେଖାଇବାକୁ ସୁଯୋଗ ଦେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

with the breath of his mouth

ଏଠାରେ “ନିଶ୍ବାସ” ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା କଥିତ ବାକ୍ୟର ଶକ୍ତି ଦ୍ବାରା” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

bring him to nothing by the revelation of his coming

ଯେତେବେଳେ ଈଶ୍ବର ପୃଥିବୀକୁ ପୁନରାଗମନ କରି ଆପଣାକୁ ପ୍ରକାଶ କରିବେ, ସେ ଅଧର୍ମ ପୁରୁଷକୁ ପରାସ୍ତ କରିବେ I

2 Thessalonians 2:9

with all power, signs, and false wonders

ସମସ୍ତ ପ୍ରକାର ଶକ୍ତି, ଚିହ୍ନ ଓ ମିଥ୍ୟା ଅଦ୍ଭୁତ କର୍ମ ଦ୍ବାରା

2 Thessalonians 2:10

with all deceit of unrighteousness

ଈଶ୍ବରଙ୍କ ପରିବର୍ତ୍ତେ ତାହାଠାରେ ବିଶ୍ବାସ କରିବା ନିମନ୍ତେ ଲୋକମାନଙ୍କୁ ଭୁଲାଇବାକୁ ଏହି ପୁରୁଷ ସମସ୍ତ ପ୍ରକାର ମନ୍ଦ ଉପାୟ ବ୍ୟବହାର କରିବ I

These things will be for those who are perishing

ଶୟତାନ ଦ୍ବାରା ଶକ୍ତି ପ୍ରାପ୍ତ ଏହି ପୁରୁଷ ଜଣକ ଯୀଶୁଙ୍କଠାରେ ବିଶ୍ବାସ କରି ନ ଥିବା ସମସ୍ତଙ୍କୁ ଭୁଲାଇବ I

who are perishing

ଏଠାରେ “ବିନାଶ”ର ଅର୍ଥ ହେଉଛି ଚିରସ୍ଥାୟୀ ବା ଅନନ୍ତ କାଳ ନିମନ୍ତେ ବିନଷ୍ଟ ହେବାର ଚିନ୍ତାଧାରା I

2 Thessalonians 2:11

For this reason

କାରଣ ଲୋକମାନେ ସତ୍ୟକୁ ପ୍ରେମ କରୁନାହାନ୍ତି

God is sending them a work of error so that they would believe a lie

ଈଶ୍ବର ଲୋକମାନଙ୍କ ପ୍ରତି କିଛି ଘଟିବା ନିମନ୍ତେ ଅନୁମତି ଦେବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେ ସେମାନଙ୍କ ନିକଟକୁ କିଛି ଜିନିଷ ପଠାଉଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ଅଧର୍ମ ପୁରୁଷକୁ ଲୋକମାନଙ୍କୁ ଭୁଲାଇବା ନିମନ୍ତେ ଅନୁମତି ଦେଉଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Thessalonians 2:12

they will all be judged

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେ ସମସ୍ତଙ୍କର ବିଚାର କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

those who did not believe the truth but instead took pleasure in unrighteousness

ଯେଉଁମାନେ ଅଧର୍ମରେ ଆନନ୍ଦ କରିଥିଲେ, କାରଣ ସେମାନେ ସତ୍ୟକୁ ବିଶ୍ବାସ କଲେ ନାହିଁ

2 Thessalonians 2:13

General Information:

ପାଉଲ ବିଶ୍ବାସୀମାନଙ୍କ ନିମନ୍ତେ ଈଶ୍ବରଙ୍କୁ ଧନ୍ୟବାଦ ଦେଇ ସେମାନଙ୍କୁ ଉତ୍ସାହିତ କରୁଛନ୍ତି I

Connecting Statement:

ପାଉଲ ବର୍ତ୍ତମାନ ପ୍ରସଙ୍ଗ ପରିବର୍ତ୍ତନ କରୁଛନ୍ତି I

But

ପ୍ରସଙ୍ଗରେ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I

we should always give thanks

“ସବୁବେଳେ” ଶବ୍ଦଟି ଗୋଟିଏ ସାଧାରଣ ଅନୁମାନ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିରନ୍ତର ଧନ୍ୟବାଦ ଦେବା ଉଚିତ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-hyperbole)

we should

ଏଠାରେ “ଆମ୍ଭେମାନେ” ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I

brothers loved by the Lord

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ହେ ଭାଇମାନେ, ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

brothers

ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-gendernotations)

as the firstfruits for salvation in sanctification of the Spirit and belief in the truth

ପ୍ରଥମେ ପରିତ୍ରାଣ ପ୍ରାପ୍ତ ହୋଇଥିବା ଲୋକମାନଙ୍କ ମଧ୍ୟରେ ରହିବା ବିଷୟରେ କୁହାଯାଏ ଯେ ସତେ ଯେପରି ଥେସଲନୀକୀୟ ବିଶ୍ବାସୀମାନେ “ପ୍ରଥମ ଫଳ” ଅଟନ୍ତି I “ପରିତ୍ରାଣ,” “ପବିତ୍ରୀକରଣ,” “ବିଶ୍ବାସ” ଓ “ସତ୍ୟ”, ଏହି ଗୁଣବାଚକ ବିଶେଷ୍ୟଗୁଡ଼ିକୁ ଲୋପ କରିଦେବାପାଇଁ ମଧ୍ୟ ଏହାକୁ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ପ୍ରଥମ ଲୋକମାନଙ୍କ ମଧ୍ୟରେ ରହିବାକୁ ଯେଉଁମାନେ ଯାହା ସତ୍ୟ, ତାହା ବିଶ୍ବାସକରନ୍ତି ଓ ଯେଉଁମାନଙ୍କୁ ଈଶ୍ବର ପରିତ୍ରାଣକରି ଆପଣା ଆତ୍ମାଙ୍କ ଦ୍ବାରା ନିଜ ନିମନ୍ତେ ପୃଥକ୍ କରିଅଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)

2 Thessalonians 2:15

So then, brothers, stand firm

ଯୀଶୁଙ୍କଠାରେ ସେମାନଙ୍କର ବିଶ୍ବାସକୁ ଦୃଢ଼ଭାବେ ଧରି ରଖିବାକୁ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I

hold tightly to the traditions

ଏଠାରେ “ଯେଉଁ ଶିକ୍ଷା” ଖ୍ରୀଷ୍ଟଙ୍କର ସତ୍ୟତାକୁ ବୁଝାଏ, ଯାହା ପାଉଲ ଓ ଅନ୍ୟ ପ୍ରେରିତମାନେ ଶିକ୍ଷା ଦେଇଥିଲେ I ପାଉଲ ସେସବୁ ବିଷୟରେ କହନ୍ତି ଯେ ସତେ ଯେପରି ତାହାଙ୍କର ପାଠକମାନେ ସେଗୁଡିକୁ ସେମାନଙ୍କ ହସ୍ତରେ ଧରି ରଖିପାରିବେ I ବିକଳ୍ପ ଅନୁବାଦ: “ସେହି ଶିକ୍ଷାଗୁଡିକ ସ୍ମରଣ କର” କିମ୍ବା “ସତ୍ୟରେ ବିଶ୍ବାସ କର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

you were taught

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

whether by word or by our letter

ଏଠାରେ ବାକ୍ୟ ଦ୍ବାରା ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ “ପରାମର୍ଶ” ଦ୍ବାରା କିମ୍ବା “ଶିକ୍ଷା” ଦ୍ବାରା I ଏହି ଅର୍ଥବୋଧକ ସୂଚନାକୁ ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: ‘ଆମ୍ଭେମାନେ ଉପସ୍ଥିତ ଥାଇ ତୁମ୍ଭମାନଙ୍କୁ ଶିକ୍ଷା ଦେବା ଦ୍ବାରା ହେଉ ବା ଆମ୍ଭେମାନେ ତୁମ୍ଭମାନଙ୍କୁ ଏକ ପତ୍ରରେ ଯାହା ଲେଖିଛୁ ତାହା ଦ୍ବାରା ହେଉ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicithttps://read.bibletranslationtools.org/u/WA-Catalog/*_tm/translate.html#figs-synecdoche)

2 Thessalonians 2:16

Connecting Statement:

ପାଉଲ ଈଶ୍ବରଙ୍କଠାରୁ ଗୋଟିଏ ଆଶୀର୍ବାଦ ସହ ଶେଷ କରୁଛନ୍ତି I

Now

ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I

may our Lord ... who loved us and gave us

“ଆମ୍ଭମାନଙ୍କ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ସମସ୍ତ ବିଶ୍ବାସୀଙ୍କୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-inclusive)

Lord Jesus Christ himself

ଏଠାରେ “ନିଜେ” ଶବ୍ଦଟି “ପ୍ରଭୁ ଯୀଶୁ ଖ୍ରୀଷ୍ଟ” ବାକ୍ୟାଂଶଟିକୁ ଅତିରିକ୍ତ ଗୁରୁତ୍ବ ଦେଉଛି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-rpronouns)

2 Thessalonians 2:17

comfort and establish your hearts in

ଏଠାରେ “ହୃଦୟ” ଆବେଗର ସ୍ଥାନକୁ ବୁଝାଏ I ବିକଳ୍ପ ଅନୁବାଦ; ‘ସାନ୍ତ୍ବନା ଦେଇ ସୁସ୍ଥିର କରନ୍ତୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

every good work and word

ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ କର୍ମ ଓ ବାକ୍ୟରେ

2 Thessalonians 3

୨ ଥେସଲନୀକୀୟ ୦୩ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଅଳସୁଆ ଓ ଅକାମୀ ଲୋକମାନେ

ଥେସଲନୀକୀ ମଣ୍ଡଳୀରେ ସ୍ପଷ୍ଟଭାବରେ ଗୋଟିଏ ସମସ୍ୟା ଥିଲା ଯେ ସେଠାରେ କାମ କରିପାରିବା ଲୋକ ଥିଲେ, କିନ୍ତୁ କାମ କରିବାକୁ ଚାହୁଁ ନ ଥିଲେ I (See: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

ତୁମ୍ଭର ଭାଇ ପାପ କଲେ, ତୁମ୍ଭେ କଅଣ କରିବ?

ଏହି ଅଧ୍ୟାୟରେ, ପାଉଲ ଶିକ୍ଷା ଦେଉଛନ୍ତି ଯେ ଖ୍ରୀଷ୍ଟିୟାନମାନେ ଏପରି ଜୀବନ କାଟିବା ଆବଶ୍ୟକ ଯାହା ଈଶ୍ବରଙ୍କୁ ଗୌରବ ଆଣିଦେବ I ଖ୍ରୀଷ୍ଟିୟାନମାନେ ମଧ୍ୟ ପରସ୍ପରକୁ ଉତ୍ସାହ ଦେଇ ସେମାନଙ୍କର କାର୍ଯ୍ୟ ପ୍ରତି ପରସ୍ପର ଉତ୍ତରଦାୟୀ ରହିବା ଉଚିତ I ମଣ୍ଡଳୀ ମଧ୍ୟ ବିଶ୍ବାସୀମାନେ ପାପ କଲେ, ମନପରିବର୍ତ୍ତନ କରିବାକୁ ଉତ୍ସାହ ଦେବାନିମନ୍ତେ ଦାୟୀ ଅଟେ I (ଦେଖ: https://read.bibletranslationtools.org/u/WA-Catalog/*_tw/kt.html#repenthttps://read.bibletranslationtools.org/u/WA-Catalog/*_tw/kt.html#sin)

2 Thessalonians 3:1

General Information:

ପାଉଲ ତାହାଙ୍କ ନିମନ୍ତେ ଓ ତାହାଙ୍କର ସଙ୍ଗୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ବିଶ୍ବାସୀମାନଙ୍କୁ ଅନୁରୋଧ କରୁଛନ୍ତି I

Now

ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ “ଅବଶେଷରେ” ଶବ୍ଦକୁ ବ୍ୟବହାର କରୁଛନ୍ତି I

brothers

ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-gendernotations)

that the word of the Lord may rush and be glorified, as it also is with you

ଈଶ୍ବରଙ୍କ ବାକ୍ୟ ବ୍ୟାପିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଦୌଡୁଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ପ୍ରକାରେ ତୁମ୍ଭମାନଙ୍କ ପ୍ରତି ଘଟିଥିଲା ସେହି ପ୍ରକାରେ ଯେପରି ଅଧିକରୁ ଅଧିକ ଲୋକମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟରେ ଆମ୍ଭମାନଙ୍କର ସମ୍ବାଦ ଶୀଘ୍ର ଶୁଣିବେ ଓ ଏହାର ଗୌରବ କରିବେ,” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Thessalonians 3:2

that we may be delivered

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ଆମ୍ଭମାନଙ୍କୁ ଉଦ୍ଧାର କରିବେ” କିମ୍ବା “ଯେପରି ଈଶ୍ବର ଆମ୍ଭମାନଙ୍କୁ ରକ୍ଷା କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

for not all have faith

କାରଣ ଅନେକ ଲୋକ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ନାହିଁ

2 Thessalonians 3:3

who will establish you

ଯେ ତୁମ୍ଭମାନଙ୍କୁ ବଳବାନ୍ କରିବେ

the evil one

ଶୟତାନ

2 Thessalonians 3:4

We have confidence

ଆମ୍ଭମାନଙ୍କର ବିଶ୍ବାସ ଅଛି କିମ୍ବା “ଆମ୍ଭେମାନେ ଭରସା କରୁଅଛୁ”

2 Thessalonians 3:5

direct your hearts

ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଭାବନା ବା ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବୁଝିବାକୁ ଦେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

to the love of God and to the endurance of Christ

ପାଉଲ ଈଶ୍ବରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହନଶୀଳତା ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ ରାସ୍ତାରେ ଥିବା ଲକ୍ଷ୍ୟ ସ୍ଥଳସବୁ ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ କେତେ ପ୍ରେମ କରନ୍ତି ଓ ଖ୍ରୀଷ୍ଟ ତୁମ୍ଭମାନଙ୍କପାଇଁ କେତେ ସହ୍ୟ କଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Thessalonians 3:6

General Information:

ପାଉଲ ବିଶ୍ବାସୀମାନଙ୍କୁ କାର୍ଯ୍ୟ କରିବା ଓ ଅଳସୁଆ ନ ହେବା ବିଷୟରେ ଶେଷ ପରାମର୍ଶ ଦେଉଛନ୍ତି I

Now

ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦକୁ ବ୍ୟବହାର କରୁଛନ୍ତି I

brothers

ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-gendernotations)

in the name of our Lord Jesus Christ

ଏଠାରେ ନାମ ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିର ନିଦର୍ଶନ ସ୍ବରୂପ ଅଟେ I ବିକଳ୍ପ ଅନୁବାଦ: “ସତେ ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଅଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

our Lord

ଏଠାରେ “ଆମ୍ଭମାନଙ୍କ” ସମସ୍ତ ବିଶ୍ବାସୀଙ୍କୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-inclusive)

2 Thessalonians 3:7

to imitate us

ମୋହର ସହକର୍ମୀମାନେ ଓ ମୁଁ ଯେପରି ଆଚରଣ କରିଥିଲୁ, ସେପରି ଆଚରଣ କରିବାକୁ

We did not live among you as those who had no discipline

ସକରାତ୍ମକ ବିଷୟଟିକୁ ଗୁରୁତ୍ବ ଦେବାପାଇଁ ପାଉଲ ଗୋଟିଏ ଯୁଗ୍ମ ନକରାତ୍ମକ ବିଷୟ ବ୍ୟବହାର କରୁଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅଧିକ ଶୃଂଖଳା ଥିବା ଲୋକ ସଦୃଶ ତୁମ୍ଭମାନଙ୍କ ମଧ୍ୟରେ ବାସ କଲୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-doublenegatives)

2 Thessalonians 3:8

we worked night and day

ଆମ୍ଭେମାନେ ରାତି ଦିନ କାର୍ଯ୍ୟ କଲୁ I ଏଠାରେ “ରାତି” ଓ “ଦିନ” ଗୋଟିଏ ଯୁଗ୍ମ ଶବ୍ଦ ଯାହା “ସବୁ ସମୟ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସବୁ ସମୟରେ କାର୍ଯ୍ୟ କଲୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-merism)

in difficult labor and hardship

ପାଉଲ ତାହାଙ୍କର ପରିସ୍ଥିତି ଯେ କେତେ କଠିନ ଥିଲା, ସେ ବିଷୟକୁ ଗୁରୁତ୍ବ ଦେଉଛନ୍ତି I କଠିନ କାର୍ଯ୍ୟ ସେହିପରି କାର୍ଯ୍ୟକୁ ସୂଚାଏ, ଯେଉଁଥିପାଇଁ ବହୁତ ଉଦ୍ୟମ ଆବଶ୍ୟକ I କଠିନ ପରିଶ୍ରମ ସୂଚାଉଛି ଯେ ସେମାନେ ଯନ୍ତ୍ରଣା ଓ ଦୁଃଖଭୋଗ ସହ୍ୟ କଲେ I ବିକଳ୍ପ ଅନୁବାଦ: “କଠିନ ପରିସ୍ଥିତି ମଧ୍ୟରେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-doublet)

2 Thessalonians 3:9

We did this not because we have no authority. Instead, we did

ସକରାତ୍ମକ ବିଷୟକୁ ଗୁରୁତ୍ବ ଦେବାପାଇଁ ପାଉଲ ଗୋଟିଏ ଯୁଗ୍ମ ନକରାତ୍ମକ ବିଷୟ ବ୍ୟବହାର କରୁଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କଠାରୁ ଖାଦ୍ୟ ଗ୍ରହଣ କରିବା ନିଶ୍ଚିତଭାବରେ ଆମ୍ଭମାନଙ୍କ ଅଧିକାର ଥିଲା, କିନ୍ତୁ ତା’ ପରିବର୍ତ୍ତେ ଆମ୍ଭମାନଙ୍କ ନିଜ ଖାଦ୍ୟପାଇଁ ଆମ୍ଭେମାନେ କାର୍ଯ୍ୟ କଲୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-doublenegatives)

2 Thessalonians 3:10

The one who is unwilling to work must not eat

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି କେହି ଖାଇବାକୁ ଇଚ୍ଛା କରେ, ସେ ନିଶ୍ଚୟ କାର୍ଯ୍ୟ କରିବା ଆବଶ୍ୟକ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-doublenegatives)

2 Thessalonians 3:11

some walk idly

ଏଠାରେ “ଆଚରଣ କରିବା” ଜୀବନର ବ୍ୟବହାରକୁ ବୁଝାଏ I ବିକଳ୍ପ ଅନୁବାଦ: “କେତେକ ଅକର୍ମଣ୍ୟ ଜୀବନ କାଟନ୍ତି” କିମ୍ବା “କେତେକ ଅଳସୁଆ ଅଟନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

but are instead meddlers

ଅନଧିକାର ଚର୍ଚ୍ଚାକାରୀମାନେ କେହି ନ ଚାହୁଁ ଥିଲେ ମଧ୍ୟ ଅନ୍ୟମାନଙ୍କ କାର୍ଯ୍ୟକଳାପରେ ହସ୍ତକ୍ଷେପ କରନ୍ତି I

2 Thessalonians 3:12

with quietness

ଧୀର, ଶାନ୍ତ ଓ ମୃଦୁଭାବରେ I ପାଉଲ ଅନଧିକାର ଚର୍ଚ୍ଚାକାରୀ ମାନଙ୍କୁ ଅନ୍ୟମାନଙ୍କ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବା ବନ୍ଦ କରିବାକୁ ପରାମର୍ଶ ପ୍ରଦାନ କରୁଛନ୍ତି I

2 Thessalonians 3:13

But

ଅଳସୁଆ ବିଶ୍ବାସୀମାନଙ୍କ ସହ କଠିନ ପରିଶ୍ରମୀ ବିଶ୍ବାସୀମାନଙ୍କୁ ତୁଳନା କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I

you, brothers

“ତୁମ୍ଭେମାନେ” ଶବ୍ଦଟି ସମସ୍ତ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-you)

brothers

ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-gendernotations)

2 Thessalonians 3:14

if anyone does not obey our word

ଯଦି କେହି ଆମ୍ଭମାନଙ୍କର କଥାକୁ ମାନେ ନାହିଁ

take note of him

ତାକୁ ଚିହ୍ନି ରଖ I ବିକଳ୍ପ ଅନୁବାଦ: “ସର୍ବସାଧାରଣରେ ସେହି ଲୋକକୁ ଚିହ୍ନଟ କର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-idiom)

so that he may be ashamed

ଏକ ଶୃଂଖଳାଗତ କାର୍ଯ୍ୟ ଭାବରେ ଅଳସୁଆ ବିଶ୍ବାସୀମାନଙ୍କୁ ଅଗ୍ରାହ୍ୟ କରିବାକୁ ପାଉଲ ବିଶ୍ବାସୀମାନଙ୍କୁ ଶିକ୍ଷା ଦେଉଛନ୍ତି I

2 Thessalonians 3:16

General Information:

ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଶେଷ ମନ୍ତବ୍ୟ ଦେଉଛନ୍ତି I

may the Lord of peace himself give you

ତୁମେ ସ୍ପଷ୍ଟ କରିପାରିବ ଯେ ଏହା ଥେସଲନୀକୀୟମାନଙ୍କ ନିମନ୍ତେ ପାଉଲଙ୍କର ପ୍ରାର୍ଥନା I ବିକଳ୍ପ ଅନୁବାଦ: “ମୁଁ ପ୍ରାର୍ଥନା କରୁଅଛି ଯେ ଶାନ୍ତିଦାତା ପ୍ରଭୁ ସ୍ବୟଂ ତୁମ୍ଭମାନଙ୍କୁ ଶାନ୍ତି ଦେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

the Lord of peace himself

ଏଠାରେ “ସ୍ବୟଂ” ଗୁରୁତ୍ବ ଦେଉଛି ଯେ ପ୍ରଭୁ ବ୍ୟକ୍ତିଗତଭାବରେ ବିଶ୍ବାସୀମାନଙ୍କୁ ଶାନ୍ତି ଦେବେ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-rpronouns)

2 Thessalonians 3:17

This is my greeting, Paul, with my own hand, which is the sign in every letter

ମୁଁ, ପାଉଲ, ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଛି; ପ୍ରତ୍ୟେକ ପତ୍ରରେ ମୁଁ ଏହା ଗୋଟିଏ ଚିହ୍ନସ୍ବରୂପ କରିଥାଏ ଯେ ଏହି ପତ୍ରଟି ପ୍ରକୃତରେ ମୋଠାରୁ ଅଟେ

This is how I write

ପାଉଲ ଏହା ସ୍ପଷ୍ଟ କରୁଛନ୍ତି ଯେ ଏହି ପତ୍ର ତାହାଙ୍କଠାରୁ ଅଟେ ଓ ଜାଲ୍ ନୁହେଁ I