ଓଡ଼ିଆ (Oriya): translationNotes Print

Updated ? hours ago # views See on WACS

ତୀତସ୍ ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

ତୀତସ୍ ପୁସ୍ତକର ରୂପରେଖ

  1. ପାଉଲ ତୀତସଙ୍କୁ ଈଶ୍ବର ପରାୟଣ ନେତାମାନଙ୍କୁ ନିଯୁକ୍ତ କରିବାକୁ ଉପଦେଶ ଦେଉଛନ୍ତି (୧:୧-୧୬)
  2. ଲୋକମାନଙ୍କୁ ଈଶ୍ବର ପରାୟଣ ଜୀବନ ଯାପନ କରିବା ନିମନ୍ତେ ତାଲିମ ଦେବାକୁ ପାଉଲ ତୀତସଙ୍କୁ ଉପଦେଶ ଦେଉଛନ୍ତି (୨:୧-୩:୧୧)
  3. ଆପଣାର କିଛି ଯୋଜନା ବିଷୟରେ କହି ଓ ବିଶ୍ବାସୀମାନଙ୍କୁ ନମସ୍କାର ଜଣାଇ ପାଉଲ ପତ୍ରଟି ସମାପ୍ତ କରୁଛନ୍ତି (୩:୧୨-୧୫)

ତୀତସ୍ ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ତୀତସ୍ ପୁସ୍ତକ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

ତୀତସ୍ ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ପାଉଲ ଆପଣା ସହକର୍ମୀ ତୀତସଙ୍କୁ ଏହା ଲେଖିଥିଲେ, ଯିଏ କି କ୍ରୀତୀ ଦ୍ବୀପର ମଣ୍ଡଳୀ ଗୁଡିକୁ ନେତୃତ୍ବ ପ୍ରଦାନ କରୁଥିଲେ I ପାଉଲ ତାହାଙ୍କୁ ମଣ୍ଡଳୀର ନେତାମାନଙ୍କୁ ବାଛିବା ବିଷୟରେ ଉପଦେଶ ଦେଇଥିଲେ I ପାଉଲ ମଧ୍ୟ ବର୍ଣ୍ଣନା କରିଥିଲେ ଯେ ବିଶ୍ବାସୀମାନେ କିପରି ପରସ୍ପର ସହିତ ବ୍ୟବହାର କରିବା ଉଚିତ I ଆଉ ସେ ସମସ୍ତଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ମାର୍ଗରେ ଜୀବନ ଯାପନ କରିବା ନିମନ୍ତେ ଉତ୍ସାହିତ କରିଥିଲେ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକକୁ ନେଇ ଏହାକୁ “ତୀତସ୍” ବୋଲି କହିପାରନ୍ତି I କିମ୍ବା ସେମାନେ “ତୀତସ୍ ଙ୍କ ନିକଟକୁ ପାଉଲଙ୍କର ପତ୍ର” କିଅବା “ତୀତସ୍ ଙ୍କ ନିକଟକୁ ଗୋଟିଏ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

ମଣ୍ଡଳୀରେ ଲୋକମାନେ କିପରି ଭୂମିକା ନେଇ ସେବା କରିପାରିବେ?

ଜଣେ ସ୍ତ୍ରୀ ଲୋକ ଅବା ଜଣେ ଛାଡପତ୍ର ପାଇଥିବା ଲୋକ ମଣ୍ଡଳୀର ନେତୃତ୍ବ ସ୍ଥାନରେ ଥାଇ ସେବା କରିପାରିବ କି ନାହିଁ, ସେ ବିଷୟରେ ତୀତସ୍ ପୁସ୍ତକରେ କିଛି ଶିକ୍ଷା ଅଛି I ପଣ୍ଡିତମାନେ ଏହି ଶିକ୍ଷାର ଅର୍ଥ ବିଷୟରେ ଏକମତ ନୁହନ୍ତି I ଏହି ପୁସ୍ତକ ଅନୁବାଦ କରିବା ପୂର୍ବରୁ ଏହି ବିଷୟଗୁଡିକ ଉପରେ ଅଧିକ କିଛି ଅଧ୍ୟୟନ କରିବା ଆବଶ୍ୟକ ହୋଇପାରେ I

ତୃତୀୟ ଭାଗ:ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

ଏକବଚନ ଓ ବହୁବଚନ “ତୁମ୍ଭେ”

ଏହି ପୁସ୍ତକରେ, “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ସବୁବେଳେ ଏକବଚନ ଥାଇ ତୀତସଙ୍କୁ ବୁଝାଏ I ଏହାର ବ୍ୟତିକ୍ରମଟି ହେଉଛି ୩:୧୫ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-exclusivehttps://read.bibletranslationtools.org/u/WA-Catalog/*_tm/translate.html#figs-you)

“ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବର”ର ଅର୍ଥ କଅଣ?

ଏହି ପତ୍ରରେ ଏହା ଗୋଟିଏ ସାଧାରଣ ବାକ୍ୟାଂଶ I ଈଶ୍ବର କିପରି ତାହାଙ୍କ ବିରୁଦ୍ଧରେ ପାପ କରିଥିବା ପାପୀମାନଙ୍କୁ ଖ୍ରୀଷ୍ଟଙ୍କଠାରେ କ୍ଷମା କଲେ, ତାହା ପାଠକମାନେ ଚିନ୍ତା କରନ୍ତୁ ବୋଲି ପାଉଲ ଏହା ଲେଖିଛନ୍ତି I ଆଉ ସେମାନଙ୍କୁ କ୍ଷମାକରିବା ଦ୍ବାରା ସମସ୍ତ ଲୋକଙ୍କ ବିଚାର କରିବା ସମୟରେ ଦଣ୍ଡ ପାଇବାରୁ ସେ ସେମାନଙ୍କୁ ଉଦ୍ଧାର କରିଛନ୍ତି I ଏହି ପତ୍ରରେ ଥିବା ସେହି ଏକାପରି ବାକ୍ୟାଂଶ ହେଉଛି, “ଆମ୍ଭମାନଙ୍କ ମହାନ୍ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ I”

Titus 1

ତୀତସ୍ ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପାଉଲ ୧-୪ ପଦରେ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାର ଭାବରେ ଆରମ୍ଭ କରୁଥିଲେ I

୬-୯ ପଦରେ, ପାଉଲ ମଣ୍ଡଳୀର ଜଣେ ପ୍ରାଚୀନ ହେବା ନିମନ୍ତେ କି କି ଗୁଣର ଆବଶ୍ୟକ, ତା’ର ଏକ ତାଲିକା ଦେଉଛନ୍ତି I (ଦେଖ: rc://*/ta/man/translate/figs-abstractnouns) ପାଉଲ ସେହିପରି ଏକ ତାଲିକା ୧ ତୀମଥି ୩ ଅଧ୍ୟାୟରେ ଦେଉଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ପ୍ରାଚୀନ

ମଣ୍ଡଳୀର ନେତାମାନଙ୍କ ନିମନ୍ତେ ମଣ୍ଡଳୀ ବିଭିନ୍ନ ଉପାଧି ବ୍ୟବହାର କରିଅଛି I କେତେକ ଉପାଧି ପ୍ରାଚୀନ, ସେବକ, ପାଳକ ଓ ଅଧ୍ୟକ୍ଷ ଭାବରେ ପରିଚିତ I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଉଚିତ, ହୋଇପାରେ, ନିଶ୍ଚୟ ହେବା ଆବଶ୍ୟକ

ULT ବିଭିନ୍ନ ଆବଶ୍ୟକତା ଓ ଦାୟିତ୍ବକୁ ବୁଝାଇବାପାଇଁ ବିଭିନ୍ନ ଶବ୍ଦ ବ୍ୟବହାର କରିଥାଏ I ଏହି କ୍ରିୟାଗୁଡିକର ତହିଁ ସହିତ ସମ୍ପୃକ୍ତ ବିଭିନ୍ନ ସ୍ତରର ଗୁରୁତ୍ବ ରହିଛି I ଏହି ପ୍ରକାର ସୁକ୍ଷ୍ମ ପାର୍ଥକ୍ୟକୁ ଅନୁବାଦ କରିବା କଷ୍ଟକର ହୋଇଥାଏ I UST ଏହି କ୍ରିୟାଗୁଡିକୁ ଅଧିକ ସାଧାରଣ ଭାବରେ ଅନୁବାଦ କରିଥାଏ I

Titus 1:1

for the faith of

ବିଶ୍ବାସକୁ ବଳବାନ୍ କରିବା ସକାଶେ

that agrees with godliness

ଯାହା ଈଶ୍ବରଙ୍କ ସମ୍ଭ୍ରମ ନିମନ୍ତେ ଯୋଗ୍ୟ

Titus 1:2

before all the ages of time

ସମୟର ଆରମ୍ଭ ପୂର୍ବରୁ

Titus 1:3

At the right time

ଯଥା ସମୟରେ

he revealed his word

ପାଉଲ ଈଶ୍ବରଙ୍କ ବାକ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଦୃଶ୍ୟଭାବରେ ଲୋକମାନଙ୍କୁ ଦେଖାଇ ଦିଆଯାଇପାରିବ I ବିକଳ୍ପ ଅନୁବାଦ: “ସେ ମୋତେ ତାହାଙ୍କର ସମ୍ବାଦ ବୁଝିବାକୁ ଦେଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

he trusted me to deliver

ସେ ମୋ’ଠାରେ ଭରସା କଲେ କିମ୍ବା “ସେ ମୋତେ ପ୍ରଚାର କରିବାକୁ ଦାୟିତ୍ବ ଦେଲେ”

God our Savior

ଆମ୍ଭମାନଙ୍କ ତ୍ରାଣକାର୍ତ୍ତା ଈଶ୍ବର

Titus 1:4

a true son

ଯଦିଓ ତୀତସ୍ ପାଉଲଙ୍କର ଜନ୍ମଗତ ପୁତ୍ର ନ ଥଲେ, ତଥାପି ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିଲେ I ତେଣୁ, ଖ୍ରୀଷ୍ଟରେ, ପାଉଲ ତୀତସଙ୍କୁ ଆପଣାର ନିଜ ପୁତ୍ର ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେ ମୋ ପ୍ରତି ଜଣେ ପୁତ୍ର ସଦୃଶ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

our common faith

ପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ସେହି ସମାନ ବିଶ୍ବାସକୁ ପ୍ରକାଶ କରୁଛନ୍ତି, ଯାହା ସେମାନଙ୍କ ଉଭୟଙ୍କଠାରେ ଥିଲା I ବିକଳ୍ପ ଅନୁବାଦ: “ଯେଉଁ ଶିକ୍ଷାକୁ ଆମ୍ଭେ ଉଭୟ ବିଶ୍ବାସ କରୁଥିଲୁ”

Grace and peace

ଏହା ପାଉଲଙ୍କର ସାଧାରଣ ଭାବେ ବ୍ୟବହାର କରୁଥିବା ଅଭିବାଦନ I ତୁମେ ବୁଝିହେଉଥିବା ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ଆନ୍ତରିକ ଭାବେ ଦୟା ଓ ଶାନ୍ତି ଅନୁଭବ କରୁଥାଅ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-ellipsis)

Christ Jesus our Savior

ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ

Titus 1:5

For this purpose

ସେଥିପାଇଁ

I left you in Crete

ମୁଁ ତୁମ୍ଭକୁ କ୍ରୀତୀରେ ରହିବାକୁ କହିଥିଲି

that you might set in order things not yet complete

ଯେପରି ତୁମ୍ଭେ ଆବଶ୍ୟକ ଥିବା କାର୍ଯ୍ୟକୁ ସମାପ୍ତ କରିବ

ordain elders

ପ୍ରାଚୀନମାନଙ୍କୁ ନିଯୁକ୍ତ କର କିମ୍ବା “ପ୍ରାଚୀନମାନଙ୍କୁ ମନୋନୀତ କର”

elders

ଆଦ୍ୟ ଖ୍ରୀଷ୍ଟିୟ ମଣ୍ଡଳୀରେ, ପ୍ରାଚୀନମାନେ ବିଶ୍ବାସୀମାନଙ୍କ ସମାବେଶକୁ ଆତ୍ମିକ ନେତୃତ୍ବ ଦେଉଥିଲେ

Titus 1:6

Connecting Statement:

କ୍ରୀତୀ ଦ୍ବୀପର ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ କହିଲାପରେ, ପାଉଲ ପ୍ରାଚୀନମାନଙ୍କ ଆବଶ୍ୟକ ଯୋଗ୍ୟତା ବିଷୟରେ କହୁଛନ୍ତି I

An elder must be without blame, the husband

“ନିର୍ଦ୍ଦୋଷ” ହେବାର ଅର୍ଥ ହେଉଛି କୌଣସି ମନ୍ଦ ବିଷୟ କରୁ ନ ଥିବା ଲୋକଭାବରେ ପରିଚିତ ଥିବା I ବିକଳ୍ପ ଅନୁବାଦ: “ଜଣେ ପ୍ରାଚୀନର କୁଖ୍ୟାତି ନ ଥିବା ଆବଶ୍ୟକ ଓ ସେ ଜଣେ ସ୍ବାମୀ ହୋଇଥିବା ଉଚିତ”

the husband of one wife

ଏହାର ଅର୍ଥ ହେଉଛି ଯେ ତାଙ୍କର ଏକମାତ୍ର ସ୍ତ୍ରୀ ଥିବ, ଅର୍ଥାତ୍, ତାଙ୍କର ଆଉ ଅନ୍ୟ ସ୍ତ୍ରୀ କି ଉପପତ୍ନୀ ନ ଥିବେ I ଏହା ମଧ୍ୟ ସୂଚିତ କରିପାରେ ଯେ ସେ ବ୍ୟଭିଚାର କରୁନାହିଁ କି କୌଣସି ପୂର୍ବ ସ୍ତ୍ରୀକୁ ଛାଡପତ୍ର ଦେଇନାହିଁ I ବିକଳ୍ପ ଅନୁବାଦ: “ଜଣେ ଲୋକ ଯାହାର କେବଳ ଏକମାତ୍ର ସ୍ତ୍ରୀ ଅଛି” କିମ୍ବା “ଜଣେ ଲୋକ ଯେ କି ଆପଣା ସ୍ତ୍ରୀ ପ୍ରତି ବିଶ୍ବସ୍ତ ଅଟେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

faithful children

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ସନ୍ତାନମାନେ ୨) ଭରସାଯୋଗ୍ୟ ସନ୍ତାନମାନେ I

Titus 1:7

overseer

ସେହି ସମାନ ଆତ୍ମିକ ନେତୃତ୍ବ ପଦପାଇଁ ଏହା ଆଉ ଗୋଟିଏ ନାମ, ଯାହାକୁ ପାଉଲ ୧:୬ରେ “ପ୍ରାଚୀନ” ବୋଲି ଉଲ୍ଲେଖ କରୁଛନ୍ତି I

God's household manager

ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଈଶ୍ବରଙ୍କ ପରିବାର ଓ ଅଧ୍ୟକ୍ଷଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ସେହି ପରିବାରର ପରିଚାଳନା ଦାୟିତ୍ବରେ ଥିବା ଜଣେ ସେବକ ଅଟନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

not addicted to wine

ଜଣେ ମଦ୍ୟପାୟୀ ନୁହନ୍ତି କିମ୍ବା “ଯେ ଅଧିକ ମଦ୍ୟପାନ କରିବା ଲୋକ ନୁହଁ”

not a brawler

ଆଶୁକ୍ରୋଧୀ ନୁହନ୍ତି କିମ୍ବା “ବିବାଦପ୍ରିୟ ନୁହନ୍ତି”

Titus 1:8

Instead

ପାଉଲ ଆପଣା ତର୍କକୁ ଜଣେ ପ୍ରାଚୀନ କିପରି ହେବା ଉଚିତ ନୁହଁରୁ ଜଣେ ପ୍ରାଚୀନ କିପରି ହେବା ଉଚିତରେ ପରିବର୍ତ୍ତନ କରୁଛନ୍ତି I

a friend of what is good

ଯେ ଉତ୍ତମ ବିଷୟର ଅନୁରାଗୀ

Titus 1:9

hold tightly to

ଖ୍ରୀଷ୍ଟିୟାନ ବିଶ୍ବାସ ପ୍ରତି ଅନୁରକ୍ତ ହେବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଜଣକର ହାତରେ ବିଶ୍ବାସକୁ ଧରିବା ପରି I ବିକଳ୍ପ ଅନୁବାଦ: “ଅନୁରକ୍ତ ହୁଅ” କିମ୍ବା “ଉତ୍ତମଭାବେ ଜାଣ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

good teaching

ସେ ଈଶ୍ବରଙ୍କ ବିଷୟରେ ଯାହା ସତ୍ୟ ଓ ଅନ୍ୟ ଆତ୍ମିକ ବିଷୟସବୁ ଶିକ୍ଷାଦେବା ଉଚିତ I

Titus 1:10

Connecting Statement:

ଈଶ୍ବରଙ୍କ ବାକ୍ୟର ବିରୋଧ କରୁଥିବା ଲୋକମାନଙ୍କ ସକାଶୁ, ପାଉଲ ତୀତସଙ୍କୁ ଈଶ୍ବରଙ୍କ ବାକ୍ୟର ପ୍ରଚାର କରିବାର କାରଣସବୁ ଦେଉଛନ୍ତି ଓ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ କରାଉଛନ୍ତି I

rebellious people

ଏମାନେ ବିଦ୍ରୋହୀ ଲୋକେ, ଯେଉଁମାନେ ପାଉଲଙ୍କ ସୁସମାଚାରର ବାକ୍ୟକୁ ବିରୋଧ କରୁଛନ୍ତି I

empty talkers and deceivers

ଏହି ବାକ୍ୟାଂଶ ପୂର୍ବ ବାକ୍ୟାଂଶରେ ଉଲ୍ଲେଖ କରାଯାଇଥିବା ବିଦ୍ରୋହୀ ଲୋକମାନଙ୍କ ବିଷୟ ବର୍ଣ୍ଣନା କରେ I ଏଠାରେ “ଅସାର” ମୂଲ୍ୟହୀନ ନିମନ୍ତେ ଗୋଟିଏ ରୂପକ, ଓ “ଅସାର ବାକ୍ୟବାଦୀ”ମାନେ ହେଉଛନ୍ତି, ଯେଉଁମାନେ ମୂଲ୍ୟହୀନ ବା ନିର୍ବୋଧ କଥା କହନ୍ତି I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ମୂଲ୍ୟହୀନ କଥାକହି ଅନ୍ୟମାନଙ୍କୁ ପ୍ରବଞ୍ଚିତ କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

those of the circumcision

ଏହା ଖ୍ରୀଷ୍ଟିୟାନ ଯିହୂଦୀମାନଙ୍କୁ ବୁଝାଏ, ଯେଉଁମାନେ ଶିକ୍ଷା ଦେଉଥିଲେ ଯେ ଖ୍ରୀଷ୍ଟଙ୍କର ଶିଷ୍ୟ ହେବାପାଇଁ ପୁରୁଷମାନେ ସୁନ୍ନତ ହେବା ଆବଶ୍ୟକ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

Titus 1:11

It is necessary to stop them

ସେମାନଙ୍କୁ ସେମାନଙ୍କ ଶିକ୍ଷା ବିସ୍ତାର କରିବାରୁ ନିବୃତ୍ତ କରାଯିବା ଆବଶ୍ୟକ କିମ୍ବା “ସେମାନଙ୍କ କଥା ଦ୍ବାରା ଅନ୍ୟମାନଙ୍କୁ ପ୍ରଭାବିତ କରିବାରୁ ସେମାନଙ୍କୁ ଅଟକାଇବା ଆବଶ୍ୟକ”

what they should not teach

ଖ୍ରୀଷ୍ଟ ଓ ବ୍ୟବସ୍ଥା ସମ୍ବନ୍ଧରେ ଏସବୁ ବିଷୟ ଶିକ୍ଷାଦେବା ଉପଯୁକ୍ତ ନୁହେଁ, କାରଣ ସେସବୁ ସତ୍ୟ ନୁହେଁ I

for shameful profit

ଯାହା ସମ୍ଭ୍ରମଯୁକ୍ତ ନୁହେଁ, ଲୋକମାନେ ତାହାକରି ଅର୍ଥଲାଭ କରୁଥିବା ବିଷୟକୁ ଏହା ବୁଝାଏ I

are upsetting whole families

ସମସ୍ତ ପରିବାରକୁ ପଥଭ୍ରଷ୍ଟ କରୁଅଛନ୍ତି I ସମସ୍ୟା ଥିଲା ଯେ ସେମାନେ ସେମାନଙ୍କ ବିଶ୍ବାସକୁ ନଷ୍ଟକରି ପରିବାରଗୁଡିକୁ ବିଚଳିତ କରୁଥିଲେ I ଏହା ପରିବାରର ସଦସ୍ୟମାନଙ୍କୁ ପରସ୍ପର ସହିତ ବାଦାନୁବାଦ କରିବାକୁ ଘେନିଯାଇଥିବ I

Titus 1:12

One of their own prophets

କ୍ରୀତୀର ହିଁ ଜଣେ ଭାବବାଦୀ କିମ୍ବା “ଆପଣାକୁ ଜଣେ ଭାବବାଦୀ ବୋଲାଉଥିବା ଜଣେ କ୍ରୀତୀବାସୀ”

Cretans are always liars

କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ I ଏହା ଗୋଟିଏ ଅତିରଂଜନ, ଯାହାର ଅର୍ଥ ହେଉଛି ଯେ ଅନେକ କ୍ରୀତୀବାସୀମାନେ ମିଥ୍ୟା କହନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-hyperbole)

evil beasts

ଏହି ରୂପକ କ୍ରୀତୀବାସୀମାନଙ୍କୁ ହିଂସ୍ରକ ବନ୍ୟ ପଶୁଭାବରେ ତୁଳନା କରୁଅଛି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

Titus 1:13

Therefore, correct them severely

ସଂଶୋଧନ କରିବା ସମୟରେ ତୁମ୍ଭେ କଠୋର ଭାଷା ବ୍ୟବହାର କରିବା ଉଚିତ, ଯେପରି କ୍ରୀତୀବାସୀମାନେ ବୁଝିପାରିବେ I

so that they may be sound in the faith

ଯେପରି ସେମାନେ ଏକ ବଳିଷ୍ଠ ବିଶ୍ବାସ ଲାଭ କରିବେ କିମ୍ବା “ଯେପରି ସେମାନଙ୍କ ବିଶ୍ବାସ ବାସ୍ତବ ହୋଇପାରିବ”

Titus 1:14

Jewish myths

ଏହା ଯିହୂଦୀମାନଙ୍କର ଭ୍ରାନ୍ତ ଶିକ୍ଷାକୁ ବୁଝାଏ I

turn away from the truth

ପାଉଲ ସତ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯେଉଁଥିରୁ ଜଣେ ବିମୁଖ ହୋଇପାରିବ ବା ଯାହାକୁ ଜଣେ ଏଡାଇ ଦେଇପାରିବ I ବିକଳ୍ପ ଅନୁବାଦ: “ସତ୍ୟକୁ ଅଗ୍ରାହ୍ୟ କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

Titus 1:15

To those who are pure, all things are pure

ଯଦି ଲୋକମାନେ ଅନ୍ତରରେ ଶୁଚି ଅଟନ୍ତି, ସେମାନେ କରୁଥିବା ସବୁ ବିଷୟ ଶୁଚି ହେବ

To those who are pure

ଯେଉଁମାନେ ଈଶ୍ବରଙ୍କ ନିକଟରେ ଗ୍ରହଣଯୋଗ୍ୟ

to those who are corrupt and unbelieving, nothing is pure

ପାଉଲ ପାପୀମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଶାରୀରିକଭାବରେ ମଇଳା ଅଟନ୍ତି I ବିକଳ୍ପ ଅନୁବାଦ: “ଯଦି ଲୋକମାନେ ନୈତିକଭାବରେ ଅଶୁଚି ଓ ବିଶ୍ବାସ କରୁନାହାନ୍ତି, ତେବେ ସେମାନେ କୌଣସି ଶୁଚି ବିଷୟ କରିପାରିବେ ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

Titus 1:16

they deny him by their actions

ସେମାନେ କିପରି ଜୀବନ ଯାପନ କରୁଛନ୍ତି, ତାହା ପ୍ରମାଣ କରିବ ଯେ ସେମାନେ ତାହାଙ୍କୁ ଜାଣନ୍ତି ନାହିଁ

They are detestable

ସେମାନେ ଘୃଣାଯୋଗ୍ୟ ଅଟନ୍ତି

Titus 2

ତୀତସ୍ ୦୨ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଲିଙ୍ଗଗତ ଭୂମିକା

ଏହି ଅନୁଚ୍ଛେଦକୁ ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ କିପରି ବୁଝିବାକୁ ହେବ ତାହା ନେଇ ପଣ୍ଡିତମାନେ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I

ଦାସତ୍ବ

ପାଉଲ ଏହି ଅଧ୍ୟାୟରେ ଦାସତ୍ବ ପ୍ରଥା ଭଲ କି ମନ୍ଦ, ସେ ବିଷୟରେ ଲେଖୁନାହାନ୍ତି I ପାଉଲ ଦାସମାନଙ୍କୁ ବିଶ୍ବସ୍ତଭାବରେ ଆପଣା କର୍ତ୍ତାମାନଙ୍କର ସେବା କରିବାକୁ ଶିକ୍ଷା ଦେଉଛନ୍ତି I ସେ ସବୁ ବିଶ୍ବାସୀମାନଙ୍କୁ ଈଶ୍ବରପରାୟଣ ହେବାକୁ ଓ ସବୁ ପରିସ୍ଥିତିରେ ଯଥାର୍ଥ ଜୀବନ କାଟିବାକୁ ଶିକ୍ଷା ଦେଉଛନ୍ତି I

Titus 2:1

Connecting Statement:

ପାଉଲ ତୀତସଙ୍କୁ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାର କାରଣ ଦେଉଛନ୍ତି ଓ ବୟୋଧିକ ପୁରୁଷମାନେ, ବୟୋଧିକା ସ୍ତ୍ରୀମାନେ, ଯୁବାମାନେ ଓ ଦାସ କି ସେବକମାନେ ବିଶ୍ବାସୀଭାବରେ କିପରି ଜୀବନ କାଟିବା ଉଚିତ, ତାହା ବୁଝାଉଛନ୍ତି I

But you, speak what fits

ପାଉଲ ଏହାର ବିପରୀତ ବିଷୟକୁ ସୂଚାଉଛନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେ, ହେ ତୀତସ୍, ଭଣ୍ଡ ଶିକ୍ଷକମାନଙ୍କ ବିପରୀତରେ, ଉପଯୁକ୍ତ ବିଷୟ କହିବାକୁ ନିଶ୍ଚିତ ହୁଅ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

with faithful instruction

ହିତଜନକ ଶିକ୍ଷା ସହ କିମ୍ବା “ସଠିକ୍ ଶିକ୍ଷା ସହ”

Titus 2:2

to be temperate

ସୁବୁଦ୍ଧି ହେବାକୁ କିମ୍ବା “ଆତ୍ମ-ସଂଯମୀ ହେବାକୁ”

to be ... sensible

ସେମାନଙ୍କ ଅଭିଳାଷ ନିୟନ୍ତ୍ରଣ ...କରିବାକୁ

sound in faith, in love, and in perseverance

ଏଠାରେ “ହିତଜନକ”ର ଅର୍ଥ ଦୃଢ଼ ଓ ଅବିଚଳିତ I ଗୁଣବାଚକ ବିଶେଷ୍ୟ “ବିଶ୍ବାସ,” “ପ୍ରେମ” ଓ ଧୈର୍ଯ୍ୟ”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ସେମାନେ ଈଶ୍ବରଙ୍କ ବିଷୟରେ ସତ୍ୟ ଶିକ୍ଷାକୁ ଦୃଢ଼ଭାବରେ ବିଶ୍ବାସ କରିବା ଆବଶ୍ୟକ, ଅନ୍ୟମାନଙ୍କୁ ସତ୍ୟରେ ପ୍ରେମ କରିବା ଆବଶ୍ୟକ ଓ ଏପରିକି କଷ୍ଟକର ପରିସ୍ଥିତିରେ ମଧ୍ୟ ନିରନ୍ତର ଈଶ୍ବରଙ୍କ ସେବା କରିବା ଆବଶ୍ୟକ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)

Titus 2:3

Teach older women likewise

ସେହି ପ୍ରକାରେ, ବୟୋଧିକା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅ କିମ୍ବା “ମଧ୍ୟ ବୟୋଧିକା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅ”

slanderers

ଏହି ଶବ୍ଦ ଅନ୍ୟଲୋକମାନଙ୍କ ବିଷୟରେ ମନ୍ଦ କଥା, ଅର୍ଥାତ୍, ତାହା ସତ ହୋଇଥାଉ କି ନ ଥାଉ, ତାହା କହୁଥିବା ଲୋକମାନଙ୍କୁ ବୁଝାଏ I

or being slaves to much wine

ନିଜକୁ ନିୟନ୍ତ୍ରଣ କରିପାରୁ ନ ଥିବା ଓ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକ ବିଷୟରେ କୁହାଯାଏ ଯେ ସତେ ଯେପରି ସେ ମଦ୍ୟପାନର ଦାସ ହୋଇଅଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଅତ୍ୟଧିକ ମଦ୍ୟପାନ କରେ ନାହିଁ” କିମ୍ବା “ମଦ୍ୟପାନ ପ୍ରତି ଆସକ୍ତ ନୁହେଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-activepassive)

Titus 2:5

so that God's word may not be insulted

ଏଠାରେ ବାକ୍ୟ “ସମ୍ବାଦ”କୁ ବୁଝାଏ, ଯାହା ଅନ୍ୟପକ୍ଷରେ ଈଶ୍ବରଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ଯେପରି କେହି ଈଶ୍ବରଙ୍କ ବାକ୍ୟର ନିନ୍ଦା ନ କରନ୍ତି” କିମ୍ବା “ଯେପରି କେହି ତାହାଙ୍କ ସମ୍ବାଦ ବିଷୟରେ ମନ୍ଦ କଥା କହି ଈଶ୍ବରଙ୍କ ନିନ୍ଦା ନ କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassivehttps://read.bibletranslationtools.org/u/WA-Catalog/*_tm/translate.html#figs-metonymy)

Titus 2:6

In the same way

ତୀତସ୍ ବୟୋଧିକ ଲୋକମାନଙ୍କୁ ତାଲିମ ଦେବା ସଦୃଶ ଯୁବାମାନଙ୍କୁ ମଧ୍ୟ ତାଲିମ ଦେବା ଆବଶ୍ୟକ I

Titus 2:7

present yourself as

ଆପଣାକୁ ଦେଖାଅ

an example of good works

ସଠିକ୍ ଓ ଉପଯୁକ୍ତ ବିଷୟ କରୁଥିବା ଜଣେ ଲୋକର ଆଦର୍ଶ

Titus 2:8

so that anyone who opposes you may be ashamed

ଏହା ଗୋଟିଏ କାଳ୍ପନିକ ପରିସ୍ଥିତିକୁ ଦେଖାଏ, ଯେଉଁଠାରେ କେହି ଜଣେ ତୀତସଙ୍କୁ ବିରୋଧ କରୁଛି ଓ ପରେ ତାହା କରିଥିବାରୁ ଲଜ୍ଜିତ ଅନୁଭବ କରୁଛି I ବିକଳ୍ପ ଅନୁବାଦ: “ଯେପରି ଯଦି କେହି ତୁମ୍ଭକୁ ବିରୋଧ କରେ, ସେ ଲଜ୍ଜିତ ହୋଇପାରେ” କିମ୍ବା “ଯେପରି ଯଦି ଲୋକମାନେ ତୁମ୍ଭକୁ ବିରୋଧ କରନ୍ତି, ସେମାନେ ଲଜ୍ଜିତ ହେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-hypo)

Titus 2:9

their masters

ଆପଣା ଆପଣାର କର୍ତ୍ତା

in everything

ପ୍ରତ୍ୟେକ ପରିସ୍ଥିତିରେ କିମ୍ବା “ସବୁବେଳେ”

please them

ଆପଣା ଆପଣା କର୍ତ୍ତାମାନଙ୍କୁ ଖୁସି କରନ୍ତୁ କିମ୍ବା “ଆପଣା ଆପଣା କର୍ତ୍ତାମାନଙ୍କୁ ସନ୍ତୁଷ୍ଟ କରନ୍ତୁ”

Titus 2:10

demonstrate all good faith

ଦେଖାନ୍ତୁ ଯେ ସେମାନେ ଆପଣା ଆପଣା କର୍ତ୍ତାମାନଙ୍କ ଭରସାଯୋଗ୍ୟ ଅଟନ୍ତି

in every way

ସେମାନେ କରୁଥିବା ସବୁ ବିଷୟରେ

they may bring credit to the teaching about God our Savior

ସେମାନେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ବିଷୟକ ଶିକ୍ଷାକୁ ଆକର୍ଷଣୀୟ କରିପାରିବେ କିମ୍ବା “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ବିଷୟକ ଶିକ୍ଷା ଉତ୍ତମ ବୋଲି ଲୋକମାନଙ୍କୁ ବୁଝିବାକୁ ଦେବେ”

God our Savior

ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବର

Titus 2:11

Connecting Statement:

ପାଉଲ ତୀତସଙ୍କୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିବାକୁ ଓ ଯୀଶୁଙ୍କ ଦ୍ବାରା ପ୍ରାପ୍ତ ଅଧିକାରକୁ ସ୍ମରଣ କରିବାକୁ ଉତ୍ସାହିତ କରୁଛନ୍ତି I

the grace of God has appeared

ପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଅନ୍ୟ ଲୋକମାନଙ୍କ ନିକଟକୁ ଯାଉଥିବା ଜଣେ ବ୍ୟକ୍ତି ଅଟନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-personification)

Titus 2:12

trains us

ପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ([ତିତସ୍ ୨:୧୧] (./11.md)) ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟନ୍ତି ଯିଏ ଅନ୍ୟ ଲୋକମାନଙ୍କ ନିକଟକୁ ଯାଇ ପବିତ୍ର ଜୀବନ ଯାପନ କରିବା ନିମନ୍ତେ ସେମାନଙ୍କୁ ତାଲିମ ଦିଅନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-personification)

trains us to reject godlessness

ଈଶ୍ବରଙ୍କୁ ଅସମ୍ମାନ କରିବାକୁ ଶିକ୍ଷା ଦିଏ ନାହିଁ

worldly passions

ଏହି ଜଗତର ବିଷୟ ନିମନ୍ତେ ଦୃଢ଼ ଅଭିଳାଷ କିମ୍ବା “ପାପପୂର୍ଣ୍ଣ କାମନା ନିମନ୍ତେ ଦୃଢ଼ ଅଭିଳାଷ”

in this age

ଏହି ଜଗତରେ ବାସ କରୁଥିବା ସମୟରେ କିମ୍ବା “ଏହି ସମୟରେ”

Titus 2:13

we look forward to receiving

ସ୍ବାଗତ କରିବାକୁ ଆମ୍ଭେମାନେ ଅପେକ୍ଷା କରୁଅଛୁ

our blessed hope, the appearance of the glory of our great God and Savior Jesus Christ

ଏଠାରେ “ଗୌରବ” ସ୍ବୟଂ ଯୀଶୁଙ୍କୁ ବୁଝାଏ ଯେ କି ଗୌରବମୟ ଭାବରେ ପ୍ରକାଶିତ ହେବେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଭରସା କରୁଥିବା ଉତ୍ତମ ବିଷୟ ନିମନ୍ତେ, ଅର୍ଥାତ୍, ଆମ୍ଭମାନଙ୍କ ମହାନ୍ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଗୌରବମୟ ପ୍ରକାଶନ ନିମନ୍ତେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

Titus 2:14

gave himself for us

ଏହା ଯୀଶୁଙ୍କର ସ୍ବେଚ୍ଛାକୃତ ମୃତ୍ୟୁଭୋଗକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ମୃତ୍ୟୁଭୋଗ କରିବାକୁ ଦେଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

to redeem us from all lawlessness

ପାଉଲ ଯୀଶୁଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଦାସମାନଙ୍କୁ ସେମାନଙ୍କ କର୍ତ୍ତାମାନଙ୍କଠାରୁ ମୁକ୍ତ କରୁଅଛନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

a special people

ସେ ସଞ୍ଚୟ କରୁଥିବା ଗୋଟିଏ ଲୋକ ଦଳ

are eager

ଏକ ଦୃଢ଼ ଇଚ୍ଛା ରଖ

Titus 2:15

give correction with all authority

ଏହି ଉକ୍ତିଟିକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସବୁ କାର୍ଯ୍ୟ କରୁ ନ ଥିବା ଲୋକମାନଙ୍କୁ ସମସ୍ତ ଅଧିକାର ସହ ସଂଶୋଧନ କର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

Let no one

କାହାକୁ ନ ଦିଅ

disregard you

ଏହି ଉକ୍ତିଟିକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭର ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରିବେ” କିମ୍ବା “ତୁମ୍ଭର ସମ୍ମାନ କରିବାକୁ ଅଗ୍ରାହ୍ୟ କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

Titus 3

ତୀତସ୍ ୦୩ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟରେ ପାଉଲ ତୀତସଙ୍କୁ ବ୍ୟକ୍ତିଗତ ଉପଦେଶ ଦେଉଛନ୍ତି I

୧୫ ପଦ ଔପଚାରିକ ଭାବରେ ପତ୍ରଟିକୁ ସମାପ୍ତ କରୁଛି I ଏହା ପ୍ରାଚୀନ ନିକଟପୂର୍ବ ଅଞ୍ଚଳରେ ପତ୍ରଗୁଡିକୁ ସମାପ୍ତି କରିବାର ଏକ ସାଧାରଣ ଧାରା I

ଏହି ଅଧ୍ୟାୟର ବିଶେଷ ଧାରଣା

ବଂଶାବଳୀ

ବଂଶାବଳୀ ହେଉଛି ଗୋଟିଏ ତାଲିକା ଯାହା ଜଣେ ଲୋକର ପୂର୍ବପୁରୁଷ ବା ପିତୃପୁରୁଷମାନଙ୍କୁ ଲିପିବଦ୍ଧ କରେ I ରାଜା ହେବା ନିମନ୍ତେ ଜଣେ ଉପଯୁକ୍ତ ବ୍ୟକ୍ତିକୁ ବାଛିବା ନିମନ୍ତେ ଯିହୂଦୀମାନେ ବଂଶାବଳୀ ବ୍ୟବହାର କରୁଥିଲେ I ସେମାନେ ଏଥିନିମନ୍ତେ ଏହା କରୁଥିଲେ, କାରଣ ଜଣେ ରାଜାଙ୍କର ପୁତ୍ର ହିଁ ସାଧାରଣତଃ ରାଜା ହୋଇପାରିବ I ସେଥିରୁ ମଧ୍ୟ ଜଣାପଡୁଥିଲା ଯେ ସେମାନେ କେଉଁ ଗୋଷ୍ଠୀ ଓ ପରିବାରରୁ ଆସିଥିଲେ I ଉଦାହରଣ ସ୍ବରୂପ, ଯାଜକମାନେ ଲେବୀ ଗୋଷ୍ଠୀରୁ ଓ ହାରୋଣଙ୍କ ପରିବାରରୁ ଆସୁଥିଲେ I

Titus 3:1

Connecting Statement:

କ୍ରୀତୀରେ ତାହାଙ୍କ ଦାୟିତ୍ବରେ ଥିବା ପ୍ରାଚୀନମାନଙ୍କୁ ଓ ଲୋକମାନଙ୍କୁ କିପରି ଶିକ୍ଷା ଦେବାକୁ ହେବ, ସେ ବିଷୟରେ ପାଉଲ ତୀତସଙ୍କୁ ଉପଦେଶ ଦେବା ଜାରିରଖିଛନ୍ତି I

Remind them to submit

ଆମ୍ଭର ଲୋକମାନଙ୍କୁ ସେମାନେ ପୂର୍ବରୁ ଜାଣିଥିବା ବିଷୟ ପୁନର୍ବାର କୁହ ଯେ ସେମାନେ ବଶୀଭୂତ ହୁଅନ୍ତୁ, କିମ୍ବା “ବଶୀଭୂତ ହେବା ନିମନ୍ତେ ସେମାନଙ୍କୁ ବାରମ୍ବାର ସ୍ମରଣ କରାଅ”

submit to rulers and authorities, to obey them

ରାଜନୈତିକ ଓ ସରକାରୀ ଅଧିକାରୀ କହିବା ପ୍ରକାରେ କାର୍ଯ୍ୟ କର ଏବଂ ସେମାନଙ୍କର ବାଧ୍ୟ ହୁଅ

rulers and authorities

ଏହି ପଦଗୁଡିକର ଅର୍ଥ ଏକାପରି ଓ ସରକାରରେ ଅଧିକାରପ୍ରାପ୍ତ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଏଠାରେ ଏକତ୍ର ଭାବରେ ବ୍ୟବହାର କରାଯାଇଛି I

be ready for every good work

ସୁଯୋଗ ଥିବା ସମୟରେ ସତ୍କର୍ମ କରିବାପାଇଁ ପ୍ରସ୍ତୁତ ରୁହ

Titus 3:2

to revile

ମନ୍ଦ କଥା କହିବାକୁ

Titus 3:3

For once we ourselves

ଏହାର କାରଣ ହେଉଛି, ଆମ୍ଭେମାନେ ମଧ୍ୟ ପୂର୍ବେ

once

ପୂର୍ବ ସମୟରେ ବା “କୌଣସି ସମୟରେ” କିମ୍ବା “ଆଗରୁ”

we ourselves

ଏପରିକି ଆମ୍ଭେମାନେ କିମ୍ବା “ଆମ୍ଭେମାନେ ମଧ୍ୟ”

were thoughtless

ନିର୍ବୋଧ ଥିଲୁ କିମ୍ବା “ଅଜ୍ଞାନ ଥିଲୁ”

We were led astray and enslaved by various passions and pleasures

କୁଅଭିଳାଷ ଓ ସୁଖଭୋଗ ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡ଼ିକ ଲୋକମାନଙ୍କ ଉପରେ କର୍ତ୍ତା ଅଟନ୍ତି ଓ ସେମାନଙ୍କୁ ମିଥ୍ୟାକହି ସେମାନଙ୍କୁ ଆପଣାର ଦାସ କରିଅଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଭିନ୍ନ ପ୍ରକାର କୁଅଭିଳାଷ ଓ ସୁଖଭୋଗ ଆମ୍ଭମାନଙ୍କୁ ମିଥ୍ୟା କହି ଆମ୍ଭମାନଙ୍କୁ ଭ୍ରାନ୍ତ ପଥରେ ନେଇଯାଇଥିଲା” କିମ୍ବା “ଆମ୍ଭେମାନେ ଆପଣା ଆପଣାକୁ ବିଭିନ୍ନ ପ୍ରକାର କୁଅଭିଳାଷ ଓ ସୁଖଭୋଗର ମିଥ୍ୟାକୁ ବିଶ୍ବାସ କରିବାକୁ ଦେଇଥିଲୁ ଓ ତା’ପରେ ଆମ୍ଭମାନଙ୍କ ଅନୁଭବକୁ ଆୟତ୍ତ କରିପାରି ନ ଥିଲୁ କି ଆମ୍ଭମାନଙ୍କୁ ସୁଖ ଦେବ ବୋଲି ଭାବିଥିବା ବିଷୟକୁ ଅଟକାଇ ପାରି ନ ଥିଲୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-personificationhttps://read.bibletranslationtools.org/u/WA-Catalog/*_tm/translate.html#figs-activepassive)

passions

କୁଅଭିଳାଷ କିମ୍ବା “ଅଭିଳାଷ”

We lived in evil and envy

ଏଠାରେ “ମନ୍ଦତା” ଓ “ଈର୍ଷା” ପାପ ନିମନ୍ତେ ଏକାପରି ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ମନ୍ଦ କାର୍ଯ୍ୟ କରୁଥିଲୁ ଓ ଅନ୍ୟମାନଙ୍କର ଯାହା ଅଛି, ତାହା ପାଇବାକୁ ଚାହୁଁଥିଲୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-hendiadys)

We were detestable

ଆମ୍ଭେମାନେ ଅନ୍ୟମାନଙ୍କ ଘୃଣାର ପାତ୍ର ଥିଲୁ

Titus 3:4

when the kindness of God our Savior and his love for mankind appeared

ଈଶ୍ବରଙ୍କ ଦୟା ଓ ପ୍ରେମ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେସବୁ ଆମ୍ଭମାନଙ୍କ ଦୃଷ୍ଟିକୁ ଆସିଥିବା ଲୋକମାନେ ଅଟନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-personification)

Titus 3:5

by his mercy

ଯେହେତୁ ସେ ଆମ୍ଭମାନଙ୍କ ପ୍ରତି ଦୟା କଲେ

washing of new birth

ପାପୀମାନଙ୍କ ପାଇଁ ଈଶ୍ବରଙ୍କ କ୍ଷମା ବିଷୟରେ ପାଉଲ ସମ୍ଭବତଃ କହୁଛନ୍ତି ଯେ ସତେ ଯେପରି ସେ ଶାରୀରିକ ଭାବରେ ସେମାନଙ୍କୁ ଧୋଇଦେଉଛନ୍ତି I ସେ ମଧ୍ୟ ଈଶ୍ବରଙ୍କ ନିକଟକୁ ଫେରୁଥିବା ପାପୀମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ପୁନର୍ଜନ୍ମ ପ୍ରାପ୍ତ ହୋଇଛନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

Titus 3:6

whom God richly poured on us

ନୂତନ ନିୟମର ଲେଖକମାନେ ପବିତ୍ର ଆତ୍ମାଙ୍କ ବିଷୟରେ ଏପରି କହିବା ସ୍ବାଭାବିକ ଥିଲା ଯେ ସେ ଗୋଟିଏ ତରଳ ପଦାର୍ଥ ସଦୃଶ, ଯାହାଙ୍କୁ ଈଶ୍ବର ବହୁ ପରିମାଣରେ ଢାଳିଦେବେ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ଆମ୍ଭମାନଙ୍କୁ ପ୍ରଚୁରରୂପେ ଦେଇଅଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

through our Savior Jesus Christ

ଯେତେବେଳେ ଯୀଶୁ ଆମ୍ଭମାନଙ୍କୁ ପରିତ୍ରାଣ କଲେ

Titus 3:7

having been justified

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଆମ୍ଭମାନଙ୍କୁ ପାପରହିତ ବୋଲି ଘୋଷଣା କଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

we might become heirs with the certain hope of eternal life

ଈଶ୍ବର ପ୍ରତିଜ୍ଞା କରିଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଜଣେ ପରିବାରର ସଦସ୍ୟଙ୍କଠାରୁ ଧନ ଓ ସମ୍ପତ୍ତି ଅଧିକାର କରିବେ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

Titus 3:8

This message

ଏହା ଈଶ୍ବର ଯୀଶୁଙ୍କ ଦ୍ବାରା ତୀତସ୍ ୩:୭ ବିଶ୍ବାସୀମାନଙ୍କୁ ପବିତ୍ର ଆତ୍ମା ଦେବା ବିଷୟକୁ ବୁଝାଏ I

may be careful to engage themselves in good works

ଯେପରି ସତ୍କର୍ମ କରିବାକୁ ଚାହିଁବେ

Titus 3:9

Connecting Statement:

ପାଉଲ ତୀତସଙ୍କୁ ବୁଝାଉଛନ୍ତି ଯେ ସେ କଅଣ ଏଡାଇବା ଉଚିତ ଓ ବିଶ୍ବାସୀମାନଙ୍କ ମଧ୍ୟରେ କଳହ ସୃଷ୍ଟି କରୁଥିବା ଲୋକମାନଙ୍କ ପ୍ରତି କିପରି ବ୍ୟବହାର କରିବା ଆବଶ୍ୟକ I

But avoid

ସେଥିପାଇଁ ଏଡ଼ାଅ କିମ୍ବା “ଅତଏବ, ଏଡ଼ାଅ”

foolish debates

ଗୁରୁତ୍ବହୀନ ବିଷୟ ଗୁଡିକ ସମ୍ବନ୍ଧରେ ବାଦାନୁବାଦ

genealogies

ଏହା ପରିବାର ଜ୍ଞାତି ସମ୍ପର୍କର ଅଧ୍ୟୟନ

strife

ବାଦାନୁବାଦ ବା କଳହ

the law

ମୋଶାଙ୍କ ବ୍ୟବସ୍ଥା

Titus 3:10

Reject anyone

ସେମାନଙ୍କଠାରୁ ଅନ୍ତର ହୁଅ

after one or two warnings

ଥରେ କିମ୍ବା ଦୁଇଥର ସେହି ଲୋକକୁ ସତର୍କ କରାଇଲା ଉତ୍ତାରେ

Titus 3:11

such a person

ଏହିପରି ଲୋକ

has turned from the right way

ଦୋଷ କରୁଥିବା ଲୋକ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ପଥ ଭ୍ରଷ୍ଟ ହୋଇଅଛି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

condemns himself

ସେ ଆପଣା ଉପରକୁ ଦଣ୍ଡ ଆଣିଅଛି

Titus 3:12

Connecting Statement:

କ୍ରୀତୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କଲାପରେ କଅଣ କରିବାକୁ ହେବ, ପାଉଲ ତାହା ତୀତସଙ୍କୁ କହି ଓ ତାହାଙ୍କ ସହିତ ଥିବା ଲୋକମାନଙ୍କଠାରୁ ନମସ୍କାର ଦେଇ ପତ୍ରଟିକୁ ସମାପ୍ତ କରୁଛନ୍ତି I

When I send

ମୁଁ ପଠାଇଲା ପରେ

Artemas ... Tychicus

ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

hurry and come

ଶୀଘ୍ର ଆସ

spend the winter

ଶୀତ କାଳ କ୍ଷେପଣ କରିବି

Titus 3:13

Zenas

ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

Do everything you can to send

ପଠାଇବାକୁ ବିଳମ୍ବ କର ନାହିଁ

and Apollos

ଆଉ ମଧ୍ୟ ଆପଲ୍ଲଙ୍କୁ ପଠାଇଦିଅ

Titus 3:14

Connecting Statement:

ଜୀନା ଓ ଆପଲ୍ଲଙ୍କ ଅଭାବ ପୂରଣ କରିବା କାହିଁକି ଗୁରୁତ୍ବପୂର୍ଣ୍ଣ, ପାଉଲ ତାହା ବୁଝାଉଛନ୍ତି I

Our people

ପାଉଲ କ୍ରୀତୀରେ ଥିବା ବିଶ୍ବାସୀମାନଙ୍କୁ ଉଲ୍ଲେଖ କରୁଛନ୍ତି I

that provide for urgent needs

ଯେଉଁ ଲୋକମାନେ ଅତି ଶୀଘ୍ର ଗୁରୁତ୍ବପୂର୍ଣ୍ଣ ବିଷୟଗୁଡିକ ଆବଶ୍ୟକ କରନ୍ତି, ସେମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ କରିବ

needs, and so not be unfruitful

ଲୋକମାନେ ସତ୍କର୍ମ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଫଳ ଧାରଣ କରୁଥିବା ବୃକ୍ଷ I ଏହି ଦ୍ବେତ ନକରାତ୍ମକ ବିଷୟର ଅର୍ଥ ହେଉଛି ସେମାନେ ଫଳବାନ୍ ବା ଉତ୍ପାଦନକାରୀ ହେବା ଉଚିତ I ବିକଳ୍ପ ଅନୁବାଦ: “ପ୍ରୟୋଜନୀୟ ବିଷୟ; ଏହିପ୍ରକାରେ ସେମାନେ ଫଳବାନ୍ ହେବେ” କିମ୍ବା “ପ୍ରୟୋଜନୀୟ ବିଷୟ, ଆଉ ସେମାନେ ସତ୍କର୍ମ କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-doublenegatives)

Titus 3:15

General Information:

ପାଉଲ ତୀତସଙ୍କୁ ଲେଖୁଥିବା ପତ୍ର ଶେଷ କରୁଛନ୍ତି I

All those

ସମସ୍ତ ଲୋକମାନେ

those who love us in faith

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କୁ ପ୍ରେମ କରୁଥିବା ବିଶ୍ବାସୀମାନେ” କିମ୍ବା ୨) “ଆମ୍ଭମାନଙ୍କୁ ପ୍ରେମ କରୁଥିବା ବିଶ୍ବାସୀମାନେ, କାରଣ ଆମ୍ଭେମାନଙ୍କର ମଧ୍ୟ ସେହି ସମାନ ବିଶ୍ବାସ ରହିଛି”

Grace be with all of you

ଏହା ଗୋଟିଏ ସ୍ବାଭାବିକ ଖ୍ରୀଷ୍ଟିୟାନ ନମସ୍କାର I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଅନୁଗ୍ରହ ତୁମ୍ଭର ସହବର୍ତ୍ତୀ ହେଉ” କିମ୍ବା “ମୁଁ ପ୍ରାର୍ଥନା କରୁଛି ଯେ ଈଶ୍ବର ତୁମ୍ଭ ସମସ୍ତଙ୍କ ପ୍ରତି ଅନୁଗ୍ରହ କରିବେ”