ଓଡ଼ିଆ (Oriya): translationNotes Print

Updated ? hours ago # views See on WACS

୨ ପିତର ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

୨ ପିତର ପୁସ୍ତକର ରୂପରେଖ

  1. ପରିଚୟ (୧:୧-୨)
  2. ଉତ୍ତମ ଜୀବନ ଯାପନ କରିବା ନିମନ୍ତେ ସ୍ମରଣ କର, କାରଣ ଈଶ୍ବର ତାହା କରିବାକୁ ଆମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି (୧:୩-୨୧)
  3. ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ ବାଣୀ (୨:୧-୨୨)
  4. ଯୀଶୁଙ୍କ ଦ୍ବିତୀୟ ଆଗମନ ନିମନ୍ତେ ପ୍ରସ୍ତୁତ ହେବାକୁ ଉତ୍ସାହ ପ୍ରଦାନ (୩:୧-୧୭)

୨ ପିତର ପୁସ୍ତକ କିଏ ଲେଖିଥିଲେ?

ଲେଖକ ଆପଣାକୁ ଶିମୋନ ବୋଲି ପରିଚୟ ଦେଉଛନ୍ତି I ଶିମୋନ ପିତର ଜଣେ ପ୍ରେରିତ ଥିଲେ I ସେ ୧ ପିତର ପୁସ୍ତକ ମଧ୍ୟ ଲେଖିଥିଲେ I ପିତର ସମ୍ଭବତଃ ଏହି ପତ୍ର ସେ ରୋମ୍ ରେ ଗୋଟିଏ ବନ୍ଦୀଶାଳାରେ ଥିବା ସମୟରେ ଆପଣାର ଠିକ୍ ମୃତ୍ୟୁପୂର୍ବରୁ ଲେଖିଥିଲେ I ପିତର ଏହାକୁ ତାହାଙ୍କ ଦ୍ବିତୀୟ ପତ୍ର ବୋଲି କହିଥିଲେ, ସେଥିପାଇଁ ଆମ୍ଭେ ଏହାକୁ ୧ ପିତର ପରେ ଲେଖାଯାଇଥିଲା ବୋଲି କହିପାରୁ I ସେ ଏହି ପତ୍ରକୁ ତାହାଙ୍କ ପ୍ରଥମ ପତ୍ର ସଦୃଶ ସେହି ସମାନ ଶ୍ରୋତାମାନଙ୍କୁ ଲେଖୁଛନ୍ତି I ଶ୍ରୋତାମାନେ ସମ୍ଭବତଃ ସମଗ୍ର ଆସିଆ ମାଇନର ସାରା ଛିନ୍ନଭିନ୍ନ ହୋଇଥିବା ଖ୍ରୀଷ୍ଟିୟାନମାନେ ଅଟନ୍ତି I

୨ ପିତର ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ଉତ୍ତମ ଜୀବନ ଯାପନ କରିବାକୁ ବିଶ୍ବାସୀମାନଙ୍କୁ ଉତ୍ସାହ ଦେବାପାଇଁ ପିତର ଏହି ପତ୍ର ଲେଖିଥିଲେ I ସେ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସେମାନଙ୍କୁ ସତର୍କ କରାଇଥିଲେ, ଯେଉଁମାନେ ଯୀଶୁ ପୁନରାଗମନ କରିବାକୁ ବିଳମ୍ବ କରୁଛନ୍ତି ବୋଲି କହୁଥିଲେ I ସେ କହୁଥିଲେ ଯେ ଯୀଶୁ ପୁନରାଗମନ କରିବାକୁ ବିଳମ୍ବ କରୁନାହାନ୍ତି I ତା’ ପରିବର୍ତ୍ତେ, ଈଶ୍ବର ଲୋକମାନଙ୍କୁ ମନପରିବର୍ତ୍ତନ କରିବାକୁ ସମୟ ଦେଉଛନ୍ତି, ଯେପରି ସେମାନେ ପରିତ୍ରାଣ ପାଇବେ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “୨ ପିତର” କିମ୍ବା “ଦ୍ବିତୀୟ ପିତର” ବୋଲି କହିପାରନ୍ତି I କିମ୍ବା ସେମାନେ “ପିତରଙ୍କ ଦ୍ବିତୀୟ ପତ୍ର” କିଅବା “ପିତର ଲେଖିଥିବା ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

ପିତର କେଉଁମାନଙ୍କ ବିରୁଦ୍ଧରେ କଥା କହିଥିଲେ?

ଏହା ସମ୍ଭବ ଯେ ଯେଉଁମାନେ ବିଶେଷ ଜ୍ଞାନବାଦୀ (Gnostics) ଭାବରେ ପରିଚିତ, ସେମାନଙ୍କ ବିରୁଦ୍ଧରେ ପିତର କହିଥିଲେ I ଏହି ଶିକ୍ଷକମାନେ ସେମାନଙ୍କ ନିଜର ଲାଭ ନିମନ୍ତେ ଶାସ୍ତ୍ରର ଶିକ୍ଷାକୁ ବିକୃତ କରୁଥିଲେ I ସେମାନେ ଅଶୁଚି ଭାବରେ ଜୀବନ କାଟୁଥିଲେ ଓ ସେ ପ୍ରକାର ବିଷୟ କରିବାକୁ ଶିକ୍ଷା ଦେଉଥିଲେ I

ଈଶ୍ବର ଶାସ୍ତ୍ରକୁ ପ୍ରେରଣା ଦେଇଥିଲେ ବୋଲି କହିବାର ଅର୍ଥ କଅଣ?

ଶାସ୍ତ୍ରର ଧର୍ମତତ୍ତ୍ବ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ I ୨ ପିତର ପାଠକମାନଙ୍କୁ ବୁଝିବାକୁ ସାହାଯ୍ୟ କରେ ଯେ ଯଦିଓ ଶାସ୍ତ୍ରର ପ୍ରତ୍ୟେକ ଲେଖକ ଆପଣା ଶୈଳୀ ଅନୁସାରେ ଲେଖୁଥିଲେ, ତଥାପି ଈଶ୍ବର ହିଁ ପ୍ରକୃତ ଲେଖକ ଥିଲେ (୧:୨୦-୨୧)I

ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

“ତୁମ୍ଭେମାନେ”ର ଏକବଚନ ଓ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦଟି ପିତରଙ୍କୁ ବୁଝାଏ I ମଧ୍ୟ “ତୁମ୍ଭେମାନେ” ଶବ୍ଦଟି ସବୁବେଳେ ବହୁବଚନ ଅଟେ ଓ ପିତରଙ୍କ ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-exclusivehttps://read.bibletranslationtools.org/u/WA-Catalog/*_tm/translate.html#figs-you)

୨ ପିତରର ଶାସ୍ତ୍ରାଂଶରେ କଅଣସବୁ ମୁଖ୍ୟ ସମସ୍ୟା ଅଛି?

ତଳ ପଦଗୁଡିକ ନିମନ୍ତେ, ବାଇବଲର କେତେକ ନୂତନ ସଂସ୍କରଣ ପୁରାତନ ସଂସ୍କରଣ ଗୁଡିକଠାରୁ ଭିନ୍ନ ଅଟେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖା ପାଦଟୀକାରେ ଉଲ୍ଲେଖ ଅଛି I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I

  • ""ବିଚାର ଦିନ ପର୍ଯ୍ୟନ୍ତ ଅନ୍ଧକାରମୟ ଗହ୍ବରରେ ରଖାଯିବା” (୨:୪) I କେତେକ ଆଧୁନିକ ଓ ପୁରାତନ ସଂସ୍କରଣରେ, “ବିଚାର ଦିନ ପର୍ଯ୍ୟନ୍ତ ଅନ୍ଧକାରମୟ ଗହ୍ବରର କୁଣ୍ଡରେ ରଖାଯିବ” ବୋଲି ଲେଖାଅଛି I
  • ""ତୁମ୍ଭମାନଙ୍କ ସହିତ ଭୋଜନପାନ କରୁଥିବା ସମୟରେ ସେମାନେ ସେମାନଙ୍କ ଭ୍ରଷ୍ଟ କଳ୍ପନାର କାର୍ଯ୍ୟକୁ ଉପଭୋଗ କରନ୍ତି” (୨:୧୩) I କେତେକ ସଂସ୍କରଣରେ, “ତୁମ୍ଭମାନଙ୍କ ସହିତ ପ୍ରେମ ଭୋଜରେ ଭୋଜନପାନ କରୁଥିବା ସମୟରେ ସେମାନେ ସେମାନଙ୍କ ଭ୍ରଷ୍ଟ କଳ୍ପନାର କାର୍ଯ୍ୟକୁ ଉପଭୋଗ କରନ୍ତି” ବୋଲି ଲେଖାଅଛି I
  • “ବିୟୋର” (୨:୧୫) I କେତେକ ଅନ୍ୟ ସଂସ୍କରଣରେ “ବୋସୋର” ବୋଲି ଲେଖାଅଛି I
  • ""ପୁଣି ମୌଳିକବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ” (୩:୧୦) I ଅନ୍ୟ ସଂସ୍କରଣ ଗୁଡିକରେ ଲେଖାଅଛି, “ପୁଣି ମୌଳିକବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ଦଗ୍ଧ ହେବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ କର୍ମସବୁ ଦଗ୍ଧ ହେବ I”

(ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-textvariants)

2 Peter 1

୨ ପିତର ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧-୨ ପଦରେ ପିତର ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାର ଭାବରେ ଆରମ୍ଭ କରୁଥିଲେ I

ଏହି ଅଧ୍ୟାୟର ବିଶେଷ ଧାରଣା

ଈଶ୍ବରଙ୍କ ଜ୍ଞାନ

ଈଶ୍ବରଙ୍କ ଜ୍ଞାନ ପାଇବାର ଅର୍ଥ ହେଉଛି ତାହାଙ୍କର ହେବା ବା ତାହାଙ୍କ ସହିତ ଏକ ସମ୍ପର୍କ ସ୍ଥାପନ କରିବା I ଏଠାରେ “ଜ୍ଞାନ”ର ଅର୍ଥ ଈଶ୍ବରଙ୍କୁ ମାନସିକଭାବରେ କେବଳ ଜାଣିବାଠାରୁ ଅଧିକ ଅଟେ I ଏହା ଏକ ଜ୍ଞାନ ଯାହା ଈଶ୍ବରଙ୍କୁ ଜଣେ ବ୍ୟକ୍ତିକୁ ପରିତ୍ରାଣ କରିବାକୁ ଓ ତାହାକୁ ଅନୁଗ୍ରହ ଓ ଶାନ୍ତି ଦେବାକୁ ପ୍ରେରଣା ଦିଏ I (ଦେଖ: https://read.bibletranslationtools.org/u/WA-Catalog/*_tw/other.html#know)

ଈଶ୍ବର ପରାୟଣ ଜୀବନ ଯାପନ କରିବା

ପିତର ଶିକ୍ଷା ଦେଉଛନ୍ତି ଯେ ଈଶ୍ବର ପରାୟଣ ଜୀବନ ଯାପନ କରିବା ନିମନ୍ତେ ଈଶ୍ବର ବିଶ୍ବାସୀମାନଙ୍କୁ ସେମାନଙ୍କର ସମସ୍ତ ପ୍ରୟୋଜନ ବିଷୟ ଦେଇଅଛନ୍ତି I ଅତଏବ, ବିଶ୍ବାସୀମାନେ ଈଶ୍ବରଙ୍କର ଅଧିକରୁ ଅଧିକ ଆଜ୍ଞାବହ ହେବାନିମନ୍ତେ ସେମାନେ କରିପାରୁଥିବା ସବୁ ବିଷୟ କରିବା ଉଚିତ I ଯଦି ବିଶ୍ବାସୀମାନେ ଏସବୁ କରିବାକୁ ଲାଗିରହିବେ, ତେବେ ସେମାନେ ଯୀଶୁଙ୍କ ସହିତ ଥିବା ସମ୍ପର୍କ ଦ୍ବାରା ଫଳପ୍ରଦ ଓ ଫଳ ଉତ୍ପନ୍ନକାରୀ ହେବେ I କିନ୍ତୁ, ଯଦି ବିଶ୍ବାସୀମାନେ ଈଶ୍ବର ପରାୟଣ ଜୀବନ ଯାପନ କରିବାରେ ଲାଗିରହିବେ ନାହିଁ, ତେବେ ତାହା ଏହା ସଦୃଶ ହେବ ଯେ ସେମାନଙ୍କୁ ପରିତ୍ରାଣ କରିବାପାଇଁ ଈଶ୍ବର ଖ୍ରୀଷ୍ଟଙ୍କ ଦ୍ବାରା ଯାହା କରିଛନ୍ତି, ତାହା ସେମାନେ ପାସୋରି ଯାଇଅଛନ୍ତି I(ଦେଖ: https://read.bibletranslationtools.org/u/WA-Catalog/*_tw/kt.html#godlyhttps://read.bibletranslationtools.org/u/WA-Catalog/*_tw/kt.html#save)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଶାସ୍ତ୍ରର ସତ୍ୟତା

ପିତର ଶିକ୍ଷା ଦେଉଅଛନ୍ତି ଯେ ଶାସ୍ତ୍ରର ଭାବବାଣୀ ମନୁଷ୍ୟକୃତ ନୁହେଁ I ପବିତ୍ର ଆତ୍ମା ଲୋକମାନଙ୍କୁ ଈଶ୍ବରଙ୍କ ବାକ୍ୟ ପ୍ରକାଶ କଲେ, ଆଉ ସେମାନେ ସେଗୁଡିକୁ କହିଥିଲେ ବା ଲେଖିଥିଲେ I ମଧ୍ୟ, ପିତର ଓ ଅନ୍ୟ ପ୍ରେରିତମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ସମୟରେ ଘଟଣାଗୁଡିକୁ କଳ୍ପନା କରି ନ ଥିଲେ I ସେମାନେ ଯୀଶୁ ଯାହା କରିଥିଲେ ଓ ଈଶ୍ବର ଯୀଶୁଙ୍କୁ ଆପଣା ପୁତ୍ର ବୋଲି କହିବାର ଯେ ଶୁଣିଥିଲେ, ସେଥିର ସାକ୍ଷ୍ୟ ଦେଉଥିଲେ I

2 Peter 1:1

General Information:

ପିତର ଆପଣାକୁ ଲେଖକ ଭାବରେ ପ୍ରକାଶ କରୁଛନ୍ତି ଓ ସେ ଲେଖୁଥିବା ବିଶ୍ବାସୀମାନଙ୍କୁ ପ୍ରକାଶ କରି ନମସ୍କାର ଜଣାଉଛନ୍ତି I

slave and apostle of Jesus Christ

ପିତର ଆପଣାକୁ ଖ୍ରୀଷ୍ଟଙ୍କର ଦାସ ବୋଲି କହୁଛନ୍ତି I ତାହାଙ୍କୁ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରେରିତ ହେବାର ପଦ ଓ ଅଧିକାର ଦିଆଯାଇଥିଲା I

to those who have received the same precious faith

ଏହି ଲୋକମାନେ ବିଶ୍ବାସ ପ୍ରାପ୍ତ ହୋଇଅଛନ୍ତି ବୋଲି କହିବା ବିଷୟ ସୂଚାଇଦିଏ ଯେ ଈଶ୍ବର ସେମାନଙ୍କୁ ସେହି ବିଶ୍ବାସ ଦେଇଅଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ବର ସେହି ବହୁମୂଲ୍ୟ ବିଶ୍ବାସ ଦେଇଅଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

to those who have received

ତୁମ୍ଭମାନଙ୍କୁ ...ଯେଉଁମାନେ ପ୍ରାପ୍ତ ହୋଇଅଛନ୍ତି I ପିତର ଏହି ପତ୍ର ପାଠ କରି ପାରୁଥିବା ସବୁ ବିଶ୍ବାସୀମାନଙ୍କୁ ସମ୍ବୋଧନ କରୁଛନ୍ତି I

we have received

ଏଠାରେ “ଆମ୍ଭେମାନେ” ଶବ୍ଦଟି ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ବୁଝାଏ, କିନ୍ତୁ ସେ ଲେଖୁଥିବା ଲୋକମାନଙ୍କୁ ନୁହେଁ I ବିକଳ୍ପ ଅନୁବାଦ: “ଆମ୍ଭେ ପ୍ରେରିତମାନେ ପ୍ରାପ୍ତ ହୋଇଅଛୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-exclusive)

2 Peter 1:2

May grace and peace increase in measure

ଈଶ୍ବର ହିଁ ବିଶ୍ବାସୀମାନଙ୍କୁ ଅନୁଗ୍ରହ ଓ ଶାନ୍ତି ଦେବେ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ଅନୁଗ୍ରହ ଓ ଶାନ୍ତି ବୃଦ୍ଧି କରନ୍ତୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

May grace and peace increase

ପିତର ଶାନ୍ତି ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଆକାରରେ ବା ସଂଖ୍ୟାରେ ବଢିପାରିବ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

in the knowledge of God and of Jesus our Lord

ତୁମେ “ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ସାହାଯ୍ୟରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କୁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଜାଣିବା ଦ୍ବାରା” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)

2 Peter 1:3

General Information:

ଈଶ୍ବର ପରାୟଣ ଜୀବନ ଯାପନ କରିବା ବିଷୟରେ ପିତର ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରୁଛନ୍ତି I

for life and godliness

ଏଠାରେ “ଧର୍ମପରାୟଣତା” ଶବ୍ଦଟି “ଜୀବନ” ଶବ୍ଦକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଏକ ଧର୍ମପରାୟଣ ଜୀବନ ନିମନ୍ତେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-hendiadys)

who called us

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦଟି ପିତର ଓ ତାହାଙ୍କ ଶ୍ରୋତାମାନଙ୍କୁ ବୁଖାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-inclusive)

2 Peter 1:4

Through these

ଏଠାରେ “ଏହିସବୁ” “ତାହାଙ୍କ ଆପଣା ଗୌରବ ଓ ଗୁଣ” କୁ ବୁଝାଏ I

you might be sharers

ତୁମ୍ଭେମାନେ ଦେଇପାର

the divine nature

ଈଶ୍ବରଙ୍କ ସ୍ବଭାବ

having escaped the corruption in the world that is caused by evil desires

କୁଅଭିଳାଷରୁ ଜାତ ବିନାଶ ଦ୍ବାରା ଦୁଃଖଭୋଗ କରୁ ନ ଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ସେହି ବିନାଶରୁ ରକ୍ଷା ପାଉଛନ୍ତି I “ବିନାଶ” ଶବ୍ଦଟି ଗୋଟିଏ ଗୁଣବାଚକ ବିଶେଷ୍ୟ ଯାହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ସାହାଯ୍ୟରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଯେପରି ଏହି ଜଗତର ମନ୍ଦ ଅଭିଳାଷ ତୁମ୍ଭମାନଙ୍କୁ ବିନାଶ ନ କରେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)

2 Peter 1:5

For this reason

ଏହା ପିତର ଏବେ ପୂର୍ବ ପଦଗୁଡିକରେ କହିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଏହିସବୁ କରିଥିବା କାରଣରୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

2 Peter 1:7

brotherly affection

ଏହା ଜଣେ ବନ୍ଧୁ ବା ପରିବାରର ସଦସ୍ୟଙ୍କ ନିମନ୍ତେ ଥିବା ପ୍ରେମକୁ ବୁଝାଏ ଓ ଆତ୍ମିକ ପରିବାରର ଲୋକମାନଙ୍କ ପ୍ରତି ଥିବା ପ୍ରେମ ବି ଏହାର ଅର୍ଥ ହୋଇପାରେ I

2 Peter 1:8

these things

ଏହା ବିଶ୍ବାସ, ସଦ୍ ଗୁଣ, ଜ୍ଞାନ, ସଂଯମ, ଧୈର୍ଯ୍ୟ, ଧର୍ମପରାୟଣତା, ଭ୍ରାତୃସ୍ନେହ ଓ ପ୍ରେମକୁ ବୁଝାଏ, ଯାହା ପିତର ପୂର୍ବ ପଦଗୁଡିକରେ ଉଲ୍ଲେଖ କରିଥିଲେ I

you will not be barren or unfruitful

ଏହି ସବୁ ଗୁଣ ନ ଥିବା ଲୋକ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ଶସ୍ୟ ଉତ୍ପନ୍ନ କରୁ ନ ଥିବା ଗୋଟିଏ କ୍ଷେତ ଅଟେ I ଏହାକୁ ସକରାତ୍ମକ ଶବ୍ଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଉତ୍ପନ୍ନ କରିବ ଓ ଫଳପୂର୍ଣ୍ଣ ହେବ” କିମ୍ବା “ତୁମ୍ଭେମାନେ ଫଳପ୍ରଦ ହେବ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-doublenegatives)

barren or unfruitful

ଏହି ଶବ୍ଦଗୁଡିକ ମୌଳିକ ଭାବରେ ସମାନ ବିଷୟକୁ ବୁଝାଏ ଓ ଗୁରୁତ୍ବ ଦିଏ ଯେ ଏହି ଲୋକ ଯୀଶୁଙ୍କୁ ଜାଣିବା ଦ୍ବାରା ଫଳପ୍ରଦ ହେବ ନାହିଁ କି କୌଣସି ଲାଭ ପାଇବ ନାହିଁ I ବିକଳ୍ପ ଅନୁବାଦ: “ଫଳଶୂନ୍ୟ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-doublet)

in the knowledge of our Lord Jesus Christ

ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ତୁମେ “ଜ୍ଞାନ”କୁ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଜାଣି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)

2 Peter 1:9

whoever lacks these things

ଏହି ସବୁ ବିଷୟ ନ ଥିବା ଯେ କୌଣସି ଲୋକ

is so nearsighted that he is blind

ଏହି ସବୁ ଗୁଣ ନ ଥିବା ଲୋକ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ଜଣେ ଅଦୂରଦର୍ଶୀ ବା ଅନ୍ଧ ଲୋକ, କାରଣ ସେ ସେସବୁର ମୂଲ୍ୟ ବୁଝେ ନାହିଁ I ବିକଳ୍ପ ଅନୁବାଦ: “ଜଣେ ଅଦୂରଦର୍ଶୀ ଲୋକ ସଦୃଶ, ଯେ କି ସେସବୁର ଗୁରୁତ୍ବ ଦେଖିପାରେ ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

he has been cleansed from his past sins

ଏହା ଅନୁବାଦ କରିବାକୁ ତୁମେ ଗୋଟିଏ କ୍ରିୟା ବ୍ୟବହାର କରିପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ତାହାର ପୂର୍ବକୃତ ପାପରୁ ତାହାକୁ ପରିଷ୍କାର କରିଅଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)

2 Peter 1:10

make your calling and election sure

“ଆହ୍ବାନ” ଓ “ମନୋନୟନ”ର ଅର୍ଥ ପ୍ରାୟ ସମାନ ଓ ତାହାଙ୍କର ହେବା ନିମନ୍ତେ ଈଶ୍ବର ସେମାନଙ୍କୁ ମନୋନୀତ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ନିଶ୍ଚିତ କର ଯେ ତାହାଙ୍କର ହେବା ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-doublet)

you will not stumble

ଏଠାରେ “ଝୁଣ୍ଟିପଡ଼ିବା” ଶବ୍ଦ ହୁଏତ ୧) ପାପ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପାପପୂର୍ଣ୍ଣ ବ୍ୟବହାର କରିବ ନାହିଁ” କିମ୍ବା ୨) ଖ୍ରୀଷ୍ଟଙ୍କ ପ୍ରତି ଅବିଶ୍ବସ୍ତ ହେବା ବିଷୟକୁ ବୁଝାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ପ୍ରତି ଅବିଶ୍ବସ୍ତ ହେବ ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Peter 1:11

there will be richly provided for you an entrance into the eternal kingdom

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଅନନ୍ତ ରାଜ୍ୟରେ ସ୍ବଚ୍ଛନ୍ଦରେ ପ୍ରବେଶ କରିବାକୁ ଦେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

an entrance

ପ୍ରବେଶ କରିବାକୁ ଏକ ସୁଯୋଗ

2 Peter 1:12

Connecting Statement:

ସେମାନଙ୍କୁ ସ୍ମରଣ କରାଇବାକୁ ଓ ଶିକ୍ଷାଦେବାକୁ ତାହାଙ୍କର ଦାୟିତ୍ବ ଅଛି ବୋଲି ପିତର ବିଶ୍ବାସୀମାନଙ୍କୁ କହୁଛନ୍ତି I

you are strong in the truth

ଏହିସବୁ ବିଷୟର ସତ୍ୟକୁ ତୁମ୍ଭେମାନେ ଦୃଢ଼ଭାବରେ ବିଶ୍ବାସ କରୁଅଛ

2 Peter 1:13

to stir you up by way of reminder

ଏଠାରେ “ଜାଗ୍ରତ କରାଇବା”ର ଅର୍ଥ ଜଣକୁ ନିଦ୍ରାରୁ ଜଗାଇବା I ଏହିସବୁ ବିଷୟରେ ଆପଣା ପାଠକମାନଙ୍କୁ ଚିନ୍ତା କରାଇବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ସେମାନଙ୍କୁ ନିଦ୍ରାରୁ ଜଗାଉଛନ୍ତି I ବିକଳ୍ପ ଅନୁବାଦ: “ଏହିସବୁ ବିଷୟରେ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ, ଯେପରି ତୁମ୍ଭେମାନେ ସେସବୁ ବିଷୟରେ ଚିନ୍ତା କରିବ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

as long as I am in this tent

ଆପଣା ଶରୀର ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତମ୍ବୁ, ଯାହା ସେ ପରିଧାନ କରିଛନ୍ତି ଓ ଶୀଘ୍ର ତ୍ୟାଗ କରିବେ I ଆପଣା ଶରୀରରେ ଥିବାର ଅର୍ଥ ହେଉଛି ଜୀବିତ ହୋଇ ରହିବା ଓ ତ୍ୟାଗ କରିବାର ଅର୍ଥ ହେଉଛି ମୃତ୍ୟୁଭୋଗ କରିବା I ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ମୁଁ ଏହି ଶରୀରରେ ଅଛି” କିମ୍ବା “ଯେପର୍ଯ୍ୟନ୍ତ ମୁଁ ଜୀବିତ ଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-euphemism)

2 Peter 1:14

the putting off of my tent will be soon

ଆପଣା ଶରୀର ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତମ୍ବୁ, ଯାହା ସେ ପରିଧାନ କରିଛନ୍ତି ଓ ଶୀଘ୍ର ତ୍ୟାଗ କରିବେ I ଆପଣା ଶରୀରରେ ଥିବାର ଅର୍ଥ ହେଉଛି ଜୀବିତ ହୋଇ ରହିବା ଓ ତ୍ୟାଗ କରିବାର ଅର୍ଥ ହେଉଛି ମୃତ୍ୟୁଭୋଗ କରିବା I ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ଏହି ଶରୀର ତ୍ୟାଗ କରିବି” କିମ୍ବା “ମୁଁ ଶୀଘ୍ର ମୃତ୍ୟୁଭୋଗ କରିବି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-euphemism)

2 Peter 1:15

you may be always able to remember these things

ଏଠାରେ “ଏହି ସମସ୍ତ ବିଷୟ” ଶବ୍ଦଗୁଡିକ ପିତର ପୂର୍ବପଦଗୁଡିକରେ କହିଥିବା ପ୍ରତ୍ୟେକ ବିଷୟକୁ ବୁଝାଏ I

after my departure

ପିତର ଆପଣା ମୃତ୍ୟୁ ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ସ୍ଥାନ ଛାଡ଼ି ଆଉ ଗୋଟିଏ ସ୍ଥାନକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ମୋହର ମୃତ୍ୟୁ ପରେ” କିମ୍ବା “ମୁଁ ମୃତ୍ୟୁଭୋଗ କରିବା ପରେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-euphemism)

2 Peter 1:16

Connecting Statement:

ପିତର ଆପଣା ଶିକ୍ଷା ଦେବା ଜାରିରଖି ବିଶ୍ବାସୀମାନଙ୍କୁ ବୁଝାଉଛନ୍ତି ଯେ ସେସବୁ କାହିଁକି ବିଶ୍ବାସଯୋଗ୍ୟ I

For we did not follow cleverly invented myths

ଏଠାରେ “ଆମ୍ଭେମାନେ” ଶବ୍ଦ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ବୁଝାଏ, ପାଠକମାନଙ୍କୁ ନୁହେଁ I ବିକଳ୍ପ ଅନୁବାଦ: “କାରଣ ଆମ୍ଭେ ପ୍ରେରିତମାନେ ଚତୁରତା ସହ କଳ୍ପିତ କାହାଣୀକୁ ଅବଲମ୍ବନ କରୁନାହୁଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-exclusive)

the power and the coming

ଏହି ଦୁଇଟି ବାକ୍ୟାଂଶ ଏକା ବିଷୟକୁ ଉଲ୍ଲେଖ କରୁଥାଇପାରନ୍ତି ଓ ଏହାକୁ ଗୋଟିଏ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଶକ୍ତିଯୁକ୍ତ ଆଗମନ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-hendiadys)

the coming of our Lord Jesus Christ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପ୍ରଭୁ ଯୀଶୁଙ୍କ ଭବିଷ୍ୟତର ଦ୍ବିତୀୟ ଆଗମନ କିମ୍ବା ୨) ପ୍ରଭୁ ଯୀଶୁଙ୍କ ପ୍ରଥମ ଆଗମନ I

our Lord Jesus Christ

ଏଠାରେ “ଆମ୍ଭମାନଙ୍କ” ଶବ୍ଦ ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-inclusive)

2 Peter 1:17

when a voice was brought to him by the Majestic Glory

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ମହାଗୌରବ ମଧ୍ୟରୁ ଆସୁଥିବା ଗୋଟିଏ ବାଣୀ ଶୁଣିଲେ” କିମ୍ବା “ଯେତେବେଳେ ସେ ମହାଗୌରବ ମଧ୍ୟରୁ ତାହାଙ୍କୁ କୁହାଯାଉଥିବା ଗୋଟିଏ ବାଣୀ ଶୁଣିଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

the Majestic Glory saying

ପିତର ଈଶ୍ବରଙ୍କୁ ତାହାଙ୍କ ଗୌରବ ପ୍ରମାଣେ ଉଲ୍ଲେଖ କରନ୍ତି I ଏହା ଗୋଟିଏ ଶବ୍ଦର ବିଲୋପ ଯାହା ଈଶ୍ବରଙ୍କ ନାମକୁ ତାହାଙ୍କ ପ୍ରତି ସମ୍ମାନର ଦୃଷ୍ଟିରୁ ବ୍ୟବହାର କରିବାକୁ ଏଡ଼ାଉଛି I ବିକଳ୍ପ ଅନୁବାଦ: “ଈଶ୍ବର, ମହାଗୌରବ, କହୁଅଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymyhttps://read.bibletranslationtools.org/u/WA-Catalog/*_tm/translate.html#figs-euphemism)

2 Peter 1:18

We ourselves heard this voice brought from heaven

“ଆମ୍ଭେମାନେ” ଶବ୍ଦ ଲଗାଇ, ପିତର ଆପଣାକୁ ଏବଂ ଈଶ୍ବରଙ୍କ ବାଣୀ ଶୁଣିଥିବା ଶିଷ୍ୟ ଯାକୁବ ଓ ଯୋହନଙ୍କୁ ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିଜେ ସ୍ବର୍ଗରୁ ଆସିଥିବା ଏହି ବାଣୀ ଶୁଣିଥିଲୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-exclusive)

heard this voice brought from heaven

ସ୍ବର୍ଗରୁ କହିଥିବା ବ୍ୟକ୍ତିଙ୍କର ବାଣୀ ଶୁଣିଲୁ

we were with him

ଆମ୍ଭେମାନେ ଯୀଶୁଙ୍କ ସହିତ ଥିଲୁ

2 Peter 1:19

General Information:

ପିତର ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ବିଶ୍ବାସୀମାନଙ୍କୁ ସତର୍କ କରାଇବାକୁ ଆରମ୍ଭ କରୁଛନ୍ତି I

For we have this prophetic word made more sure

ପିତର ଓ ଅନ୍ୟ ପ୍ରେରିତମାନେ ଯାହାସବୁ ଦେଖିଥିଲେ, ଯାହା ସେ ପୂର୍ବ ପଦଗୁଡିକରେ ବର୍ଣ୍ଣନା କରିଥିଲେ, ତାହା ଭାବବାଦୀମାନେ କହିଥିବା ବିଷୟକୁ ଦୃଢ଼ୀଭୂତ କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖିଥିବା ବିଷୟସବୁ ଏହି ଭାବବାଣୀର ବାକ୍ୟକୁ ଅଧିକ ନିଶ୍ଚିତ କରୁଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicithttps://read.bibletranslationtools.org/u/WA-Catalog/*_tm/translate.html#figs-activepassive)

For we have

ଏଠାରେ “ଆମ୍ଭେମାନେ” ଶବ୍ଦ ପିତର ଓ ତାହାଙ୍କ ଶ୍ରୋତାମାନଙ୍କୁ ମିଶାଇ ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-inclusive)

this prophetic word made

ଏହା ପୁରାତନ ନିୟମକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା କହିଥିଲେ, ଶାସ୍ତ୍ର ତାହା ଦୃଢ଼ କଲା” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

you do well to pay attention to it

ଭାବବାଣୀର ବାକ୍ୟ ପ୍ରତି ଅତି ମନଯୋଗୀ ହେବାକୁ ପିତର ବିଶ୍ବାସୀମାନଙ୍କୁ ଉପଦେଶ ଦେଉଛନ୍ତି I

as to a lamp shining in a dark place, until the day dawns

ପିତର ଭାବବାଣୀର ବାକ୍ୟକୁ ଗୋଟିଏ ପ୍ରଦୀପ ସଦୃଶ ତୁଳନା କରୁଛନ୍ତି, ଯାହା ପ୍ରଭାତରେ ଆଲୁଅ ଆସିବା ପର୍ଯ୍ୟନ୍ତ ଅନ୍ଧକାରରେ ଆଲୁଅ ଦେଇଥାଏ I ସକାଳ ଆସିବା ବିଷୟ ଖ୍ରୀଷ୍ଟଙ୍କର ଆଗମନକୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-simile)

the morning star rises in your hearts

ପିତର ଖ୍ରୀଷ୍ଟଙ୍କୁ “ପ୍ରଭାତୀ ତାରା” ବୋଲି କହୁଛନ୍ତି, ଯାହା ପାହାନ୍ତାକୁ ଓ ଅନ୍ଧକାରର ସମାପ୍ତି ନିକଟହୋଇ ଆସୁଥିବା ବିଷୟକୁ ସୂଚାଏ I ଖ୍ରୀଷ୍ଟ ସମସ୍ତ ସନ୍ଦେହକୁ ଦୂରକରି ଓ ସେ କିଏ, ସେ ବିଷୟରେ ପୂର୍ଣ୍ଣ ଜ୍ଞାନଦେଇ ବିଶ୍ବାସୀମାନଙ୍କ ହୃଦୟକୁ ଆଲୁଅ ଆଣିବେ I ଏଠାରେ “ହୃଦୟ” ଗୋଟିଏ ରୂପକ ଭାବରେ ଲୋକମାନଙ୍କ ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ଗୋଟିଏ ପ୍ରଭାତୀ ତାରା ଆପଣା ଆଲୁଅରେ ଜଗତକୁ ଆଲୋକମୟ କରିବା ସଦୃଶ ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ହୃଦୟକୁ ଆପଣା ଆଲୁଅରେ ଆଲୋକମୟ କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-metonymy)

the morning star

“ପ୍ରଭାତୀ ତାରା” ଶୁକ୍ର ଗ୍ରହକୁ ବୁଝାଏ, ଯାହା ବେଳେବେଳେ ଠିକ୍ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଦିତ ହୋଇ ପାହାନ୍ତା ନିକଟବର୍ତ୍ତୀ ବୋଲି ସୂଚାଏ I

2 Peter 1:20

Above all, you must understand

ଅଧିକନ୍ତୁ, ତୁମ୍ଭମାନେ ବୁଝିବା ଆବଶ୍ୟକ

no prophecy comes from someone's own interpretation

ସମ୍ଭାବିତ ଅର୍ଥଗୁଡିକହେଲା ୧) ଭାବବାଦୀମାନେ ସେମାନଙ୍କ ନିଜଠାରୁ ଭାବବାଣୀ କଲେ ନାହିଁ କିମ୍ବା ୨) ଭାବବାଣୀ ବୁଝିବାପାଇଁ ଲୋକେ ପବିତ୍ର ଆତ୍ମାଙ୍କ ଉପରେ ନିର୍ଭର ରଖିବା ଉଚିତ କିଅବା ୩) ସମଗ୍ର ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବିଶ୍ବାସୀମାନଙ୍କ ସହାୟତାରେ ଲୋକେ ଭାବବାଣୀକୁ ତର୍ଜମା କରିବା ଉଚିତ I

2 Peter 1:21

men spoke from God when they were carried along by the Holy Spirit

ଈଶ୍ବର ଯାହା ଚାହୁଁଥିଲେ, ତାହା ଲେଖିବାକୁ ପବିତ୍ର ଆତ୍ମା ଭାବବାଦୀମାନଙ୍କୁ ସାହାଯ୍ୟ କରିବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ପବିତ୍ର ଆତ୍ମା ସେମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବହିନେଉଥିଲେ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ସେମାନଙ୍କୁ ଯେପରି ଚାଳିତ କଲେ, ମନୁଷ୍ୟମାନେ ସେପରି ଈଶ୍ବରଙ୍କଠାରୁ କଥା କହିଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Peter 2

୨ ପିତର ୦୨ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଶରୀର

”ଶରୀର” ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବର ଗୋଟିଏ ରୂପକ I ମନୁଷ୍ୟର ଶାରୀରିକ ଅଂଶ ପାପପୂର୍ଣ୍ଣ ନୁହେଁ I “ଶରୀର” ହେଉଛି ପାପପୂର୍ଣ୍ଣ ସ୍ବଭାବ, ଯାହା ସମସ୍ତ ଈଶ୍ବରପରାୟଣ ବିଷୟକୁ ଅଗ୍ରାହ୍ୟ କରି ପାପମୟ ବିଷୟକୁ ଇଚ୍ଛା କରିଥାଏ I ଯୀଶୁଙ୍କଠାରେ ବିଶ୍ବାସକରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ପୂର୍ବରୁ ଏହା ସବୁ ମନୁଷ୍ୟର ଅବସ୍ଥା ଅଟେ I(ଦେଖ: https://read.bibletranslationtools.org/u/WA-Catalog/*_tw/kt.html#flesh)

ଅର୍ଥବୋଧକ ସୂଚନା

ଯଦି ପୁରାତନ ନିୟମ ଏପର୍ଯ୍ୟନ୍ତ ଅନୁବାଦ ହୋଇ ନ ଥାନ୍ତା ତେବେ ୨:୪-୮ରେ ଉଲ୍ଲିଖିତ ଅନେକ ଉଦାହରଣ ବୁଝିବା କଷ୍ଟକର ହୁଅନ୍ତା I ଅଧିକ ବିଶ୍ଳେଷଣର ଆବଶ୍ୟକ ହୋଇଥାନ୍ତା I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

2 Peter 2:1

General Information:

ପିତର ବିଶ୍ବାସୀମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ କରାଇବାକୁ ଆରମ୍ଭ କରୁଛନ୍ତି I

False prophets came to the people, and false teachers will also come to you

ଯେପରି ଭଣ୍ଡ ଭାବବାଦୀମାନେ ସେମାନଙ୍କ କଥାରେ ଇଶ୍ରାୟେଲକୁ ପ୍ରବଞ୍ଚନା କରିବାକୁ ଆସିଥିଲେ, ସେପରି ଭଣ୍ଡ ଶିକ୍ଷକମାନେ ଖ୍ରୀଷ୍ଟଙ୍କ ବିଷୟରେ ଭ୍ରାନ୍ତଶିକ୍ଷା ଦେବାକୁ ଆସିବେ I

destructive heresies

“ଭ୍ରାନ୍ତ ମତ” ଶବ୍ଦଟି ଖ୍ରୀଷ୍ଟ ଓ ପ୍ରେରିତମାନଙ୍କ ଶିକ୍ଷାର ବିପରୀତ ମତବାଦକୁ ବୁଝାଏ I ଏହି ଭ୍ରାନ୍ତ ଶିକ୍ଷା, ତହିଁରେ ବିଶ୍ବାସ କରୁଥିବା ଲୋକମାନଙ୍କ ବିଶ୍ବାସକୁ ବିନାଶ କରେ I

the master who bought them

ଏଠାରେ “କର୍ତ୍ତା” ଶବ୍ଦଟି ଦାସମାନଙ୍କୁ କ୍ରୟ କରିଥିବା ବ୍ୟକ୍ତିକୁ ବୁଝାଏ I ପିତର ଯୀଶୁଙ୍କୁ ସେ ଆପଣା ମୃତ୍ୟୁର ମୂଲ୍ୟ ଦ୍ବାରା କ୍ରୟ କରିଥିବା ଲୋକମାନଙ୍କ କର୍ତ୍ତା ବୋଲି କହୁଛନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-explicit)

2 Peter 2:2

sensuality

ଅନୈତିକ ଯୌନ ସମ୍ପର୍କ

the way of truth will be blasphemed

“ସତ୍ୟ ମାର୍ଗ” ବାକ୍ୟାଂଶଟି ଖ୍ରୀଷ୍ଟିୟାନ ବିଶ୍ବାସକୁ ଈଶ୍ବରଙ୍କ ସତ୍ୟ ମାର୍ଗ ଭାବରେ ଉଲ୍ଲେଖ କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅବିଶ୍ବାସୀମାନେ ସତ୍ୟମାର୍ଗର ନିନ୍ଦା କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Peter 2:3

exploit you with deceptive words

ସେମାନଙ୍କୁ ଅର୍ଥ ଦେବାକୁ ମିଥ୍ୟା କଥା କହି ତୁମ୍ଭମାନଙ୍କୁ ଭୁଲାଇବେ

their condemnation has not been idle, and their destruction is not asleep

“ଦଣ୍ଡ” ଓ “ବିନାଶ” ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେଗୁଡିକ କାର୍ଯ୍ୟ କରୁଥିବା ଲୋକମାନେ ଅଟନ୍ତି I ଏହି ଦୁଇଟି ବାକ୍ୟାଂଶ ମୌଳିକ ଭାବରେ ଏକା ଅର୍ଥକୁ ବୁଝାଏ ଓ ଗୁରୁତ୍ବ ଦିଏ ଯେ କେତେ ଶୀଘ୍ର ଭଣ୍ଡ ଶିକ୍ଷକମାନେ ଦଣ୍ଡ ପାଇବେ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-personificationhttps://read.bibletranslationtools.org/u/WA-Catalog/*_tm/translate.html#figs-parallelism)

their condemnation has not been idle, and their destruction is not asleep

ତୁମେ ଏହି ବାକ୍ୟାଂଶଗୁଡିକୁ କ୍ରିୟା ଲଗାଇ ସକରାତ୍ମକ ଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ଶୀଘ୍ର ଦଣ୍ଡ ଦେବେ; ସେ ସେମାନଙ୍କୁ ବିନାଶ କରିବାକୁ ପ୍ରସ୍ତୁତ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-doublenegativeshttps://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)

2 Peter 2:4

Connecting Statement:

ଯେଉଁମାନେ ଈଶ୍ବରଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିଲେ ଓ ଯେଉଁମାନଙ୍କୁ ଈଶ୍ବର ସେମାନଙ୍କ କାର୍ଯ୍ୟ ସକାଶୁ ଦଣ୍ଡ ଦେଇଥିଲେ, ପିତର ସେମାନଙ୍କ ଦୃଷ୍ଟାନ୍ତ ଦେଉଛନ୍ତି I

did not spare

ଦଣ୍ଡ ଦେବାରୁ ଅଟକିଲେ ନାହିଁ କିମ୍ବା “ଦଣ୍ଡ ଦେଲେ”

he handed them down to Tartarus

“ଅନ୍ଧକାରମୟ ଗହ୍ବର” ଗ୍ରୀକ୍ ଧର୍ମରୁ ଆସିଥିବା ଗୋଟିଏ ଶବ୍ଦ, ଯାହା ଗୋଟିଏ ସ୍ଥାନକୁ ବୁଝାଏ, ଯେଉଁଠାରେ ମନ୍ଦ ଆତ୍ମାମାନେ ଓ ମୃତ୍ୟୁଭୋଗ କରିଥିବା ଦୁଷ୍ଟ ଲୋକମାନେ ଦଣ୍ଡ ପାଇଥାନ୍ତି I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ନରକରେ ନିକ୍ଷେପ କଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

to be kept in chains of lower darkness

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଠାରେ ସେ ସେମାନଙ୍କୁ ଅନ୍ଧକାରମୟ ଗହ୍ବରରେ ବାନ୍ଧି ରଖିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

in chains of lower darkness

ସମ୍ଭାବିତ ଅର୍ଥଗୁଡିକହେଲା ୧) “ଗୋଟିଏ ଅତି ଅନ୍ଧକାରମୟ ସ୍ଥାନରେ ବାନ୍ଧି” କିମ୍ବା ୨) “ସେମାନଙ୍କୁ ଗଭୀର ଅନ୍ଧକାରରେ ଜଞ୍ଜିରରେ ବାନ୍ଧି ବନ୍ଦୀକରି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

until the judgment

ଏହା ବିଚାର ଦିନକୁ ବୁଝାଏ, ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ I

2 Peter 2:5

he did not spare the ancient world

ଏଠାରେ “ଜଗତ” ତହିଁରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ପୁରାତନ ଜଗତରେ ବାସ କରୁଥିବା ଲୋକମାନଙ୍କୁ ଛାଡିଲେ ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

he preserved Noah ... along with seven others

ଯେତେବେଳେ ଈଶ୍ବର ପୁରାତନ ଜଗତରେ ବାସ କରୁଥିବା ଅବଶିଷ୍ଟ ଲୋକମାନଙ୍କୁ ବିନାଶ କଲେ, ସେ ନୋହ ଓ ଅନ୍ୟ ସାତ ଜଣକୁ ବିନାଶ କଲେ ନାହିଁ I

2 Peter 2:6

reduced the cities of Sodom and Gomorrah to ashes

ସଦୋମ ଓ ଗମୋରା ନଗରୀକୁ ସମ୍ପୂର୍ଣ୍ଣ ଭସ୍ମସାତ୍ ହେବା ପର୍ଯ୍ୟନ୍ତ ଦଗ୍ଧ କଲେ

condemned them to destruction

ଏଠାରେ “ସେମାନଙ୍କୁ” ଶବ୍ଦ ସଦୋମ ଓ ଗମୋରା ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I

as an example of what is to happen to the ungodly

ଈଶ୍ବରଙ୍କ ଅନାଜ୍ଞାବହ ଅନ୍ୟ ଲୋକମାନଙ୍କ ପ୍ରତି କଅଣ ଘଟିବ, ସେ ବିଷୟରେ ସଦୋମ ଓ ଗମୋରା ଗୋଟିଏ ଦୃଷ୍ଟାନ୍ତ ଏବଂ ସତର୍କବାଣୀ ଅଟେ I

2 Peter 2:7

Connecting Statement:

ପିତର ଲୋଟଙ୍କ ଦୃଷ୍ଟାନ୍ତ ଦେଉଛନ୍ତି, ଯାହାଙ୍କୁ ଈଶ୍ବର ଦଣ୍ଡ ପାଇବାକୁ ଯୋଗ୍ୟ ଲୋକମାନଙ୍କ ମଧ୍ୟରୁ ଉଦ୍ଧାର କରିଥିଲେ I

the sensual behavior of lawless people

ଈଶ୍ବରଙ୍କ ବ୍ୟବସ୍ଥା ଲଂଘନ କରିଥିବା ଲୋକମାନଙ୍କ କାମୁକତାପୂର୍ଣ୍ଣ ବ୍ୟବହାର

2 Peter 2:8

that righteous man

ଏହା ଲୋଟଙ୍କୁ ବୁଝାଏ I

was tormented in his righteous soul

ଏଠାରେ “ଆତ୍ମା” ଶବ୍ଦ ଲୋଟଙ୍କ ଭାବନା ଓ ଆବେଗକୁ ବୁଝାଏ I ସଦୋମ ଓ ଗମୋରାର ନାଗରିକମାନଙ୍କ କାମୁକତାପୂର୍ଣ୍ଣ ବ୍ୟବହାର ତାହାଙ୍କୁ ଆବେଗିକ ଭାବରେ ବ୍ୟଥିତ କଲା I ବିକଳ୍ପ ଅନୁବାଦ: “ଅତିଶୟ ବ୍ୟଥିତ ହେଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-synecdoche)

2 Peter 2:10

Connecting Statement:

ପିତର ଅଧାର୍ମିକ ଲୋକମାନଙ୍କ ଚରିତ୍ରକୁ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I

This is especially true

“ଏହା” ୨ ପିତର ୨:୯ରେ ବିଚାର ଦିନ ଆସିବା ପର୍ଯ୍ୟନ୍ତ ଈଶ୍ବର ଅଧାର୍ମିକ ଲୋକମାନଙ୍କୁ ବନ୍ଦୀରେ ରଖିଥିବା ବିଷୟକୁ ବୁଝାଏ I

those who continue in the corrupt desires of the flesh

ଏଠାରେ “ଶରୀରର କାମାଭିଲାଷ” ବାକ୍ୟାଂଶ ପାପପୂର୍ଣ୍ଣ ପ୍ରକୃତିର ଅଭିଳାଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଆପଣା ଆପଣା ଭ୍ରଷ୍ଟ, ପାପପୂର୍ଣ୍ଣ ଅଭିଳାଷରେ ଜଡ଼ିତ ହୁଅନ୍ତି”

despise authority

ଈଶ୍ବରଙ୍କ ଅଧିକାରର ବଶୀଭୂତ ହେବାକୁ ଅଗ୍ରାହ୍ୟ କରନ୍ତି I ଏଠାରେ “ଅଧିକାର” ଶବ୍ଦ ସମ୍ଭବତଃ ଈଶ୍ବରଙ୍କ ଅଧିକାରକୁ ବୁଝାଏ I

authority

ଏଠାରେ “ଅଧିକାର” ଈଶ୍ବରଙ୍କୁ ବୁଝାଏ, ଯାହାଙ୍କର ଆଜ୍ଞା ଦେବା ନିମନ୍ତେ ଓ ଅନାଜ୍ଞାବହତାକୁ ଦଣ୍ଡ ଦେବା ନିମନ୍ତେ ଅଧିକାର ଅଛି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

self-willed

ଯାହା କରିବାକୁ ଚାହାନ୍ତି, କରନ୍ତି

the glorious ones

ଏହି ବାକ୍ୟାଂଶ ଦୂତ ବା ମନ୍ଦ ଆତ୍ମା ପରି ଆତ୍ମିକ ପ୍ରାଣୀକୁ ବୁଝାଏ I

2 Peter 2:11

greater strength and power

ଭଣ୍ଡ ଶିକ୍ଷକମାନଙ୍କଠାରୁ ଅଧିକ ଶକ୍ତି ଓ ପରାକ୍ରମ

they do not bring insulting judgments against them

“ସେମାନେ” ଶବ୍ଦ ଦୂତମାନଙ୍କୁ ବୁଝାଏ I “ସେମାନଙ୍କ” ଶବ୍ଦର ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଗୌରବମୟ ଦୂତମାନେ କିମ୍ବା ୨) ଭଣ୍ଡ ଶିକ୍ଷକମାନେ I

bring insulting judgments against them

ଦୂତମାନେ ସେମାନଙ୍କୁ ନିନ୍ଦା କରିବାର ଚିନ୍ତାଧାରା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ନିନ୍ଦାକୁ ଅସ୍ତ୍ରଭାବରେ ବ୍ୟବହାର କରି ଆକ୍ରମଣ କରିବେ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Peter 2:12

these unreasoning animals are naturally made for capture and destruction.

ପଶୁମାନେ ଯେପରି ତର୍କ କରିପାରନ୍ତି ନାହିଁ, ଏହି ଲୋକମାନଙ୍କ ସହିତ ତର୍କ କରିହେବ ନାହିଁ I ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଅଜ୍ଞାନ ପଶୁତୁଲ୍ୟ, ଯେଉଁମାନେ ଧୃତହୋଇ ବିନଷ୍ଟ ହେବା ନିମନ୍ତେ ଜାତ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

They do not know what they insult

ସେମାନେ ଜାଣୁ ନ ଥିବା ବା ବୁଝୁ ନ ଥିବା ବିଷୟରେ ମନ୍ଦ କଥା କହନ୍ତି

They will be destroyed

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ବିନଷ୍ଟ କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Peter 2:13

They will receive the reward of their wrongdoing

ଭଣ୍ଡ ଶିକ୍ଷକମାନେ ପାଇବାକୁ ଥିବା ଦଣ୍ଡ ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବେତନ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ମନ୍ଦ କାର୍ଯ୍ୟ ନିମନ୍ତେ ସେମାନଙ୍କ ଯୋଗ୍ୟ ବିଷୟ ପାଇବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-irony)

luxury during the day

ଏଠାରେ “ବିଳାସ” ଶବ୍ଦ ଭୋଜନପାନ, ମଦ୍ୟପାନ ଓ ବ୍ୟଭିଚାର କାର୍ଯ୍ୟଜନିତ ଅନୈତିକ କାର୍ଯ୍ୟକଳାପକୁ ବୁଝାଏ I ଦିନବେଳେ ଏହିସବୁ କାର୍ଯ୍ୟ କରିବା ବିଷୟ ସୂଚାଏ ଯେ ଏହି ଲୋକମାନେ ଏପରି କାର୍ଯ୍ୟରେ ଲଜ୍ଜିତ ନ ଥଲେ I

They are stains and blemishes

“କଳଙ୍କ” ଓ “ନିନ୍ଦା” ଶବ୍ଦଗୁଡିକ ଏକାପରି ଅର୍ଥକୁ ବୁଝାଏ I ପିତର ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ଏହା ବସ୍ତ୍ରରେ ଗୋଟିଏ ଦାଗପରି, ଯାହା ପରିଧାନ କରିଥିବା ଲୋକକୁ ଲଜ୍ଜା ଦେଇଥାଏ I ବିକଳ୍ପ ଅନୁବାଦ: “ସେମାନେ ବସ୍ତ୍ରରେ ଦାଗ ଓ କଳଙ୍କ ସଦୃଶ, ଯାହା ଅପମାନ ଆଣିଥାଏ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-doublet)

2 Peter 2:14

They have eyes full of adultery

ଏଠାରେ “ଚକ୍ଷୁ” ସେମାନଙ୍କ ଅଭିଳାଷକୁ ବୁଝାଏ ଓ “ଚକ୍ଷୁ ପରିପୂର୍ଣ୍ଣ”ର ଅର୍ଥ ସେମାନେ ନିରନ୍ତର ସେହି ବିଷୟ ଚାହୁଁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ନିରନ୍ତର ବ୍ୟଭିଚାର କରିବାକୁ ଚାହୁଁଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

they are never satisfied with sin

ଯଦିଓ ସେମାନେ ସେମାନଙ୍କ ଅଭିଳାଷକୁ ପରିତୃପ୍ତ କରିବା ପାଇଁ ପାପ କରନ୍ତି, ସେମାନେ କରୁଥିବା ପାପ କଦାପି ପରିତୃପ୍ତ କରେ ନାହିଁ I

They entice unstable souls

ଏଠାରେ “ଆତ୍ମା” ବ୍ୟକ୍ତିମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-synecdoche)

hearts trained in covetousness

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ଓ ଆବେଗକୁ ବୁଝାଏ I ସେମାନଙ୍କର ଅଭ୍ୟାସଗତ କାର୍ଯ୍ୟ ସକାଶୁ, ଲୋଭ ବିଷୟକ ଚିନ୍ତା ଓ କାର୍ଯ୍ୟ କରିବାକୁ ସେମାନେ ଆପଣା ଆପଣାକୁ ଶିକ୍ଷିତ କରିଅଛନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

2 Peter 2:15

They have abandoned the right way and have wandered off to follow

ଏହି ଭଣ୍ଡ ଶିକ୍ଷକମାନେ ସତ୍ୟ ମାର୍ଗ ପରିତ୍ୟାଗ କରି ପଥ ଭ୍ରଷ୍ଟ ହୋଇଅଛନ୍ତି I ଭଣ୍ଡ ଶିକ୍ଷକମାନେ ଈଶ୍ବରଙ୍କ ବାଧ୍ୟହେବାକୁ ଅଗ୍ରାହ୍ୟ କରିଅଛନ୍ତି, କାରଣ ସେମାନେ ଯାହା ସତ୍ୟ, ତାହା ଅଗ୍ରାହ୍ୟ କରିଛନ୍ତି I

the right way

ଈଶ୍ବରଙ୍କୁ ଗୌରବ ଦେଉଥିବା ସତ୍ୟ ବ୍ୟବହାର ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଯିବାପାଇଁ ଗୋଟିଏ ପଥ ଅଟେ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Peter 2:16

he obtained a rebuke

ତୁମେ ନିର୍ଦ୍ଦିଷ୍ଟ କରିପାରିବ ଯେ ଈଶ୍ବର ହିଁ ବିଲିୟାମକୁ ଅନୁଯୋଗ କରିଥିଲେ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଅନୁଯୋଗ କଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)

a mute donkey speaking in a human voice

ଗୋଟିଏ ଗଧ, ଯାହା ସ୍ବାଭାବିକ ଭାବରେ କଥା କହିବାକୁ ଅସମର୍ଥ, ଜଣେ ମନୁଷ୍ୟର ସ୍ବରରେ କଥା କହିଲା I

stopped the prophet's insanity

ଭାବବାଦୀର ନିର୍ବୋଧ କାର୍ଯ୍ୟକୁ ଅଟକାଇବା ପାଇଁ ଈଶ୍ବର ଗୋଟିଏ ଗଧକୁ ବ୍ୟବହାର କଲେ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

2 Peter 2:17

These men are springs without water

ଜଳ ବହୁଥିବା ନିର୍ଝର ତୃଷିତ ଲୋକମାନଙ୍କ ପାଇଁ ପ୍ରାଣ ତୃପ୍ତକାରୀ ହୋଇଥାଏ, କିନ୍ତୁ “ନିର୍ଜଳ ନିର୍ଝର” ତୃଷିତ ଲୋକମାନଙ୍କ ପାଇଁ ନିରାଶା ଅଟେ I ସେହିପରି, ଭଣ୍ଡ ଶିକ୍ଷକମାନେ, ଯଦିଓ ଅନେକ କିଛି ପ୍ରତିଜ୍ଞା କରନ୍ତି, ପ୍ରତିଜ୍ଞା କରିଥିବା ବିଷୟଗୁଡିକୁ କରିବାକୁ ଅସମର୍ଥ ଅଟନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

mists driven by a storm

ଯେତେବେଳେ ଲୋକେ ଝଡର ମେଘ ଦେଖନ୍ତି, ସେମାନେ ବୃଷ୍ଟିପାତ ଆଶା କରନ୍ତି I ଯେତେବେଳେ ବୃଷ୍ଟିପାତ ପୂର୍ବରୁ ଝଡବାୟୁ ବହି ମେଘକୁ ଦୂରକୁ ନେଇଯାଏ, ଲୋକେ ନିରାଶ ହୁଅନ୍ତି I ସେହିପରି, ଭଣ୍ଡ ଶିକ୍ଷକମାନେ, ଯଦିଓ ଅନେକ କିଛି ପ୍ରତିଜ୍ଞା କରନ୍ତି, ପ୍ରତିଜ୍ଞା କରିଥିବା ବିଷୟଗୁଡିକୁ କରିବାକୁ ଅସମର୍ଥ ଅଟନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

The gloom of thick darkness is reserved for them

“ସେମାନଙ୍କ” ଶବ୍ଦ ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କ ନିମନ୍ତେ ଘୋର ଅନ୍ଧକାରର ଦଶା ସଂରକ୍ଷିତ କରିଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Peter 2:18

They speak with vain arrogance

ସେମାନେ ଶକ୍ତିଯୁକ୍ତ କିନ୍ତୁ ନିରର୍ଥକ ବାକ୍ୟ ବ୍ୟବହାର କରନ୍ତି

They entice people through the lusts of the flesh

ସେମାନେ ଲୋକମାନଙ୍କୁ କାମୁକତା ଓ ପାପପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ହେବାପାଇଁ ପାପପୂର୍ଣ୍ଣ ପ୍ରକୃତିକୁ ଉତ୍ତେଜିତ କରନ୍ତି I

people who try to escape from those who live in error

ଏହି ବାକ୍ୟାଂଶ ନୂତନଭାବରେ ବିଶ୍ବାସୀ ହୋଇଥିବା ଲୋକମାନଙ୍କୁ ବୁଝାଏ I “ଭ୍ରାନ୍ତ ଆଚରଣକାରୀ” ବାକ୍ୟାଂଶଟି ଏପର୍ଯ୍ୟନ୍ତ ପାପରେ ଜୀବନ କାଟୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଓ ଅନ୍ୟମାନେ ଆଗରୁ ଯେପରି ପାପପୂର୍ଣ୍ଣ ଜୀବନ କାଟୁଥିଲେ, ସେପରି ଜୀବନ କାଟିବା ପରିବର୍ତ୍ତେ, ସତ୍ୟରେ ଜୀବନ କାଟିବାକୁ ଚେଷ୍ଟା କରୁଥିବା ଲୋକମାନେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

people who try to escape

ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପାପର ଦାସ, ଯେଉଁମାନେ ସେମାନଙ୍କ ବନ୍ଦୀ ଅବସ୍ଥାରୁ ମୁକ୍ତ ହେବାର ଆବଶ୍ୟକ ଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Peter 2:19

They promise freedom to them, but they themselves are slaves of corruption

ଏଠାରେ ସ୍ବାଧିନତା ହେଉଛି ଗୋଟିଏ ରୂଢ଼ି, ଯାହା ଜଣେ ଯେପରି ଚାହେଁ, ଠିକ୍ ସେପରି ଜୀବନ କାଟିବାର କ୍ଷମତାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କୁ ସେମାନେ ଯେପରି ଚାହୁଁଛନ୍ତି, ଠିକ୍ ସେପରି ଜୀବନ କାଟିବାକୁ କ୍ଷମତା ଦେବାକୁ ପ୍ରତିଜ୍ଞା କରନ୍ତି, କିନ୍ତୁ ସେମାନେ ସେମାନଙ୍କ ନିଜର ପାପପୂର୍ଣ୍ଣ ଅଭିଳାଷରୁ ରକ୍ଷା ପାଇପାରନ୍ତି ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

promise freedom ... slaves of corruption

ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପାପର ଦାସ, ଯେଉଁମାନେ ସେମାନଙ୍କ ବନ୍ଦୀ ଅବସ୍ଥାରୁ ମୁକ୍ତ ହେବାର ଆବଶ୍ୟକ ଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

For a man is a slave to whatever overcomes him

ପିତର ଜଣେ ଲୋକକୁ ଦାସ ବୋଲି କହୁଛନ୍ତି ଯେତେବେଳେ ସେ ଲୋକ ଉପରେ କିଛି ନା କିଛି ବିଷୟର ନିୟନ୍ତ୍ରଣ ରହିଛି ଓ ସେହି ବିଷୟ ସେହି ଲୋକର କର୍ତ୍ତା ସଦୃଶ ଅଟେ I ବିକଳ୍ପ ଅନୁବାଦ: “କାରଣ ଯଦି କୌଣସି ବିଷୟର ଜଣକ ଉପରେ ନିୟନ୍ତ୍ରଣ ଅଛି, ସେହି ଲୋକ ସେହି ବିଷୟର ଦାସ ସଦୃଶ ଅଟେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Peter 2:20

Connecting Statement:

“ସେମାନେ” ଓ “ସେମାନଙ୍କ” ଶବ୍ଦଗୁଡିକ ପିତର ୧୨-୧୯ ପଦରେ କହୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ I

If they have escaped ... and are again entangled ... and overcome, the last state has become worse ... than the first

ଏହି ବାକ୍ୟ ସତ୍ୟ ହୋଇଥିବା ସର୍ତ୍ତମୂଳକ ଉକ୍ତିର ଗୋଟିଏ ବର୍ଣ୍ଣନା I ଭଣ୍ଡ ଶିକ୍ଷକମାନେ ଥରେ “ରକ୍ଷା ପାଇଥିଲେ,” କିନ୍ତୁ ଯଦି ସେମାନେ ପୁନର୍ବାର ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, “ତାହା ହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ...ଶେଷ ଦଶା ଅଧିକ ମନ୍ଦ ହେବ”

the corruption of the world

‘ଅଶୁଚିତା” ଶବ୍ଦ ଜଣକୁ ନୈତିକ ଭାବରେ ଅଶୁଚି କରୁଥିବା ପାପପୂର୍ଣ୍ଣ ବ୍ୟବହାରକୁ ବୁଝାଏ I “ଜଗତ” ମନୁଷ୍ୟ ସମାଜକୁ ବୁଝାଏ I ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ମନୁଷ୍ୟ ସମାଜର ଅଶୁଚି କାର୍ଯ୍ୟଗୁଡିକ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

through the knowledge of the Lord and Savior Jesus Christ

ତୁମେ “ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରିପାରିବ I ଦେଖ ତୁମେ ଏହିପରି ବାକ୍ୟାଂଶକୁ କିପରି ୨ ପିତର ୧:୨ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)

the last state has become worse for them than the first

ସେମାନଙ୍କ ଦଶା ପୂର୍ବ ଅପେକ୍ଷା ଅଧିକ ମନ୍ଦ ଅଟେ

2 Peter 2:21

the way of righteousness

ପିତର ଜୀବନକୁ ଗୋଟିଏ “ମାର୍ଗ” ବା ପଥ ବୋଲି କହନ୍ତି I ଏହି ବାକ୍ୟାଂଶ ଈଶ୍ବରଙ୍କ ଇଚ୍ଛା ଅନୁସାରେ ଜୀବନ ଯାପନ କରୁଥିବା ବିଷୟକୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

turn away from the holy commandment

ଏଠାରେ “ବିମୁଖ ହେବା” ଗୋଟିଏ ରୂପକ, ଯାହାର ଅର୍ଥ କିଛି କରୁଥିବା ବିଷୟକୁ ତ୍ୟାଗ କରିବା I ବିକଳ୍ପ ଅନୁବାଦ: “ପବିତ୍ର ଆଜ୍ଞା ପାଳନ କରିବା ତ୍ୟାଗ କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

the holy commandment delivered to them

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ଦେଇଥିବା ପବିତ୍ର ଆଜ୍ଞା” କିମ୍ବା “ସେମାନେ ପ୍ରାପ୍ତ ହୋଇଛନ୍ତି ବୋଲି ଈଶ୍ବର ନିଶ୍ଚିତ କରିଥିବା ପବିତ୍ର ଆଜ୍ଞା” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Peter 2:22

This proverb is true for them

ଏହି ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ନିମନ୍ତେ ପ୍ରଯୁଜ୍ୟ କିମ୍ବା “ଏହି ଦୃଷ୍ଟାନ୍ତବାକ୍ୟ ସେମାନଙ୍କୁ ବର୍ଣ୍ଣନା କରେ”

A dog returns to its own vomit, and a washed pig returns to the mud

ଭଣ୍ଡ ଶିକ୍ଷକମାନେ କିପରି “ଧାର୍ମିକତାର ମାର୍ଗ” ଜାଣି ସୁଦ୍ଧା ସେଥିରୁ ବିମୁଖହୋଇ ସେମାନଙ୍କୁ ନୈତିକ ଓ ଆତ୍ମିକ ଭାବରେ ଅଶୁଚି କରୁଥିବା ବିଷୟଗୁଡିକ ପ୍ରତି ଫେରିଛନ୍ତି, ତାହା ବୁଝାଇବାକୁ ପିତର ଦୁଇଟି ଦୃଷ୍ଟାନ୍ତବାକ୍ୟ ବ୍ୟବହାର କରୁଛନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#writing-proverbs)

2 Peter 3

୨ ପିତର ୦୩ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଅଗ୍ନି

ଲୋକମାନେ ପ୍ରାୟତଃ କୌଣସି ଜିନିଷକୁ ନଷ୍ଟ କରିବାକୁ ବା ମଇଳା ଓ ଅଦରକାରୀ ଅଂଶକୁ ଜାଳିଦେଇ କୌଣସି ଜିନିଷ ଶୁଦ୍ଧ କରିବାକୁ ଅଗ୍ନି ବ୍ୟବହାର କରନ୍ତି I ଅତଏବ, ଯେତେବେଳେ ଈଶ୍ବର ଦୁଷ୍ଟମାନଙ୍କୁ ଦଣ୍ଡ ଦିଅନ୍ତି ବା ଆପଣା ଲୋକମାନଙ୍କୁ ଶୁଦ୍ଧ କରନ୍ତି, ଏଥିରେ ପ୍ରାୟତଃ ଅଗ୍ନି ସମ୍ପୃକ୍ତ ଥାଏ I (ଦେଖ: https://read.bibletranslationtools.org/u/WA-Catalog/*_tw/other.html#fire)

ପ୍ରଭୁଙ୍କ ଦିନ

ପ୍ରଭୁଙ୍କ ଆଗମନ ଦିନର ସଠିକ୍ ସମୟ ଲୋକମାନଙ୍କ ନିମନ୍ତେ ଗୋଟିଏ ଆଶ୍ଚର୍ଯ୍ୟର ବିଷୟ ହେବ I ଏହାର ଅର୍ଥ ହେଉଛି “ରାତ୍ରିରେ ଚୋର ଆସିବା ପରି” I ଏଥିପାଇଁ, ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ I (ଦେଖ: https://read.bibletranslationtools.org/u/WA-Catalog/*_tw/kt.html#dayofthelordhttps://read.bibletranslationtools.org/u/WA-Catalog/*_tm/translate.html#figs-simile)

2 Peter 3:1

General Information:

ପିତର ଶେଷକାଳ ବିଷୟରେ କହିବାକୁ ଆରମ୍ଭ କରୁଛନ୍ତି I

to stir up your sincere mind

ଏହି ସବୁ ବିଷୟରେ ଆପଣା ପାଠକମାନଙ୍କୁ ଚିନ୍ତା କରାଇବା ସମ୍ବନ୍ଧରେ ପିତର କହନ୍ତି ଯେ ସତେ ଯେପରି ସେ ସେମାନଙ୍କୁ ନିଦ୍ରାରୁ ଜଗାଉଛନ୍ତି I ବିକଳ୍ପ ଅନୁବାଦ: “ଶୁଚି ଚିନ୍ତା କରିବା ନିମନ୍ତେ ତୁମ୍ଭମାନଙ୍କୁ ଉତ୍ତେଜିତ କରିବାକୁ”

2 Peter 3:2

the words spoken in the past by the holy prophets

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପୂର୍ବକାଳରେ ପବିତ୍ର ଭାବବାଦୀମାନେ ଯେଉଁ ବାକ୍ୟ କହିଥିଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

the command of our Lord and Savior given through your apostles

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କ ଆଜ୍ଞା, ଯାହା ତୁମ୍ଭମାନଙ୍କ ପ୍ରେରିତମାନେ ତୁମ୍ଭମାନଙ୍କୁ ଦେଇଥିଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Peter 3:3

Know this first

ଏହାକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ବୋଲି ଜାଣିରଖ I ଦେଖ ତୁମେ ଏହାକୁ କିପରି ୨ ପିତର ୧:୨୦ରେ ଅନୁବାଦ କଲ I

proceed according to their own desires

ଏଠାରେ “ଅଭିଳାଷ” ଶବ୍ଦ ଈଶ୍ବରଙ୍କ ଇଚ୍ଛାକୁ ବିରୋଧ କରୁଥିବା ପାପପୂର୍ଣ୍ଣ ଅଭିଳାଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା ଆପଣା ପାପପୂର୍ଣ୍ଣ ଅଭିଳାଷ ଅନୁସାରେ ଜୀବନ ଯାପନ କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

proceed

କାର୍ଯ୍ୟ କରନ୍ତି, ଆଚରଣ କରନ୍ତି

2 Peter 3:4

Where is the promise of his return?

ଯୀଶୁ ପୁନରାଗମନ କରିବେ ନାହିଁ ବୋଲି ସେମାନେ ବିଶ୍ବାସ କରୁ ନ ଥିବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ପରିହାସକମାନେ ଏହି ଭାବ ପ୍ରକାଶକ ପ୍ରଶ୍ନ ପଚାରନ୍ତି I “ପ୍ରତିଜ୍ଞା” ଶବ୍ଦ ଯୀଶୁ ପୁନରାଗମନ କରିବେ ବୋଲି ଦେଇଥିବା ପ୍ରତିଜ୍ଞାର ସଫଲତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁ ପୁନରାଗମନ କରିବେ ବୋଲି ଥିବା ପ୍ରତିଜ୍ଞା ସତ୍ୟ ନୁହେଁ! ସେ ଆଗମନ କରିବେ ନାହିଁ!” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-rquestionhttps://read.bibletranslationtools.org/u/WA-Catalog/*_tm/translate.html#figs-metonymy)

our fathers fell asleep

ଏଠାରେ “ପିତୃପୁରୁଷମାନେ” ବହୁକାଳ ପୂର୍ବେ ବାସ କରୁଥିବା ପୂର୍ବପୁରୁଷମାନଙ୍କୁ ବୁଝାଏ I ମହାନିଦ୍ରା ପ୍ରାପ୍ତ ହେବା ଏକ ଶବ୍ଦର ବିଲୋପ, ଯାହା ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପୂର୍ବପୁରୁଷମାନେ ମୃତ୍ୟୁଭୋଗ କଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-euphemism)

all things have stayed the same, since the beginning of creation

ପରିହାସକମାନେ “ସମସ୍ତ ବିଷୟ” ବ୍ୟବହାର କରି ଅତିରଂଜନ କରୁଛନ୍ତି ଓ ସେମାନେ ଯୁକ୍ତି କରୁଛନ୍ତି ଯେ ଯେହେତୁ ଜଗତରେ କୌଣସି ବିଷୟର ପରିବର୍ତ୍ତନ ହୋଇନାହିଁ, ଯୀଶୁ ଯେ ଆସିବେ, ସତ୍ୟ ହୋଇପାରିବ ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-hyperbole)

since the beginning of creation

ଏହାକୁ ଗୋଟିଏ କ୍ରିୟାରୂପକ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଜଗତକୁ ସୃଷ୍ଟି କରିବା ସମୟଠାରୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)

2 Peter 3:5

the heavens and the earth came to exist ... long ago, by God's command

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପୁରାକାଳରେ ତାହାଙ୍କ ବାକ୍ୟ ଦ୍ବାରା ... ଆକାଶମଣ୍ଡଳ ଓ ପୃଥିବୀକୁ ସ୍ଥାପନ କଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

came to exist out of water and through water

ଏହାର ଅର୍ଥ ହେଉଛି ଯେ ଈଶ୍ବର ଜଳ ଧାରଣ କରୁଥିବା ସମସ୍ତ ବିଷୟକୁ ଏକତ୍ର କରି ସେଥିରୁ ସ୍ଥଳ ଭାଗକୁ ନିର୍ଗତ କରାଇ ଜଳ ମଧ୍ୟରୁ ପୃଥିବୀକୁ ଅବସ୍ଥିତ କରାଇଲେ I

2 Peter 3:6

through these things

ଏଠାରେ “ଏହି ବିଷୟ” ଈଶ୍ବରଙ୍କ ବାକ୍ୟ ଓ ଜଳକୁ ବୁଝାଏ I

the world of that time was destroyed, being flooded with water

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେହି ସମୟର ଜଗତକୁ ଜଳରେ ପ୍ଲାବିତ କରି ବିନଷ୍ଟ କଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Peter 3:7

the heavens and the earth are reserved for fire by that same command

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର, ସେହି ବାକ୍ୟ ଦ୍ବାରା ଆକାଶ ମଣ୍ଡଳ ଓ ପୃଥିବୀକୁ ଅଗ୍ନି ନିମନ୍ତେ ସଂରକ୍ଷିତ କରିଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

that same command

ଏଠାରେ “ଆଜ୍ଞା” ଈଶ୍ବରଙ୍କୁ ବୁଝାଏ, ଯେ କି ଆଜ୍ଞା ଦେବେ: ବିକଳ୍ପ ଅନୁବାଦ: “ଈଶ୍ବର ସେହିପରି ଗୋଟିଏ ଆଜ୍ଞା ଦେବେ”

They are reserved for the day of judgment

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ ଓ ଏକ ନୂଆ ବାକ୍ୟରେ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ବିଚାର ଦିନ ନିମନ୍ତେ ସଂରକ୍ଷିତ କରୁଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

for the day of judgment and the destruction of the ungodly people

ଏହାକୁ କ୍ରିୟାରୂପକ ବାକ୍ୟାଂଶରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଅଧାର୍ମିକ ଲୋକମାନଙ୍କୁ ବିଚାର ଓ ବିନାଶ କରିବା ଦିନ ନିମନ୍ତେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)

2 Peter 3:8

It should not escape your notice

ତୁମ୍ଭେମାନେ ଏହା ବୁଝିବାକୁ ଭୁଲିଯାଅ ନାହିଁ କିମ୍ବା “ଏହାକୁ ଅବଜ୍ଞା କର ନାହିଁ”

that one day with the Lord is like a thousand years

ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ

2 Peter 3:9

The Lord does not move slowly concerning his promises

ପ୍ରଭୁ ଆପଣା ପ୍ରତିଜ୍ଞା ସଫଳ କରିବାକୁ ଧୀର କରନ୍ତି ନାହିଁ

as some consider slowness to be

କେତେକ ଲୋକ ଭାବନ୍ତି ଯେ ପ୍ରଭୁ ଆପଣା ପ୍ରତିଜ୍ଞା ସଫଳ କରିବାରେ ଧୀର ଅଟନ୍ତି, କାରଣ ସମୟ ସମ୍ବନ୍ଧରେ ସେମାନଙ୍କ ଦୃଷ୍ଟିକୋଣ ଈଶ୍ବରଙ୍କ ଠାରୁ ଭିନ୍ନ ଅଟେ

2 Peter 3:10

However

ଯଦିଓ ପ୍ରଭୁ ଦୀର୍ଘସହିଷ୍ଣୁ ଓ ଲୋକମାନେ ମନପରିବର୍ତ୍ତନ କରନ୍ତୁ ବୋଲି ଚାହାନ୍ତି, ସେ ନିଶ୍ଚୟ ଆଗମନ କରି ନ୍ୟାୟ ବିଚାର କରିବେ I

the day of the Lord will come as a thief

ଈଶ୍ବର ସମସ୍ତଙ୍କ ବିଚାର କରିବା ଦିନ ସମ୍ବନ୍ଧରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଚୋର, ଯେ କି ଅପ୍ରତ୍ୟାଶିତ ଭାବରେ ଆସିବ ଓ ଲୋକମାନଙ୍କୁ ଆଶ୍ଚର୍ଯଚକିତ କରିବ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-personificationhttps://read.bibletranslationtools.org/u/WA-Catalog/*_tm/translate.html#figs-simile)

The heavens will pass away

ଆକାଶମଣ୍ଡଳ ଲୋପ ପାଇବ

The elements will be burned with fire

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୌଳିକ ବସ୍ତୁସବୁକୁ ଅଗ୍ନିରେ ଦଗ୍ଧ କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

The elements

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସଦୃଶ ଆକାଶମଣ୍ଡଳସ୍ଥିତ ବସ୍ତୁ କିମ୍ବା ୨) ମାଟି, ବାୟୁ, ଅଗ୍ନି ଓ ଜଳ ସଦୃଶ ବସ୍ତୁ ଯାହାଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ଗଠିତ ହୋଇଅଛି I

the earth and the deeds in it will be revealed

ଈଶ୍ବର ସମସ୍ତ ପୃଥିବୀକୁ ଓ ସମସ୍ତେ କରିଥିବା କାର୍ଯ୍ୟକୁ ଦେଖିବେ ଏବଂ ତତ୍ପରେ ସମସ୍ତ ବିଷୟର ବିଚାର କରିବେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପୃଥିବୀକୁ ଓ ତହିଁରେ ଲୋକମାନେ କରିଥିବା ସମସ୍ତ ବିଷୟକୁ ପ୍ରକାଶିତ କରିଦେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Peter 3:11

Connecting Statement:

ପ୍ରଭୁଙ୍କ ଦିନର ଅପେକ୍ଷା କରୁଥିବା ସମୟରେ ସେମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପିତର ବିଶ୍ବାସୀମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I

Since all these things will be destroyed in this way

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଏହିପରି ଭାବରେ ଏହି ସମସ୍ତ ବିଷୟକୁ ବିନଷ୍ଟ କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

what kind of people should you be?

ଏହାପରେ ପିତର ଯାହା କହିବାକୁ ଯାଉଛନ୍ତି, ଅର୍ଥାତ୍ ସେମାନେ “ପବିତ୍ର ଓ ଧାର୍ମିକ ଜୀବନ ଯାପନ କରିବା ଉଚିତ”, ଏହି ବିଷୟକୁ ଗୁରୁତ୍ବ ଦେବାପାଇଁ ପିତର ଏହି ଭାବପ୍ରକାଶକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ଯେ ତୁମ୍ଭେମାନେ କି ପ୍ରକାର ଲୋକ ହେବା ଉଚିତ I” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-rquestion)

2 Peter 3:12

the heavens will be destroyed by fire, and the elements will be melted in great heat

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଅଗ୍ନିରେ ଆକାଶମଣ୍ଡଳକୁ ବିନଷ୍ଟ କରିବେ ଓ ସେ ପ୍ରଚଣ୍ଡ ଉତ୍ତାପରେ ମୌଳିକ ବସ୍ତୁସମୂହକୁ ତରଳାଇଦେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

the elements

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସଦୃଶ ଆକାଶମଣ୍ଡଳସ୍ଥିତ ବସ୍ତୁ କିମ୍ବା ୨) ମାଟି, ବାୟୁ, ଅଗ୍ନି ଓ ଜଳ ସଦୃଶ ବସ୍ତୁ ଯାହାଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ଗଠିତ ହୋଇଅଛି I ଦେଖ ତୁମେ ଏହାକୁ କିପରି ୨ ପିତର ୩:୧୦ରେ ଅନୁବାଦ କଲ I

2 Peter 3:13

where righteousness will dwell

ପିତର “ଧାର୍ମିକତା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟେ I ଏହା ଧାର୍ମିକ ଲୋକମାନଙ୍କୁ ବୁଝାଉଥିବା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଧାର୍ମିକ ଲୋକ କେଉଁଠାରେ ବାସ କରିବ” କିମ୍ବା “ଲୋକମାନେ କେଉଁଠାରେ ଧାର୍ମିକ ଭାବରେ ଜୀବନ ଯାପନ କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-personificationhttps://read.bibletranslationtools.org/u/WA-Catalog/*_tm/translate.html#figs-metonymy)

2 Peter 3:14

do your best to be found spotless and blameless before him, in peace

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଥାସାଧ୍ୟ ଏପରି ଜୀବନ ଯାପନ କର, ଯେପରି ଈଶ୍ବର ତୁମ୍ଭମାନଙ୍କୁ ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ତାହାଙ୍କ ସହିତ ଓ ପରସ୍ପର ସହିତ ଶାନ୍ତିରେ ରହିବାର ଦେଖିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

spotless and blameless

“ନିଷ୍କଳଙ୍କ” ଓ “ଅନିନ୍ଦନୀୟ” ଶବ୍ଦଗୁଡିକର ଅର୍ଥ ମୌଳିକ ଭାବରେ ସମାନ ଓ ତାହା ନୈତିକ ପବିତ୍ରତାକୁ ଗୁରୁତ୍ବ ଦିଅନ୍ତି I ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣ ଭାବରେ ପବିତ୍ର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-doublet)

spotless

ଏଠାରେ ଏହାର ଅର୍ଥ “ନିର୍ଦ୍ଦୋଷ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Peter 3:15

consider the patience of our Lord to be salvation

ଯେହେତୁ ପ୍ରଭୁ ଦୀର୍ଘସହିଷ୍ଣୁ, ବିଚାର ଦିନ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ I ଏହା ଲୋକମାନଙ୍କୁ, ଯେପରି ସେ ୨ ପିତର ୩:୯ରେ ବୁଝାଇଥିଲେ, ମନପରିବର୍ତ୍ତନ କରିବାକୁ ଓ ଉଦ୍ଧାର ପ୍ରାପ୍ତ ହେବାକୁ ଏକ ସୁଯୋଗ ଦିଏ I ବିକଳ୍ପ ଅନୁବାଦ: “ମଧ୍ୟ, ଆମ୍ଭମାନଙ୍କ ପ୍ରଭୁଙ୍କ ଦୀର୍ଘସହିଷ୍ଣୁତା ସମ୍ବନ୍ଧରେ ଚିନ୍ତା କର, ଯାହା ତୁମ୍ଭମାନଙ୍କୁ ମନପରିବର୍ତ୍ତନ କରିବାକୁ ଓ ଉଦ୍ଧାର ପ୍ରାପ୍ତ ହେବାକୁ ଏକ ସୁଯୋଗ ଦିଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

according to the wisdom that was given to him

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଦେଇଥିବା ଜ୍ଞାନ ଅନୁସାରେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Peter 3:16

Paul speaks of these things in all his letters

ପାଉଲ ଆପଣା ସମସ୍ତ ପତ୍ରରେ ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ପରିତ୍ରାଣ ଆଡକୁ କଢାଇ ନେଉଥିବା ବିଷୟରେ କହନ୍ତି

in which there are things that are difficult to understand

ପାଉଲଙ୍କ ସମସ୍ତ ପତ୍ରରେ କେତେକ ବିଷୟ ଅଛି ଯାହା ବୁଝିବା ନିମନ୍ତେ କଷ୍ଟକର

Ignorant and unstable men distort these things

ଅଶିକ୍ଷିତ ଓ ଚଞ୍ଚଳମତି ଲୋକେ ପାଉଲଙ୍କ ପତ୍ରସବୁରେ ଥିବା କଷ୍ଟକର ବିଷୟଗୁଡିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି

Ignorant and unstable

ଅଶିକ୍ଷିତ ଓ ଅସ୍ଥିର I ଏହି ଲୋକମାନେ, କିପରି ଶାସ୍ତ୍ରକୁ ଉପଯୁକ୍ତ ଭାବରେ ବ୍ୟାଖ୍ୟା କରାଯିବ, ସେ ବିଷୟରେ ଶିକ୍ଷା ପାଇନାହାନ୍ତି ଓ ସୁସମାଚାରର ସତ୍ୟତାରେ ଦୃଢ଼ଭାବେ ସ୍ଥାପିତ ନୁହନ୍ତି I

to their own destruction

ଫଳସ୍ବରୂପେ ସେମାନଙ୍କ ନିଜର ବିନାଶ ହୋଇଥାଏ

2 Peter 3:17

Connecting Statement:

ପିତର ବିଶ୍ବାସୀମାନଙ୍କୁ ଉପଦେଶ ଦେବା ଶେଷ କରି ଆପଣା ପତ୍ର ସମାପ୍ତ କରନ୍ତି I

since you know about these things

‘ଏହିସବୁ’ ବିଷୟ ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ବିଷୟକ ସତ୍ୟତା ଓ ଏହି ସମସ୍ତ ଭଣ୍ଡ ଶିକ୍ଷକମାନଙ୍କ ଶିକ୍ଷାକୁ ବୁଝାଏ I

guard yourselves

ଆପଣା ଆପଣାକୁ ସୁରକ୍ଷା କର

so that you are not led astray by the deceit of lawless people

ଏଠାରେ “ସ୍ଖଳିତ ହେବା” ଗୋଟିଏ ରୂପକ, ଯାହାର ଅର୍ଥ କିଛି ଭ୍ରାନ୍ତ ବିଷୟ କରିବାକୁ ପ୍ରବଞ୍ଚିତ ହେବା I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଦୁରାଚାରୀମାନେ ତୁମ୍ଭମାନଙ୍କୁ ପ୍ରବଞ୍ଚନା କରିବେ ନାହିଁ ଓ ଭ୍ରାନ୍ତ ବିଷୟ କିଛି କରିବାକୁ ଭୁଲାଇବେ ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-activepassive)

you lose your own faithfulness

ବିଶ୍ବସ୍ତତା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଏକ ଅଧିକାର, ଯାହା ବିଶ୍ବାସୀମାନେ ହରାଇପାରନ୍ତି I ବିକଳ୍ପ ଅନୁବାଦ: “ବିଶ୍ବସ୍ତ ହେବାକୁ ତୁମ୍ଭେମାନେ ତ୍ୟାଗ କରୁଅଛ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Peter 3:18

grow in the grace and knowledge of our Lord and Savior Jesus Christ

ଏଠାରେ ପ୍ରଭୁଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଇବାର ଅର୍ଥ ହେଉଛି, ତାହାଙ୍କ ଅନୁଗ୍ରହ ଅଧିକ ଅନୁଭବ କରିବା ଓ ତାହାଙ୍କୁ ଅଧିକ ଜାଣିବା I ଗୁଣବାଚକ ବିଶେଷ୍ୟ “ଅନୁଗ୍ରହ”କୁ “ଦୟା ସହକାରେ କାର୍ଯ୍ୟ କର” ବୋଲି ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହକୁ ଅଧିକ ଗ୍ରହଣ କର ଏବଂ ତାହାଙ୍କୁ ଅଧିକ ଜାଣ” କିମ୍ବା “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ କିପରି ଦୟା ସହକାରେ କାର୍ଯ୍ୟ କରନ୍ତି, ସେ ବିଷୟରେ ଅଧିକ ସଚେତନ ହୁଅ ଓ ତାହାଙ୍କୁ ଅଧିକ ଉତ୍ତମରୂପେ ଜାଣ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-abstractnouns)