ଓଡ଼ିଆ (Oriya): translationNotes Print

Updated ? hours ago # views See on WACS

୨ ତୀମଥି ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

୨ ତୀମଥି ପୁସ୍ତକର ରୂପରେଖ

  1. ପାଉଲ ତୀମଥିଙ୍କୁ ନମସ୍କାର ଜଣାଇ ଈଶ୍ବରଙ୍କ ସେବା କରୁଥିବା ସମୟରେ ଦୁଃଖ ସହ୍ୟ କରିବାକୁ ଉତ୍ସାହ ଦେଉଛନ୍ତି (୧:୧-୨:୧୩) .
  2. ପାଉଲ ତୀମଥିଙ୍କୁ ସାଧାରଣ ଉପଦେଶ ଦେଉଛନ୍ତି (୨:୧୪-୨୬).
  3. ପାଉଲ ତୀମଥିଙ୍କୁ ଭବିଷ୍ୟତର ଘଟଣା ସମ୍ବନ୍ଧରେ ଶିକ୍ଷା ଦେଉଛନ୍ତି ଓ କିପରି ଈଶ୍ବରଙ୍କ ସେବା କରିବାକୁ ହେବ, ସେ ବିଷୟରେ ଉପଦେଶ ଦେଉଛନ୍ତି (୩:୧-୪:୮) .
  4. ପାଉଲ ବ୍ୟକ୍ତିଗତ ମନ୍ତବ୍ୟ ଦେଉଛନ୍ତି (୪:୯-୨୪)I

୨ ତୀମଥି ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ୨ ତୀମଥି ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ, ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

ଏହା ପାଉଲ ତୀମଥିଙ୍କୁ ଲେଖିଥିବା ଦ୍ବିତୀୟ ପତ୍ର I ତୀମଥି ତାହାଙ୍କର ଶିଷ୍ୟ ଓ ଘନିଷ୍ଠ ବନ୍ଧୁ ଥିଲେ I ପାଉଲ ରୋମ୍ ରେ ବନ୍ଦୀଥିବା ସମୟରେ ଏହି ପତ୍ର ଲେଖିଥିଲେ I ପାଉଲ ଏହି ପତ୍ର ଲେଖିବା ପରେ ଖୁବ୍ ଶୀଘ୍ର ମୃତ୍ୟୁଭୋଗ କରିବାକୁ ଯାଉଛନ୍ତି I

୨ ତୀମଥି ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ପାଉଲ ତୀମଥିଙ୍କୁ ଏଫିସ ନଗରରେ ସେଠାକାର ବିଶ୍ବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ଛାଡ଼ି ଆସିଥିଲେ I ପାଉଲ ବିଭିନ୍ନ ବିଷୟରେ ତୀମଥିଙ୍କୁ ଶିକ୍ଷା ଦେବାପାଇଁ ଏହି ପତ୍ର ଲେଖିଥିଲେ I ସେ କହିଥିବା ପ୍ରସଙ୍ଗ ଗୁଡିକ ମଧ୍ୟରେ ଭ୍ରାନ୍ତ ଶିକ୍ଷକମାନଙ୍କ ବିଷୟରେ ସତର୍କ ବାଣୀ ଓ କଷ୍ଟକର ପରିସ୍ଥିତିକୁ ସହ୍ୟ କରିବା ଅନ୍ତର୍ଭୁକ୍ତ I ଏହି ପତ୍ର ମଧ୍ୟ ପ୍ରଦର୍ଶୀତ କରେ ଯେ ପାଉଲ କିପରି ତୀମଥିଙ୍କୁ ମଣ୍ଡଳୀଗୁଡିକ ମଧ୍ୟରେ ଜଣେ ନେତା ହେବାପାଇଁ ତାଲିମ ଦେଉଥିଲେ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକକୁ ନେଇ ଏହାକୁ “୨ ତୀମଥି” କିମ୍ବା “ଦ୍ବିତୀୟ ତୀମଥି” ବୋଲି କହିପାରନ୍ତି I କିମ୍ବା ସେମାନେ “ତୀମଥିଙ୍କ ନିକଟକୁ ପାଉଲଙ୍କର ଦ୍ବିତୀୟ ପତ୍ର” ବା ତୀମଥିଙ୍କ ନିକଟକୁ ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

୨ ତୀମଥି ପୁସ୍ତକରେ ସୈନିକର ପ୍ରତିଛବି କଅଣ?

ସେ ଶୀଘ୍ର ମରିବାକୁ ଯାଉଛନ୍ତି ବୋଲି ଜାଣି ବନ୍ଦୀଗୃହରେ ଅପେକ୍ଷା କରିଥିବା ସମୟରେ, ସେ ଆପଣାକୁ ପ୍ରାୟତଃ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସୈନିକଭାବରେ କହୁଛନ୍ତି I ସୈନିକମାନେ ସେମାନଙ୍କ ନେତାମାନଙ୍କୁ ଉତ୍ତର ଦେଇଥାନ୍ତି I ସେହି ପ୍ରକାରେ, ଖ୍ରୀଷ୍ଟିୟାନମାନେ ଯୀଶୁଙ୍କୁ ଉତ୍ତର ଦିଅନ୍ତି I ଖ୍ରୀଷ୍ଟଙ୍କର “ସୈନିକ” ଭାବରେ ବିଶ୍ବାସୀମାନେ ତାହାଙ୍କର ଆଜ୍ଞା ପାଳନ କରିବା ଆବଶ୍ୟକ, ଯଦିଓ ସେମାନଙ୍କୁ ତା’ର ଫଳସ୍ବରୂପ ମରିବାକୁ ପଡିପାରେ I

ଈଶ୍ବର ଶାସ୍ତ୍ରକୁ ନିଶ୍ବସିତ କଲେ ବୋଲି କହିବାର ଅର୍ଥ କଅଣ?

ଈଶ୍ବର ଶାସ୍ତ୍ରର ପ୍ରକୃତ ଲେଖକ ଅଟନ୍ତି I ସେ ମନୁଷ୍ୟ ଲେଖକମାନଙ୍କୁ ପ୍ରେରଣା ଦେଲେ, ଯେଉଁମାନେ ପୁସ୍ତକସବୁ ଲେଖିଥିଲେ I ତାହାର ଅର୍ଥ ହେଉଛି ଯେ ଈଶ୍ବର କୌଣସି ନା କୌଣସି ପ୍ରକାରେ ସେମାନେ ଯାହା ଲେଖିଲେ, ତାହା ଲେଖିବାକୁ ଚାଳନା ଦେଲେ I ସେଥିପାଇଁ ମଧ୍ୟ ଏହାକୁ ଈଶ୍ବରଙ୍କ ବାକ୍ୟ ବୋଲି କୁହାଯାଏ I ଏହା ବାଇବଲ ବିଷୟରେ ଅନେକ ବିଷୟର ସୂଚନା ଦିଏ I ପ୍ରଥମତଃ, ବାଇବଲ ତୃଟିଶୁନ୍ୟ ଓ ଭରସା ଯୋଗ୍ୟ ଅଟେ I ଦ୍ବିତୀୟରେ, ଯେଉଁମାନେ ଏହାକୁ ବିକୃତ ବା ନଷ୍ଟ କରିବାକୁ ଚାହିଁବେ, ସେମାନଙ୍କଠାରୁ ଶାସ୍ତ୍ରକୁ ସୁରକ୍ଷା କରିବାକୁ ଆମ୍ଭେମାନେ ଈଶ୍ବରଙ୍କଠାରେ ଭରସା କରିପାରିବା I ତୃତୀୟରେ, ଈଶ୍ବରଙ୍କ ବାକ୍ୟ ଜଗତର ସବୁ ଭାଷାରେ ଅନୁବାଦ ହେବା ଉଚିତ

ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

ଏକବଚନ ଓ ବହୁବଚନ “ତୁମ୍ଭେ”

ଏହି ପୁସ୍ତକରେ, “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ସବୁବେଳେ ଏକବଚନ ଅଟେ ଓ ତୀମଥିଙ୍କୁ ବୁଝାଏ I ଏହାର ବ୍ୟତିକ୍ରମଟି ହେଉଛି ୪:୨୨ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-exclusivehttps://read.bibletranslationtools.org/u/WA-Catalog/*_tm/translate.html#figs-you)

“ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଇତ୍ୟାଦିକୁ ପାଉଲ କେଉଁ ଅର୍ଥରେ କହୁଛନ୍ତି?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଦୟାକରି ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I

୨ତୀମଥି ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ଶାସ୍ତ୍ରାଂଶଗତ ସମସ୍ୟା ଅଛି?

ନିମ୍ନ ପଦଗୁଡିକରେ, ଆଧୁନିକ ସଂସ୍କରଣ ଗୁଡିକ ପ୍ରାଚୀନ ସଂସ୍କରଣ ଗୁଡିକଠାରୁ ଭିନ୍ନ ଅଟେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ରହିଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I

  • “ଏହି କାରଣରୁ ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକସ୍ବରୂପେ ନିଯୁକ୍ତ ହୋଇଅଛି” (୧:୧୧)I କେତେକ ପୁରାତନ ସଂସ୍କରଣରେ ଲେଖାଅଛି, “ଏଥିପାଇଁ, ମୁଁ ବିଜାତିମାନଙ୍କ ପ୍ରତି ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକସ୍ବରୂପେ ନିଯୁକ୍ତ ହୋଇଅଛି I”
  • ""ଈଶ୍ବରଙ୍କ ସାକ୍ଷାତରେ ଦୃଢ଼ରୂପେ ଆଜ୍ଞା ଦିଅ” (୨:୧୪)I କେତେକ ପୁରାତନ ସଂସ୍କରଣରେ ଲେଖାଅଛି, “ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଜ୍ଞା ଦିଅ”

(ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-textvariants)

2 Timothy 1

୨ ତୀମଥି ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧-୨ ପଦରେ ପାଉଲ ଔପଚାରିକ ଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାରେ ଆରମ୍ଭ କରୁଥିଲେ I

ଏହି ଅଧ୍ୟାୟର ବିଶେଷ ଧାରଣା

ଆତ୍ମିକ ସନ୍ତାନ

ପାଉଲ ତୀମଥିଙ୍କୁ ଜଣେ ଖ୍ରୀଷ୍ଟିୟାନ ଭାବରେ ଓ ଜଣେ ନେତା ଭାବରେ ଶିଷ୍ୟକରି ଗଢିଥିଲେ I ପାଉଲ ମଧ୍ୟ ହୁଏତ ତାହାଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ କଢାଇ ନେଇଥିବେ I ସେଥିପାଇଁ, ପାଉଲ ତୀମଥିଙ୍କୁ “ପ୍ରିୟ ପୁତ୍ର” ବୋଲି କହୁଛନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tw/kt.html#disciplehttps://read.bibletranslationtools.org/u/WA-Catalog/*_tw/kt.html#spirit)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ତାଡନା

ଏହି ପତ୍ର ଲେଖୁଥିବା ସମୟରେ ପାଉଲ ବନ୍ଦୀଗୃହରେ ଥିଲେ I ପାଉଲ ତୀମଥିଙ୍କୁ ସୁସମାଚାର ନିମନ୍ତେ ଦୁଃଖଭୋଗ କରିବାକୁ ଉତ୍ସାହ ଦେଉଛନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

2 Timothy 1:1

General Information:

ଏହି ପୁସ୍ତକରେ, ଅନ୍ୟଥା ଉଲ୍ଲେଖ କରାଯାଇ ନ ଥିଲେ, “ଆମ୍ଭମାନଙ୍କ” ଶବ୍ଦଟି ପାଉଲ (ପତ୍ରଟିର ଲେଖକ) ଓ ତୀମଥିଙ୍କୁ (ଯାହାଙ୍କୁ ଏ ପତ୍ରଟି ଲେଖାଯାଇଛି), ମଧ୍ୟ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-inclusive)

Paul

ତୁମ ଭାଷାରେ ହୁଏତ ପତ୍ରର ଲେଖକଙ୍କ ପରିଚୟ ଦେବାପାଇଁ ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ମଧ୍ୟ, ଲେଖକଙ୍କ ପରିଚୟ ଦେବା ପରେ ପରେ, ଯେପରି USTରେ ଲେଖାଅଛି, କାହା ନିକଟକୁ ପତ୍ରଟି ଲେଖାଯାଇଛି, ତୁମେ ତା’ର ସୂଚନା ଦେବାକୁ ଇଚ୍ଛା କରିପାର I

through the will of God

ଈଶ୍ବରଙ୍କ ଇଚ୍ଛା ସକାଶୁ କିମ୍ବା “ଯେହେତୁ ଈଶ୍ବର ସେ ପ୍ରକାର ହେବାକୁ ଚାହିଁଥିଲେ I” ପାଉଲ ଜଣେ ପ୍ରେରିତ ହୋଇଥିଲେ, କାରଣ ଈଶ୍ବର ତାହାଙ୍କୁ ଜଣେ ପ୍ରେରିତ ହେବାକୁ ଚାହିଁଥିଲେ ଓ କୌଣସି ମନୁଷ୍ୟ ତାହାଙ୍କୁ ମନୋନୀତ କରି ନ ଥିଲେ I

according to

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଉଦ୍ଦେଶ୍ୟ ପାଇଁ I” ଏହାର ଅର୍ଥ ହେଉଛି ଯେ ଯୀଶୁଙ୍କଠାରେ ଜୀବନର ପ୍ରତିଜ୍ଞା ବିଷୟରେ ଅନ୍ୟମାନଙ୍କୁ କହିବାପାଇଁ ଈଶ୍ବର ପାଉଲଙ୍କୁ ନିଯୁକ୍ତ କଲେ କିମ୍ବା ୨) “ସମ୍ମତିରେ I” ଏହାର ଅର୍ଥ ହେଉଛି ଯେ ଯୀଶୁ ଜୀବନ ଦିଅନ୍ତି ବୋଲି ଯେପରି ଈଶ୍ବର ପ୍ରତିଜ୍ଞା କରନ୍ତି, ଠିକ୍ ସେପରି ଇଚ୍ଛାରେ ଈଶ୍ବର ପାଉଲଙ୍କୁ ଜଣେ ପ୍ରେରିତ କରିଅଛନ୍ତି I

of life that is in Christ Jesus

ପାଉଲ “ଜୀବନ” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଯୀଶୁଙ୍କ ଭିତରେ ଥିବା ଗୋଟିଏ ପଦାର୍ଥ I ଏହା ଯୀଶୁଙ୍କଠାରେ ସଂଯୁକ୍ତ ହେବାର ଫଳସ୍ବରୂପେ, ଲୋକମାନେ ପାଉଥିବା ଜୀବନକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ହେବାର ଫଳ ସ୍ବରୂପେ ଆମ୍ଭେମାନେ ପାଉଥିବା ଜୀବନର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 1:2

to Timothy

ତୁମ ଭାଷାରେ ହୁଏତ ପତ୍ରର ପ୍ରାପକଙ୍କ ପରିଚୟ ଦେବାପାଇଁ ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ମଧ୍ୟ, ଲେଖକଙ୍କ ପରିଚୟ ଦେବା ପରେ ପରେ, ଯେପରି USTରେ ଲେଖାଅଛି, କାହା ନିକଟକୁ ପତ୍ରଟି ଲେଖାଯାଇଛି, ତୁମେ ତା’ର ସୂଚନା ଦେବାକୁ ଇଚ୍ଛା କରିପାର I

beloved child

ପ୍ରିୟ ପୁତ୍ର କିମ୍ବା “ ପୁତ୍ର, ଯାହାଙ୍କୁ ମୁଁ ପ୍ରେମ କରେ I ଏଠାରେ “ପୁତ୍ର” ଅତ୍ୟନ୍ତ ପ୍ରେମ ଓ ସ୍ବୀକୃତିର ଗୋଟିଏ ଶବ୍ଦ ଅଟେ I ଏହା ମଧ୍ୟ ହୋଇଥାଇପାରେ ଯେ ପାଉଲ ତୀମଥିଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ କଢାଇ ନେଇଥିବେ, ଆଉ ସେଥିପାଇଁ ସେ ତାହାଙ୍କୁ ନିଜ ପୁତ୍ର ସଦୃଶ ମନେ କରୁଛନ୍ତି I ବିକଳ୍ପ ଅନୁବାଦ: “ଯେ କି ମୋହର ପ୍ରିୟ ପୁତ୍ର ସଦୃଶ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

Grace, mercy, and peace from

ତୁମ୍ଭେ ଆନ୍ତରିକ ଭାବେ ଦୟା, ଅନୁଗ୍ରହ ଓ ଶାନ୍ତି ଲାଭ କରୁଥାଅ କିମ୍ବା “ମୁଁ ପ୍ରାର୍ଥନା କରୁଅଛି ଯେ ତୁମ୍ଭେ ଅନୁଗ୍ରହ, ଦୟା ଓ ଶାନ୍ତି ପ୍ରାପ୍ତ ହେବ”

God the Father and

ଆମ୍ଭମାନଙ୍କ ପିତା ଈଶ୍ବର, ଆଉ I ଏହା ଈଶ୍ବରଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଅଟେ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#guidelines-sonofgodprinciples) ପାଉଲ ଏଠାରେ ଈଶ୍ବରଙ୍କୁ ୧) ଖ୍ରୀଷ୍ଟଙ୍କର ପିତା କିମ୍ବା ୨) ବିଶ୍ବାସୀମାନଙ୍କର ପିତା ଭାବରେ ଉଲ୍ଲେଖ କରୁଥାଇପାରନ୍ତି I

Christ Jesus our Lord

ଖ୍ରୀଷ୍ଟ ଯୀଶୁ ଯିଏ କି ଆମ୍ଭମାନଙ୍କର ପ୍ରଭୁ ଅଟନ୍ତି

2 Timothy 1:3

whom I serve from my forefathers

ଯେପରି ମୋହର ପିତୃପୁରୁଷ କରିଥିଲେ, ସେହିପରି ମୁଁ ଯାହାଙ୍କର ଉପାସନା କରୁଅଛି

with a clean conscience

ପାଉଲ ଆପଣା ବିବେକ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଶାରୀରିକ ଭାବରେ ଶୁଦ୍ଧ ହୋଇପାରିବ I ଗୋଟିଏ “ଶୁଦ୍ଧ ବିବେକ” ଥିବା ଲୋକଟି କେବେ ନିଜକୁ ଦୋଷୀ ମନେ କରେ ନାହିଁ, କାରଣ ସେ ସର୍ବଦା ଯଥାର୍ଥ ବିଷୟ କରିବାକୁ ଚେଷ୍ଟା କରିଥାଏ I ବିକଳ୍ପ ଅନୁବାଦ: “ଏହା ଜାଣି ଯେ ଯାହା ଯଥାର୍ଥ, ତାହା କରିବାକୁ ମୁଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

as I constantly remember you

ଏଠାରେ “ସ୍ମରଣ” ଶବ୍ଦଟି “ଉଲ୍ଲେଖ’ ବା “କହିବା” ଅର୍ଥରେ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭକୁ ନିରନ୍ତର ଉଲ୍ଲେଖ କରୁଅଛି” କିମ୍ବା “ମୁଁ ସର୍ବଦା ତୁମ୍ଭ ବିଷୟରେ କହୁଥିବା ସମୟରେ”

night and day

ଏଠାରେ “ସର୍ବଦା”କୁ ବୁଝାଇବାପାଇଁ “ଦିବାରାତ୍ର” ଶବ୍ଦ ଏକତ୍ର ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ସର୍ବଦା” କିମ୍ବା “ସବୁବେଳେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-merism)

2 Timothy 1:4

I remember your tears

ଏଠାରେ “ଲୋତକ” କାନ୍ଦିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ସ୍ମରଣ କରୁଅଛି ଯେ ତୁମ୍ଭେ ମୋ ପାଇଁ କେତେ କାନ୍ଦୁଥିଲ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

I long to see you

ମୁଁ ତୁମ୍ଭକୁ ଦେଖିବାକୁ ବହୁତ ଇଚ୍ଛା କରୁଅଛି

I may be filled with joy

ପାଉଲ ଆପଣା ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ପାତ୍ର, ଯାହାକୁ କେହି ଜଣେ ପୂର୍ଣ୍ଣ କରିପାରିବ I ମଧ୍ୟ, ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଆନନ୍ଦିତ ହୋଇପାରିବି” କିମ୍ବା “ମୁଁ ସମ୍ପୂର୍ଣ୍ଣ ଆନନ୍ଦ ପାଇପାରିବି” କିଅବା “ମୁଁ ଆନନ୍ଦ କରିପାରିବି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Timothy 1:5

I have been reminded of your

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ମଧ୍ୟ ତୁମ୍ଭର ..ସ୍ମରଣ କରୁଅଛି” କିମ୍ବା “ମୁଁ ମଧ୍ୟ ତୁମ୍ଭର ... ମନେ ପକାଉଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

your genuine faith

ତୁମ୍ଭର ଅକପଟ ବିଶ୍ବାସ କିମ୍ବା “ତୁମ୍ଭର ପ୍ରକୃତ ବିଶ୍ବାସ”

faith, which lived first in your grandmother Lois and your mother Eunice, and I am convinced that it lives in you also

ପାଉଲ ସେମାନଙ୍କର ବିଶ୍ବାସ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଜୀବିତ ଥାଇ ସେମାନଙ୍କ ମଧ୍ୟରେ ବାସ କରୁଅଛି I ପାଉଲଙ୍କ କହିବା ଅର୍ଥ ଯେ ସେମାନଙ୍କ ପାଖରେ ସମାନ ପ୍ରକାର ବିଶ୍ବାସ ଥିଲା I ଏହାକୁ ଗୋଟିଏ ନୂଆ ବାକ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସ I ତୁମ୍ଭର ମାତାମହୀ ଲୋୟି ଓ ତୁମ୍ଭର ମାତା ଇଉନୀକୀଠାରେ ଈଶ୍ବରଙ୍କ ପ୍ରତି ଅକପଟ ବିଶ୍ବାସ ଥିଲା, ଆଉ ବର୍ତ୍ତମାନ ମୁଁ ଦୃଢ଼ଭାବେ ବିଶ୍ବାସ କରୁଅଛି ଯେ ତୁମ୍ଭଠାରେ ମଧ୍ୟ ସେହି ସମାନ ବାସ୍ତବ ବିଶ୍ବାସ ଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

Lois ... Eunice

ଏସବୁ ସ୍ତ୍ରୀ ଲୋକମାନଙ୍କ ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

2 Timothy 1:6

Connecting Statement:

ପାଉଲ ତୀମଥିଙ୍କୁ ଶକ୍ତି, ପ୍ରେମ ଓ ସୁବୁଦ୍ଧିରେ ଜୀବନ ଯାପନ କରିବାକୁ ଓ ଖ୍ରୀଷ୍ଟଙ୍କଠାରେ ତାହାଙ୍କର(ପାଉଲଙ୍କର) ବିଶ୍ବାସ ସକାଶୁ ସେ ବନ୍ଦୀଗୃହରେ ଦୁଃଖଭୋଗ କରୁଥିବା ସକାଶୁ ଲଜ୍ଜିତ ନ ହେବାକୁ ଉତ୍ସାହ ଦେଉଛନ୍ତି I

This is the reason

ଏହି କାରଣରୁ କିମ୍ବା “ଯୀଶୁଙ୍କଠାରେ ତୁମ୍ଭର ଅକପଟ ବିଶ୍ବାସ ସକାଶୁ”

to rekindle the gift

ଆପଣା ଦାନ ବ୍ୟବହାର କରି ତୀମଥି ପୁନର୍ବାର ସେବା ଆରମ୍ଭ କରିବାର ପ୍ରୟୋଜନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ପୁନର୍ବାର ଅଗ୍ନି ପ୍ରଜ୍ବଳନ କରୁଛନ୍ତି I ବିକଳ୍ପ ଅନୁବାଦ: ‘ଦାନକୁ ବ୍ୟବହାର କରିବାକୁ ପୁନର୍ବାର ଆରମ୍ଭ କରିବାକୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

the gift of God which is in you through the laying on of my hands

ମୁଁ ତୁମ୍ଭ ଉପରେ ହସ୍ତାର୍ପଣ କରିବା ସମୟରେ ତୁମ୍ଭେ ଈଶ୍ବରଙ୍କର ଯେଉଁ ଦାନ ପ୍ରାପ୍ତ ହୋଇଥିଲ I ଏହା ସେହି ସମୟକୁ ବୁଝାଏ ଯେତେବେଳେ ପାଉଲ ତୀମଥିଙ୍କ ଉପରେ ହସ୍ତାର୍ପଣକରି ପ୍ରାର୍ଥନା କରିଥିଲେ ଯେପରି ଈଶ୍ବର ତାହାଙ୍କୁ ଯେଉଁ କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ କରିଥିଲେ, ସେହି କାର୍ଯ୍ୟ କରିବାକୁ ସକ୍ଷମ କରିବେ ଓ ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଶକ୍ତିଯୁକ୍ତ କରିବେ I

2 Timothy 1:7

God did not give us a spirit of fear, but of power and love and discipline

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆତ୍ମା” “ପବିତ୍ର ଆତ୍ମା”ଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ I ସେ ଆମ୍ଭମାନଙ୍କୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି” ୨) “ଆତ୍ମା” ମନୁଷ୍ୟର ଚରିତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ, କିନ୍ତୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି”

discipline

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଆପଣା ଆପଣାକୁ ସଂଯମ କରିବାର ଶକ୍ତି କିମ୍ବା ୨) ମନ୍ଦ କାର୍ଯ୍ୟ କରୁଥିବା ଅନ୍ୟ ଲୋକମାନଙ୍କୁ ସଂଶୋଧନ କରିବାର ଶକ୍ତି I

2 Timothy 1:8

of the testimony

ସାକ୍ଷ୍ୟ ଦେବା ବିଷୟରେ କିମ୍ବା “ଅନ୍ୟମାନଙ୍କୁ କହିବା ବିଷୟରେ”

his prisoner

ତାହାଙ୍କ ସକାଶେ ଜଣେ ବନ୍ଦୀ କିମ୍ବା “ଜଣେ ବନ୍ଦୀ କାରଣ ମୁଁ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେଉଅଛି”

share in suffering for the gospel

ଦୁଃଖଭୋଗ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଲୋକମାନଙ୍କ ମଧ୍ୟରେ ବଣ୍ଟାଯାଇପାରିବ ବା ଭାଗ କରାଯାଇପାରିବ I ବିକଳ୍ପ ଅନୁବାଦ: “ସୁସମାଚାର ସକାଶେ ମୋ ସହିତ ଦୁଃଖଭୋଗ କର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

gospel according to the power of God

ସୁସମାଚାର, ଈଶ୍ବରଙ୍କ ଦ୍ବାରା ତୁମ୍ଭେ ବଳବାନ୍ ହୋଇ

2 Timothy 1:9

with a holy calling

ତାହାଙ୍କର ଲୋକଭାବରେ ଆମ୍ଭମାନଙ୍କୁ ପୃଥକ୍ କରିଥିବା ଆହ୍ବାନରେ କିମ୍ବା “ତାହାଙ୍କର ପବିତ୍ର ଲୋକ ହେବାକୁ”

not according to our works

ଏହାର ଯୋଗ୍ୟ ହେବାକୁ ଆମ୍ଭେମାନେ କିଛି କରିଥିବା ସକାଶୁ ନୁହେଁ

but according to his own plan and grace

କିନ୍ତୁ ସେ ଆମ୍ଭମାନଙ୍କୁ ଦୟା ଦେଖାଇବାକୁ ସଂକଳ୍ପ କରିଥିବା ସକାଶୁ

in Christ Jesus

ଖ୍ରୀଷ୍ଟଙ୍କ ପ୍ରତି ଆମ୍ଭମାନଙ୍କ ସମ୍ପର୍କ ଦ୍ବାରା

before times ever began

ଜଗତର ଆରମ୍ଭ ପୂର୍ବରୁ କିମ୍ବା “ସମୟର ଆରମ୍ଭ ପୂର୍ବରୁ”

2 Timothy 1:10

God's salvation has been revealed by the appearing of our Savior Christ Jesus

ପାଉଲ ପରିତ୍ରାଣ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଅନାବରଣ କରାଯାଇ ଲୋକମାନଙ୍କୁ ଦେଖାଇ ଦିଆଯାଇପାରିବ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କୁ ପଠାଇ କିପରି ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ, ଈଶ୍ବର ତାହା ଦେଖାଇଅଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-activepassive)

who put an end to death

ପାଉଲ ମୃତ୍ୟୁ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଲୋକମାନେ ମୃତ୍ୟୁଭୋଗ କରିବାର ଘଟଣା ନ ହୋଇ ଏକ ସ୍ବାଧୀନ ପ୍ରକ୍ରିୟା ଅଟେ I ବିକଳ୍ପ ଅନୁବାଦ: “ଯେ ମୃତ୍ୟୁକୁ ବିନାଶ କଲେ” କିମ୍ବା “ଲୋକମାନେ ସର୍ବଦା ମୃତହୋଇ ନ ରହିବାକୁ ଯେ ସମ୍ଭବ କଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

brought life that never ends to light through the gospel

ପାଉଲ ଅନନ୍ତ ଜୀବନ ବିଷୟକ ଶିକ୍ଷା ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଅନ୍ଧକାରରୁ ଆଲୋକକୁ ଅଣାଯାଇପାରିବ, ଯେପରି ଲୋକମାନେ ତାହା ଦେଖିପାରିବେ I ବିକଳ୍ପ ଅନୁବାଦ: “ସୁସମାଚାର ପ୍ରଚାର ଦ୍ବାରା ଆଦୌ ଶେଷ ହେଉ ନ ଥିବା ଜୀବନ ବିଷୟରେ ଶିକ୍ଷା ଦେଲୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 1:11

I was appointed a preacher

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋତେ ଜଣେ ପ୍ରଚାରକ ହେବାକୁ ମନୋନୀତ କଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Timothy 1:12

For this cause

ଯେହେତୁ ମୁଁ ଜଣେ ପ୍ରେରିତ

I also suffer these things

ପାଉଲ ଜଣେ ବନ୍ଦୀ ହେବା ବିଷୟକୁ ଉଲ୍ଲେଖ କରୁଛନ୍ତି I

I am persuaded

ମୁଁ ବୁଝିପାରୁଅଛି

to keep that which I have entrusted to him

ପାଉଲ ଗୋଟିଏ ରୂପକ ବ୍ୟବହାର କରୁଛନ୍ତି ଯେ ଜଣେ ଲୋକ କିଛି ଜିନିଷ ଆଉ ଜଣେ ଲୋକ ପାଖରେ ଛାଡ଼ିଛନ୍ତି, ଆଉ ସେ ସେହି ପ୍ରଥମ ଲୋକକୁ ତାହା ଫେରାଇଦେବା ପର୍ଯ୍ୟନ୍ତ ତାହା ସୁରକ୍ଷା କରି ରଖିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ ଯୀଶୁଙ୍କଠାରେ ଭରସା ରଖୁଛନ୍ତି ଯେ ସେ ତାହାଙ୍କୁ ବିଶ୍ବସ୍ତ ରହିବାକୁ ସାହାଯ୍ୟ କରିବେ କିମ୍ବା ୨) ପାଉଲ ଭରସା ରଖୁଛନ୍ତି ଯେ ଲୋକମାନେ ଯେପରି ସୁସମାଚାରର ସମ୍ବାଦକୁ ନିରନ୍ତର ପ୍ରସାର କରିବାରେ ଲାଗି ରହିବେ ଯୀଶୁ ତାହା ସୁନିଶ୍ଚିତ କରିବେ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

that day

ଏହା ଈଶ୍ବର ସମସ୍ତଙ୍କ ବିଚାର କରିବା ଦିନକୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

2 Timothy 1:13

Keep the example of faithful messages that you heard from me

ମୁଁ ତୁମ୍ଭକୁ ଶିକ୍ଷା ଦେଇଥିବା ଯଥାର୍ଥ ଚିନ୍ତାଧାରାକୁ ଶିକ୍ଷା ଦେବାରେ ଲାଗି ରୁହ କିମ୍ବା “ତୁମ୍ଭେ କଅଣ ଓ କିପରି ଶିକ୍ଷା ଦେବା ଉଚିତ, ସେ ବିଷୟରେ ମୁଁ ତୁମ୍ଭକୁ ଯେପରି ଶିକ୍ଷା ଦେଇଛି ତାହାକୁ ଏକ ନମୂନା ଭାବରେ ବ୍ୟବହାର କର”

with the faith and love that are in Christ Jesus

ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସକରି ତାହାଙ୍କୁ ପ୍ରେମ କରୁଥିବା ସମୟରେ

2 Timothy 1:14

The good thing

ଏହା ସୁସମାଚାରକୁ ଯଥାର୍ଥରୂପେ ଘୋଷଣା କରିବାର କାର୍ଯ୍ୟକୁ ବୁଝାଏ

guard it

ତୀମଥି ଜାଗ୍ରତ ରହିବା ଆବଶ୍ୟକ, କାରଣ ଲୋକମାନେ ତାହାଙ୍କର କାର୍ଯ୍ୟକୁ ବିରୋଧ କରିବେ, ତାହାଙ୍କର କାର୍ଯ୍ୟକୁ ବନ୍ଦ କରିବାକୁ ଚେଷ୍ଟା କରିବେ ଓ ସେ କହୁଥିବା ବାକ୍ୟକୁ ବିକୃତ କରିବେ I

through the Holy Spirit

ପବିତ୍ର ଆତ୍ମାଙ୍କ ଶକ୍ତିରେ

2 Timothy 1:15

turned away from me

ଏହା ଗୋଟିଏ ରୂପକ, ଯାହାର ଅର୍ଥ ହେଉଛି ଯେ ସେମାନେ ପାଉଲଙ୍କୁ ସାହାଯ୍ୟ କରିବା ବନ୍ଦ କରିଦେଲେ I ସେମାନେ ପାଉଲଙ୍କୁ ପରିତ୍ୟାଗ କଲେ, କାରଣ ଅଧିକାରୀମାନେ ତାହାଙ୍କୁ ବନ୍ଦୀଶାଳାରେ ପକାଇଦେଲେ I ବିକଳ୍ପ ଅନୁବାଦ: “ମୋତେ ସାହାଯ୍ୟ କରିବାକୁ ବନ୍ଦ କରିଦେଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

Phygelus and Hermogenes

ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

2 Timothy 1:16

Onesiphorus

ଏହା ଜଣେ ପୁରୁଷ ବ୍ୟକ୍ତିଙ୍କ ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

to the household

ପରିବାରକୁ

was not ashamed of my chain

ଏଠାରେ “ଶୃଂଖଳ” ବନ୍ଦୀତ୍ବରେ ରହିବାର ଗୋଟିଏ ରୂପକ I ପାଉଲ ବନ୍ଦୀ ଅବସ୍ଥାରେ ଥିଲେ ବୋଲି ଅନୀସିଫର ଲଜ୍ଜିତ ନ ଥିଲେ, କିନ୍ତୁ ବାରମ୍ବାର ତାହାଙ୍କୁ ସାକ୍ଷାତ କରିବାକୁ ଆସୁଥିଲେ I ବିକଳ୍ପ ଅନୁବାଦ: “ମୁଁ ବନ୍ଦୀ ଅବସ୍ଥାରେ ଥିଲି ବୋଲି ସେ ଲଜ୍ଜିତ ନ ଥିଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

2 Timothy 1:18

May the Lord grant to him to find mercy from him

ଅନୀସିଫର ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହେଉନ୍ତୁ କିମ୍ବା “ପ୍ରଭୁ ତାହାଙ୍କୁ ଦୟା ଦେଖାନ୍ତୁ”

to find mercy from him

ପାଉଲ ଦୟା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ମିଳିପାରିବ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

on that day

ଏହା ଈଶ୍ବର ସମସ୍ତଙ୍କ ବିଚାର କରିବା ଦିନକୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

2 Timothy 2

୨ ତୀମଥି ୦୨ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ପଦଗୁଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଡାହାଣ ପାଖକୁ ଲେଖନ୍ତି I ULT ଏ କ୍ଷେତ୍ରରେ, ୧୧-୧୩ ପଦରେ ତାହା କରିଛି I ଏହି ପଦଗୁଡ଼ିକରେ ପାଉଲ ହୁଏତ ଗୋଟିଏ କବିତା ବା ଗୀତରୁ ଉଦ୍ଧୃତ କରୁଥାଇପାରନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଆମ୍ଭେମାନେ ତାହାଙ୍କ ସହିତ ରାଜ୍ୟ କରିବା

ଭବିଷ୍ୟତରେ ବିଶ୍ବସ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ସହିତ ରାଜ୍ୟ କରିବେ I (ଦେଖ: rc://*/tw/dict/bible/kt/faithful)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଆଙ୍ଗିକ ଦୃଷ୍ଟାନ୍ତ

ଏହି ଅଧ୍ୟାୟରରେ, ପାଉଲ ଜଣେ ଖ୍ରୀଷ୍ଟିୟାନଭାବରେ ଜୀବନ ଯାପନ କରିବା ବିଷୟରେ ଅନେକ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ସେ ସୈନିକ, କ୍ରୀଡାବିତ୍ ଓ କୃଷକର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଏହି ଅଧ୍ୟାୟର ଶେଷ ଆଡକୁ, ସେ ଗୋଟିଏ ଗୃହରେ ଥିବା ବିଭିନ୍ନ ପ୍ରକାର ପାତ୍ରର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I

2 Timothy 2:1

Connecting Statement:

ପାଉଲ ତୀମଥିଙ୍କ ଖ୍ରୀଷ୍ଟିୟାନ ଜୀବନକୁ ଜଣେ ସୈନିକର ଜୀବନ, ଜଣେ କୃଷକର ଜୀବନ ଓ ଜଣେ କ୍ରୀଡାବିତ୍ ଙ୍କ ଜୀବନ ସଦୃଶ ପ୍ରତିଛବି ପ୍ରଦାନ କରୁଛନ୍ତି I

my child

ଏଠାରେ “ପୁତ୍ର” ଅତ୍ୟନ୍ତ ପ୍ରେମ ଓ ସ୍ବୀକୃତିର ଗୋଟିଏ ଶବ୍ଦ I ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ମୋହର ପୁତ୍ର ସଦୃଶ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

be strengthened in the grace that is in Christ Jesus

ଈଶ୍ବରଙ୍କ ଅନୁଗ୍ରହ ବିଶ୍ବାସୀମାନଙ୍କୁ ଦେଉଥିବା ପ୍ରେରଣା ଓ ଦୃଢ଼ସଂକଳ୍ପ ବିଷୟରେ ପାଉଲ କହୁଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ସମ୍ପର୍କ ଦ୍ବାରା ଈଶ୍ବର ତୁମ୍ଭକୁ ଦେଇଥିବା ଅନୁଗ୍ରହକୁ ବ୍ୟବହାର କରି ତୁମ୍ଭକୁ ବଳବାନ୍ କରନ୍ତୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 2:2

among many witnesses

ଅନେକଙ୍କ ସାକ୍ଷାତରେ ମୁଁ ଯେଉଁ ବାକ୍ୟ କହିଥିଲି, ତାହା ସତ୍ୟ ବୋଲି ପ୍ରମାଣିତ ହୋଇଥିବା ତୁମ୍ଭେ ଜାଣିଅଛ

entrust them to faithful people

ପାଉଲ ତୀମଥିଙ୍କୁ ଦେଇଥିବା ଆପଣା ଉପଦେଶ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ କିଛି ପଦାର୍ଥ, ଯାହା ସେ ଅନ୍ୟଲୋକମାନଙ୍କୁ ଦେଇପାରିବେ ଓ ସେମାନେ ତାହା ଠିକ୍ ଭାବରେ ବ୍ୟବହାର କରିବେ ବୋଲି ସେମାନଙ୍କୁ ଭରସା କରିପାରିବେ I ବିକଳ୍ପ ଅନୁବାଦ: “ସମର୍ପଣ କର” କିମ୍ବା “ଶିକ୍ଷା ଦିଅ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 2:3

Suffer hardship with me

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମୁଁ ଯେପରି କରୁଅଛି, ସେପରି ଦୁଃଖ ସହ୍ୟ କର” କିମ୍ବା ୨) “ମୋହର ଦୁଃଖରେ ସହଭାଗୀ ହୁଅ”

as a good soldier of Christ Jesus

ପାଉଲ ଖ୍ରୀଷ୍ଟଙ୍କର ଦୁଃଖଭୋଗକୁ ଜଣେ ଉତ୍ତମ ସୈନିକ ସହ୍ୟ କରୁଥିବା ଦୁଃଖଭୋଗ ସହିତ ତୁଳନା କରୁଛନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-simile)

2 Timothy 2:4

No soldier serves while entangled in the affairs of this life

ଏହି ଜୀବନରେ ଦୈନନ୍ଦିନ କାର୍ଯ୍ୟକଳାପରେ ଜଡ଼ିତ ଥିବା କୌଣସି ସୈନିକ ସେବା କରି ପାରେ ନାହିଁ କିମ୍ବା “ଯେତେବେଳେ ସୈନିକମାନେ ସେବା କରନ୍ତି, ସେମାନେ ଲୋକମାନେ କରୁଥିବା ସାଧାରଣ କାର୍ଯ୍ୟ ଦ୍ବାରା ବିଚଳିତ ହୁଅନ୍ତି ନାହିଁ I” ଖ୍ରୀଷ୍ଟଙ୍କ ସେବକମାନେ ସେମାନଙ୍କ ଦୈନିକ ଜୀବନ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ କାର୍ଯ୍ୟ କରିବାରୁ ବଞ୍ଚିତ କରିବାକୁ ନ ଦେବା ଉଚିତ I

while entangled

ଏହି ଅନ୍ତରାୟ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ଫାନ୍ଦ ଯହିଁରେ ଲୋକମାନେ ଚାଲୁଥିବା ସମୟରେ ପଡ଼ି ଯାଆନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

his superior officer

ତାହାଙ୍କ ନେତା କିମ୍ବା “ଯେ ତାହାଙ୍କୁ ଆଜ୍ଞା ଦିଏ”

2 Timothy 2:5

as an athlete, he is not crowned unless he competes by the rules

ପାଉଲ ନିଃସନ୍ଦିଗ୍ଧ ଭାବରେ ଖ୍ରୀଷ୍ଟଙ୍କ ସେବକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ କ୍ରୀଡାବିତ୍ ଅଟନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

he is not crowned unless he competes by the rules

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ନିୟମ ପାଳନ କରି ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେଲେ ଯାଇ ସେମାନେ ତାହାଙ୍କୁ ମୁକୁଟ ଦେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

he is not crowned

ସେ ପୁରସ୍କାର ପ୍ରାପ୍ତ ହୁଏ ନାହିଁ I ପାଉଲଙ୍କ ସମୟରେ କ୍ରୀଡାବିତ୍ ମାନେ ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେଲେ ବୃକ୍ଷର ପତ୍ରରେ ତିଆରି ମାଳାଦେଇ ସେମାନଙ୍କୁ ମୁକୁଟ ଭୂଷିତ କରାଯାଉଥିଲା I

competes by the rules

ନିୟମ ଅନୁସାରେ ପ୍ରତିଦ୍ବନ୍ଦ୍ବିତା କରେ କିମ୍ବା “କଡାକଡିଭାବରେ ନିୟମ ପାଳନ କରେ”

2 Timothy 2:6

It is necessary that the hardworking farmer receive his share of the crops first

କାର୍ଯ୍ୟ କରିବା ବିଷୟରେ ପାଉଲ ତୀମଥିଙ୍କୁ କହୁଥିବା ଏହା ତୃତୀୟ ରୂପକ I ପାଠକ ବୁଝିବା ଉଚିତ ଯେ ଖ୍ରୀଷ୍ଟଙ୍କର ସେବକମାନେ କଠିନ ପରିଶ୍ରମ କରିବା ପ୍ରୟୋଜନ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 2:7

Think about what I am saying

ପାଉଲ ତୀମଥିଙ୍କୁ ଶବ୍ଦ-ଛବି ଦେଉଛନ୍ତି, କିନ୍ତୁ ସେ ସେଗୁଡିକର ଅର୍ଥକୁ ସମ୍ପୂର୍ଣ୍ଣଭାବରେ ବୁଝାଉ ନାହାନ୍ତି I ଖ୍ରୀଷ୍ଟଙ୍କ ସେବକମାନଙ୍କ ବିଷୟରେ ପାଉଲ କଅଣ କହୁଛନ୍ତି, ତାହା ତୀମଥି ନିଜେ ବୁଝିବା ଆବଶ୍ୟକ ବୋଲି ସେ ଆଶା କରୁଛନ୍ତି I

in everything

ସବୁ ବିଷୟରେ

2 Timothy 2:8

Connecting Statement:

କିପରି ଖ୍ରୀଷ୍ଟଙ୍କ ସକାଶେ ଜୀବନ କାଟିବାକୁ ହେବ, କିପରି ଖ୍ରୀଷ୍ଟଙ୍କ ସକାଶେ ଦୁଃଖଭୋଗ କରିବାକୁ ହେବ ଓ କିପରି ଖ୍ରୀଷ୍ଟଙ୍କ ସକାଶେ ଜୀବନ କାଟିବା ନିମନ୍ତେ ଶିକ୍ଷା ଦେବାକୁ ହେବ, ସେ ବିଷୟରେ ପାଉଲ ତୀମଥିଙ୍କୁ ଉପଦେଶ ଦେଉଛନ୍ତି I

from David's seed

ଏହା ଗୋଟିଏ ରୂପକ, ଯାହାର ଅର୍ଥ ହେଉଛି ଯେ ଯୀଶୁ ଦାଉଦଙ୍କ ବଂଶ ଜାତ ଅଟନ୍ତି I ବିକଳ୍ପ ଅନୁବାଦ: “ଯେ କି ଦାଉଦଙ୍କ ବଂଶ ଜାତ ଅଟନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

who was raised from the dead

ଏଠାରେ ଉଠାଇବା ହେଉଛି ଗୋଟିଏ ରୂଢ଼ି, ଯାହାର ଅର୍ଥ ମୃତ ହୋଇଥିବା ଲୋକକୁ ପୁନର୍ବାର ଜୀବିତ କରିବା I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ କଲେ” କିମ୍ବା “ଯାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassivehttps://read.bibletranslationtools.org/u/WA-Catalog/*_tm/translate.html#figs-idiom)

according to my gospel message

ପାଉଲ ସୁସମାଚାର ବାକ୍ୟ ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ବିଶେଷକରି ତାହାଙ୍କର ଅଟେ I ସେ କହିବାର ଅର୍ଥ ହେଉଛି ଯେ ଏହା ହେଉଛି ସେ ଘୋଷଣା କରୁଥିବା ସୁସମାଚାରର ବାକ୍ୟ I ବିକଳ୍ପ ଅନୁବାଦ: “ମୁଁ ପ୍ରଚାର କରୁଥିବା ସୁସମାଚାରର ବାକ୍ୟ ଅନୁସାରେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

2 Timothy 2:9

to the point of being bound with chains as a criminal

ଏଠାରେ “ବନ୍ଧନରେ”ର ଅର୍ଥ ବନ୍ଦୀଭାବରେ ରହିବା I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବନ୍ଦୀଶାଳାରେ ଜଣେ ଅପରାଧୀ ପରି ବନ୍ଧନଗ୍ରସ୍ତ ହେବା ପର୍ଯ୍ୟନ୍ତ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymyhttps://read.bibletranslationtools.org/u/WA-Catalog/*_tm/translate.html#figs-activepassive)

the word of God is not bound

ଏଠାରେ “ଆବଦ୍ଧ” ହେବା ବିଷୟ ଜଣେ ବନ୍ଦୀ ପ୍ରତି ଘଟୁଥିବା ବିଷୟକୁ ବୁଝାଏ ଓ ବାକ୍ୟାଂଶଟି ଗୋଟିଏ ରୂପକ, ଯାହାର ଅର୍ଥ ଏହା ଯେ କେହି ଈଶ୍ବରଙ୍କ ବାକ୍ୟକୁ ବନ୍ଦ କରି ପାରିବେ ନାହିଁ I ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟକୁ କେହି ବନ୍ଦୀଶାଳାରେ ରଖିପାରିବେ ନାହିଁ” କିମ୍ବା “ଈଶ୍ବରଙ୍କ ବାକ୍ୟକୁ କେହି ବନ୍ଦ କରିପାରିବେ ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 2:10

for those who are chosen

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମନୋନୀତ ଲୋକମାନଙ୍କ ନିମନ୍ତେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

may obtain the salvation that is in Christ Jesus

ପାଉଲ ପରିତ୍ରାଣ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଶାରୀରିକ ଭାବରେ ଧରାଯାଇପାରିବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କଠାରୁ ପରିତ୍ରାଣ ପ୍ରାପ୍ତ ହେବ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

with eternal glory

ଆଉ ସେ ଯେଉଁ ଗୌରବମୟ ସ୍ଥାନରେ ଅଛନ୍ତି, ସେମାନେ ସେଠାରେ ତାହାଙ୍କ ସହିତ ଅନନ୍ତ କାଳ ପର୍ଯ୍ୟନ୍ତ ରହିବେ

2 Timothy 2:11

This is a trustworthy saying

ଏହି ସବୁ ବାକ୍ୟକୁ ତୁମ୍ଭେ ବିଶ୍ବାସ କରିପାରିବ

If we have died with him, we will also live with him

ଏହା ଅଧିକ ସମ୍ଭବ ଯେ ପାଉଲ ଗୋଟିଏ ଗୀତ ବା ପଦ୍ୟର ଆରମ୍ଭକୁ ଉଦ୍ଧୃତ କରୁଛନ୍ତି I ଯଦି ତୁମ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିପାର I ଯଦି ନାହିଁ, ଏହାକୁ ତୁମେ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କର I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#writing-poetry)

died with him

ପାଉଲ ଏହି ଭାବଟି ବ୍ୟବହାର କରିବାର ଅର୍ଥ ହେଉଛି ଯେ ଯେତେବେଳେ ଲୋକମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ସେମାନେ ତାହାଙ୍କ ମୃତ୍ୟୁର ସହଭାଗୀ ହୁଅନ୍ତି, ସେମାନଙ୍କ ଅଭିଳାଷକୁ ଅଗ୍ରାହ୍ୟ କରନ୍ତି ଓ ତାହାଙ୍କର ବାଧ୍ୟ ହୁଅନ୍ତି I

2 Timothy 2:13

if we are unfaithful ... he cannot deny himself

ଏହା ଅଧିକ ସମ୍ଭବ ଯେ ପାଉଲ ଗୋଟିଏ ଗୀତ ବା ପଦ୍ୟର ସମାପ୍ତିକୁ ଉଦ୍ଧୃତ କରୁଛନ୍ତି I ଯଦି ତୁମ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିପାର I ଯଦି ନାହିଁ, ଏହାକୁ ତୁମେ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କର I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#writing-poetry)

if we are unfaithful

ଯଦିଓ ଆମ୍ଭେମାନେ ଈଶ୍ବରଙ୍କୁ ଅସ୍ବୀକାର କରୁ କିମ୍ବା “ଯଦିଓ ଆମ୍ଭେମାନେ ତାହା କରି ନ ଥାଉ ଯାହା ଆମ୍ଭେମାନେ ବିଶ୍ବାସ କରୁ ଯେ ଆମେ ତାହା କରୁ ବୋଲି ଈଶ୍ବର ଚାହାନ୍ତି”

he cannot deny himself

ସେ ନିଶ୍ଚୟ ଆପଣାର ଚରିତ୍ର ଅନୁସାରେ ସର୍ବଦା କାର୍ଯ୍ୟ କରିବେ କିମ୍ବା “ସେ ଆପଣା ପ୍ରକୃତ ଚରିତ୍ରର ବିପରୀତ ମାର୍ଗରେ କୌଣସି କାର୍ଯ୍ୟ କରିପାରିବେ ନାହିଁ”

2 Timothy 2:14

General Information:

“ସେମାନଙ୍କୁ” ହୁଏତ “ଶିକ୍ଷକ” ବା “ମଣ୍ଡଳୀର ଲୋକମାନଙ୍କୁ” ବୁଝାଏ I

before God

ପାଉଲଙ୍କ ବିଷୟରେ ଈଶ୍ବରଙ୍କ ସଚେତନତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଈଶ୍ବରଙ୍କ ସାକ୍ଷାତ ଉପସ୍ଥିତିରେ ଅଛନ୍ତି I ଏହା ସୂଚିତ କରେ ଯେ ଈଶ୍ବର ତୀମଥିଙ୍କର ସାକ୍ଷୀ ହେବେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଉପସ୍ଥିତିରେ” କିମ୍ବା “ଈଶ୍ବର ତୁମ୍ଭର ସାକ୍ଷୀ ଭାବରେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-explicit)

against quarreling about words

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଲୋକମାନେ କହୁଥିବା ମୁର୍ଖ ବିଷୟଗୁଡିକ ସମ୍ବନ୍ଧରେ ଯୁକ୍ତିତର୍କ ନ କରି” କିମ୍ବା ୨) ବାକ୍ୟର ଅର୍ଥ ବିଷୟରେ ବାକ୍ ଯୁଦ୍ଧ ନ କରି”

it is of no value

ଏହା କାହାରି ହିତଜନକ ହୁଏ ନାହିଁ

2 Timothy 2:15

to present yourself to God as one approved, a worker who has no reason to be ashamed

ଯୋଗ୍ୟ ବୋଲି ପରୀକ୍ଷାସିଦ୍ଧ ଜଣେ ଲୋକ ଭାବରେ ଓ ଲଜ୍ଜିତ ହେବାକୁ କୌଣସି କାରଣ ନ ଥାଇ ଆପଣାକୁ ଈଶ୍ବରଙ୍କ ନିକଟରେ ଉପସ୍ଥାପନ କର

a worker

ତୀମଥି ଈଶ୍ବରଙ୍କ ବାକ୍ୟକୁ ଯଥାର୍ଥରୂପେ ବୁଝାଇବାର ଚିନ୍ତାଧାରାକୁ ପାଉଲ ପ୍ରକାଶ କରନ୍ତି ଯେ ସତେ ଯେପରି ସେ ଜଣେ କୁଶଳୀ କାରିଗର ଅଟନ୍ତି I ବିକଳ୍ପ ଅନୁବାଦ: “ଜଣେ କାରିଗର ସଦୃଶ” କିମ୍ବା “କାର୍ଯ୍ୟକାରୀ ସଦୃଶ” “(ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

accurately teaches the word of truth

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସତ୍ୟ ବିଷୟକ ବାକ୍ୟକୁ ଯଥାର୍ଥରୂପେ ବୁଝାନ୍ତି” କିମ୍ବା ୨) “ସତ୍ୟ ବାକ୍ୟକୁ ଯଥାର୍ଥରୂପେ ବୁଝାନ୍ତି”

2 Timothy 2:16

which leads to more and more godlessness

ଏହି ପ୍ରକାର କଥା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଶାରୀରିକ ଭାବରେ ଆଉ ଗୋଟିଏ ସ୍ଥାନକୁ ଯାଇପାରିବ, ଓ ସେ ଈଶ୍ବରବିହୀନତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ସେହି ନୂତନ ସ୍ଥାନ I ବିକଳ୍ପ ଅନୁବାଦ: “ଯାହା ଲୋକମାନଙ୍କୁ ଅଧିକରୁ ଅଧିକ ଈଶ୍ବର ବିରୋଧୀ କରାଇଥାଏ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 2:17

Their talk will spread like cancer

କର୍କଟ ରୋଗ ଜଣେ ଲୋକର ଶରୀରରେ ସହଜରେ ବ୍ୟାପି ତାହାକୁ ନଷ୍ଟ କରିଦିଏ I ଏହା ଗୋଟିଏ ରୂପକ, ଯାହାର ଅର୍ଥ ହେଉଛି ଯେ ସେହି ଲୋକମାନେ ଯାହା କହୁଥିଲେ, ତାହା ଜଣେ ବ୍ୟକ୍ତିରୁ ଆଉ ଜଣେ ବ୍ୟକ୍ତି ନିକଟକୁ ବ୍ୟାପିଯିବ ଓ ଯେଉଁମାନେ ତାହା ଶୁଣିବେ ସେମାନଙ୍କର ବିଶ୍ବାସକୁ ନଷ୍ଟ କରିବ I ବିକଳ୍ପ ଅନୁବାଦ: “ସେମାନେ ଯାହା କହନ୍ତି, ତାହା ଗୋଟିଏ ସଂକ୍ରାମକ ରୋଗ ପରି ବ୍ୟାପିଯିବ” କିମ୍ବା “ସେମାନଙ୍କର କଥା ଶୀଘ୍ର ବ୍ୟାପିଯାଇ କର୍କଟ ରୋଗ ସଦୃଶ ନଷ୍ଟ କରିବ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-simile)

Hymenaeus and Philetus

ଏହା ପୁରୁଷ ଲୋକଙ୍କ ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

2 Timothy 2:18

who have gone astray from the truth

ଏଠାରେ “ସତ୍ୟଭ୍ରଷ୍ଟ” ଗୋଟିଏ ରୂପକ, ଯାହାର ଅର୍ଥ ସତ୍ୟକୁ ଆଉ ବିଶ୍ବାସ ନ କରିବା ବା ସତ୍ୟ ବାକ୍ୟକୁ ଶିକ୍ଷା ନ ଦେବା I ବିକଳ୍ପ ଅନୁବାଦ: “ଯେଉଁମାନେ ଯାହା ସତ୍ୟ ନୁହେଁ ତାହା କହିବାକୁ ଆରମ୍ଭ କରିଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

the resurrection has already happened

ଈଶ୍ବର ମୃତ ହୋଇଥିବା ବିଶ୍ବାସୀମାନଙ୍କୁ ଅନନ୍ତ ଜୀବନ ନିମନ୍ତେ ଉଠାଇ ସାରିଛନ୍ତି

they destroy the faith of some

ସେମାନେ କେତେକ ଲୋକଙ୍କୁ ବିଶ୍ବାସ କରିବାରୁ ଅଟକାଇ ଅଛନ୍ତି

2 Timothy 2:19

General Information:

ଗୋଟିଏ ଧନୀ ଘରେ ଯେପରି ଉଭୟ ବହୁମୂଲ୍ୟ ଓ ସାଧାରଣ ପାତ୍ରଗୁଡିକୁ ସମାଦରଭାବରେ ବ୍ୟବହାର କରାଯାଏ, ଈଶ୍ବରଙ୍କ ନିକଟକୁ ଫେରୁଥିବା ଯେ କୌଣସି ଲୋକ ଉତ୍ତମ କର୍ମ ନିମନ୍ତେ ଈଶ୍ବରଙ୍କ ଦ୍ବାରା ସମାଦର ଭାବରେ ବ୍ୟବହୃତ ହୋଇପାରିବ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

the firm foundation of God stands

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବରଙ୍କ ସତ୍ୟ ଦୃଢ଼ ଭିତ୍ତିମୂଳ ସ୍ବରୂପ” କିମ୍ବା ୨) “ଈଶ୍ବର ଆପଣା ଲୋକମାନଙ୍କୁ ଏକ ଦୃଢ଼ ଭିତ୍ତିମୂଳ ଉପରେ ସ୍ଥାପିତ ଗୃହ ସଦୃଶ ସ୍ଥାପନ କରିଛନ୍ତି” କିଅବା ୩) “ଈଶ୍ବରଙ୍କ ବିଶ୍ବସ୍ତତା ଏକ ଦୃଢ଼ ଭିତ୍ତିମୂଳ ସ୍ବରୂପ ଅଟେ I” ଯେ କୌଣସି କ୍ଷେତ୍ର ହେଉ, ପାଉଲ ଏହି ଚିନ୍ତାଧାରା ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଭୂମିରେ ସ୍ଥାପନ କରାଯାଇଥିବା ଗୃହର ଭିତ୍ତିମୂଳ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

who names the name of the Lord

ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ I ଏଠାରେ “ପ୍ରଭୁଙ୍କ ନାମ” ସ୍ବୟଂ ପ୍ରଭୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ ଯେ କେହି ପ୍ରଭୁଙ୍କୁ ଡାକିବ” କିମ୍ବା “ଯେ କହେ କି ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ବାସୀ ଅଟେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

depart from unrighteousness

ପାଉଲ ଅଧାର୍ମିକତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯାହାକୁ ଜଣେ ଛାଡ଼ିପାରିବ I ବିକଳ୍ପ ଅନୁବାଦ: “ମନ୍ଦ ଲୋକ ହେବା ବନ୍ଦ କର” କିମ୍ବା “ମନ୍ଦ କାର୍ଯ୍ୟ କରିବାରୁ କ୍ଷାନ୍ତ ହୁଅ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 2:20

containers of gold and silver ... containers of wood and clay

ଏଠାରେ “ପାତ୍ର” ଥାଳି, ଗିନା ଓ ଅନ୍ୟାନ୍ୟ ପାତ୍ରକୁ ସାଧାରଣଭାବେ ବୁଝାଏ, ଯେଉଁଥିରେ ଲୋକେ ଖାଦ୍ୟ କି ପାନୀୟ ରଖନ୍ତି I ଯଦି ତୁମ ଭାଷାରେ ଏସବୁକୁ ବୁଝାଇବା ପାଇଁ ସାଧାରଣ ଶବ୍ଦ ନାହି, ତେବେ “ଗିନା” ବା “ପାତ୍ର” ବୋଲି ବ୍ୟବହାର କରିପାରିବ I ବିଭିନ୍ନ ପ୍ରକାର ଲୋକଙ୍କୁ ବୁଝାଇବା ପାଇଁ ପାଉଲ ଏହି ରୂପକ ବ୍ୟବହାର କରୁଛନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

honorable use ... dishonorable

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ବିଶେଷ ସମୟ ...ସାଧାରଣ ସମୟ” ୨) “ଲୋକେ ସର୍ବସାଧାରଣରେ କରୁଥିବା କାର୍ଯ୍ୟକଳାପ ...ଲୋକେ ଲୁକ୍କାୟିତ ଭାବରେ କରୁଥିବା କାର୍ଯ୍ୟକଳାପ I”

2 Timothy 2:21

cleans himself from dishonorable use

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଅନାଦରଯୋଗ୍ୟ ଲୋକମାନଙ୍କ ମଧ୍ୟରୁ ଆପଣାକୁ ପୃଥକ୍ କରେ” କିମ୍ବା ୨) “ଆପଣାକୁ ଶୁଦ୍ଧ କରେ I” ଯେ କୌଣସି କ୍ଷେତ୍ରରେ ହେଉ, ପାଉଲ ଏହି ପ୍ରକ୍ରିୟା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଆପଣାକୁ ଧୌତ କରୁଥିବା ଜଣେ ବ୍ୟକ୍ତି ଅଟେ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

he is an honorable container

ପାଉଲ ଏହି ଲୋକ ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ସମାଦରଯୋଗ୍ୟ ପାତ୍ର ଅଟେ I ବିକଳ୍ପ ଅନୁବାଦ: “ସେ ବିଶେଷ ସମୟଗୁଡ଼ିକରେ ବ୍ୟବହାରଯୋଗ୍ୟ ପାତ୍ର ସଦୃଶ” କିମ୍ବା “ସେ ଉତ୍ତମ ଲୋକମାନେ ସର୍ବସାଧାରଣରେ କରୁଥିବା କାର୍ଯ୍ୟକଳାପରେ ବ୍ୟବହାରଯୋଗ୍ୟ ପାତ୍ର ସଦୃଶ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

He is set apart, useful to the Master, and prepared for every good work

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କର୍ତ୍ତା ତାହାକୁ ପୃଥକ୍ କରନ୍ତି ଓ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସେ କର୍ତ୍ତାଙ୍କର ବ୍ୟବହାର ସକାଶେ ପ୍ରସ୍ତୁତ ଅଟେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

He is set apart

ସେ ଶାରୀରିକ ଭାବରେ ବା ସ୍ଥାନଗତ ଭାବରେ ପୃଥକ୍ ନୁହନ୍ତି, ତା’ ପରିବର୍ତ୍ତେ ଗୋଟିଏ ଉଦ୍ଦେଶ୍ୟ ପୂରଣ ନିମନ୍ତେ ପୃଥକ୍ ଅଟନ୍ତି I କେତେକ ସଂସ୍କରଣ ଏହାକୁ “ପବିତ୍ରୀକୃତ” ବୋଲି ଅନୁବାଦ କରେ, କିନ୍ତୁ ଶାସ୍ତ୍ରାଂଶଟି ମୂଳଭାବରେ ପୃଥକ୍ ହେବା ଚିନ୍ତାଧାରାକୁ ପ୍ରକାଶ କରିଥାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 2:22

Flee youthful lusts

ଯୌବନକାଳର ଅଭିଳାଷ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବିପଜ୍ଜନକ ବ୍ୟକ୍ତି ବା ପଶୁ, ଯେଉଁଥିରୁ ତୀମଥି ପଳାୟନ କରିବା ଉଚିତ I ବିକଳ୍ପ ଅନୁବାଦ: “ଯୌବନକାଳର ସମସ୍ତ ଅଭିଳାଷକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇଦିଅ” କିମ୍ବା “ଯୁବା ଲୋକମାନେ ଦୃଢ଼ ଇଚ୍ଛା କରୁଥିବା ମନ୍ଦ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ଭାବରେ ମନା କର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

Pursue righteousness

ଏଠାରେ “ଅନୁଗାମୀ ହୁଅ”ର ଅର୍ଥ “ପଳାୟନ” କରିବାର ବିପରୀତ ଅଟେ I ପାଉଲ ଧାର୍ମିକତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ନିକଟକୁ ତୀମଥି ଧାଇଁଯିବା ଉଚିତ, କାରଣ ଏହା ତାଙ୍କର ମଙ୍ଗଳ କରିବ I ବିକଳ୍ପ ଅନୁବାଦ: “ଧାର୍ମିକତା ପ୍ରାପ୍ତିପାଇଁ ଯଥାସାଧ୍ୟ ଚେଷ୍ଟା କର” କିମ୍ବା “ଧାର୍ମିକତାର ଅନ୍ବେଷଣ କର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

with those

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ ଚାହୁଁଛନ୍ତି ଯେ ତୀମଥି ଧାର୍ମିକତା, ବିଶ୍ବାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହେବାରେ ଅନ୍ୟ ବିଶ୍ବାସୀମାନଙ୍କ ସହିତ ସଂଯୁକ୍ତ ହୁଅନ୍ତୁ, କିମ୍ବା ୨) ପାଉଲ ଚାହୁଁଛନ୍ତି ଯେ ତୀମଥି ଶାନ୍ତିରେ ରହି ଅନ୍ୟ ବିଶ୍ବାସୀମାନଙ୍କ ସହ ବାକ୍ ଯୁଦ୍ଧ ନ କରନ୍ତୁ I

those who call on the Lord

ଏଠାରେ “ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା” ଗୋଟିଏ ରୂଢ଼ି ଅଟେ ଯାହାର ଅର୍ଥ ପ୍ରଭୁଙ୍କଠାରେ ଭରସା କରି ତାହାଙ୍କର ଉପାସନା କରିବା I ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରଭୁଙ୍କର ଉପାସନା କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-idiom)

out of a clean heart

ଏଠାରେ “ଶୁଚି” ଗୋଟିଏ ରୂପକ, ଯାହାର ଅର୍ଥ ପବିତ୍ର ବା ବିଶ୍ବସ୍ତ I ଆଉ, ଏଠାରେ “ହୃଦୟ” ଶବ୍ଦଟି “ଭାବନା” ବା “ଆବେଗ” ର ଏକ ଅନ୍ୟନାମ I ବିକଳ୍ପ ଅନୁବାଦ: “ବିଶ୍ବସ୍ତ ମନ ନେଇ” ବା “ବିଶ୍ବସ୍ତତାର ସହ”(ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-metonymy)

2 Timothy 2:23

refuse foolish and ignorant questions

ନିର୍ବୋଧ ଓ ବିତଣ୍ଡା ବାଦାନୁବାଦର ଉତ୍ତର ଦେବାକୁ ଅଗ୍ରାହ୍ୟ କର I ପାଉଲଙ୍କ କହିବାର ଅର୍ଥ ହେଉଛି ଯେ ଏହି ପ୍ରକାର ପ୍ରଶ୍ନ ପଚାରୁଥିବା ଲୋକମାନେ ନିର୍ବୋଧ ଓ ଅଜ୍ଞ ଅଟନ୍ତି I ବିକଳ୍ପ ଅନୁବାଦ: “ସତ୍ୟକୁ ଜାଣିବାକୁ ଇଚ୍ଛା କରୁ ନ ଥିବା ନିର୍ବୋଧ ଲୋକମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେବାକୁ ଅଗ୍ରାହ୍ୟ କର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

they give birth to arguments

ଅଜ୍ଞ ପ୍ରଶ୍ନ ଗୁଡିକ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ସନ୍ତାନ ପ୍ରସବ କରୁଥିବା ସ୍ତ୍ରୀ ଲୋକ ସଦୃଶ I ବିକଳ୍ପ ଅନୁବାଦ: “ସେମାନେ ଯୁକ୍ତିତର୍କ କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 2:25

in meekness

ମୃଦୁଭାବରେ କିମ୍ବା “କୋମଳ ଭାବରେ”

educate those

ସେମାନଙ୍କୁ ଶିକ୍ଷା ଦିଅ ବା ସେମାନଙ୍କୁ ସଂଶୋଧନ କର”

God may perhaps give them repentance

ପାଉଲ ମନପରିବର୍ତ୍ତନ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଈଶ୍ବର ଲୋକମାନଙ୍କୁ ଦେଇପାରିବେ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ମନପରିବର୍ତ୍ତନ କରିବାକୁ ସୁଯୋଗ ଦେଇପାରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

for the knowledge of the truth

ଯେପରି ସେମାନେ ସତ୍ୟକୁ ଜାଣିବେ

2 Timothy 2:26

They may become sober again

ପାପୀମାନେ ଈଶ୍ବରଙ୍କ ସମ୍ବନ୍ଧରେ ଯଥାର୍ଥଭାବରେ ଚିନ୍ତା କରିବାକୁ ଶିକ୍ଷା କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ମତ୍ତ ଲୋକମାନେ, ଆଉ ପୁନର୍ବାର ସୁବୁଦ୍ଧି ହେଉଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ପୁନର୍ବାର ଯଥାର୍ଥଭାବରେ ଚିନ୍ତା କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

leave the devil's trap

ଖ୍ରୀଷ୍ଟିୟାନମାନଙ୍କୁ ପାପରେ ପକାଇବାକୁ ଶୟତାନର ଦକ୍ଷତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଫାନ୍ଦ I ବିକଳ୍ପ ଅନୁବାଦ: “ଶୟତାନ ଚାହୁଁଥିବା ବିଷୟ କରିବା ବନ୍ଦ କର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

after they have been captured by him for his will

ଖ୍ରୀଷ୍ଟିୟାନମାନଙ୍କୁ ପାପରେ ପକାଇବା ବିଷୟରେ କୁହାଯାଏ ଯେ ସତେ ଯେପରି ଶୟତାନ ସେମାନଙ୍କୁ ଶାରୀରିକ ଭାବରେ ଧରିନେଇ ଆପଣାର ଦାସ କରି ରଖିଅଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ଆପଣା ଇଚ୍ଛାର ବାଧ୍ୟ କରାଇ ସେମାନଙ୍କୁ ଭୁଲାଇଲା ପରେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Timothy 3

୨ ତୀମଥି ୦୩ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

”ଶେଷ ଦିନ”ର ଅର୍ଥ ହୁଏତ ଭବିଷ୍ୟତରେ ଯୀଶୁଙ୍କ ପୁନରାଗମନର ଠିକ୍ ପୂର୍ବ ସମୟ ହୋଇପାରେ I ଯଦି ତାହା ହୁଏ, ତେବେ ପାଉଲ ୧-୯ ଓ ୧୩ ପଦରେ ସେହି ଦିନସମୂହ ବିଷୟରେ ଭାବବାଣୀ କରୁଛନ୍ତି I “ଶେଷ ଦିନ” ମଧ୍ୟ ପାଉଲଙ୍କ ସମୟର ସହ ଖ୍ରୀଷ୍ଟିୟାନ ଯୁଗକୁ ବୁଝାଇପାରେ I ଯଦି ଏହା ହୁଏ, ତାଡନା ପ୍ରାପ୍ତ ହେବା ବିଷୟରେ ପାଉଲ ଶିକ୍ଷା ଦେଉଥିବା ବିଷୟ ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ପ୍ରଯୁଜ୍ୟ ଅଟେ I (ଦେଖ: https://read.bibletranslationtools.org/u/WA-Catalog/*_tw/kt.html#prophethttps://read.bibletranslationtools.org/u/WA-Catalog/*_tw/kt.html#lastday)

2 Timothy 3:1

Connecting Statement:

ପାଉଲ ତୀମଥିଙ୍କୁ ଜଣାଉଛନ୍ତି ଯେ ଭବିଷ୍ୟତରେ ଲୋକମାନେ ସତ୍ୟରେ ବିଶ୍ବାସ କରିବା ବନ୍ଦ କରିବେ, କିନ୍ତୁ ସେ ଏପରି କି ତାଡନା ପ୍ରାପ୍ତ ହେଲେ ସୁଦ୍ଧା ତାହାଙ୍କୁ ଈଶ୍ବରଙ୍କ ବାକ୍ୟରେ ଭରସା କରିବାରେ ଲାଗି ରହିବାକୁ ହେବ I

In the last days

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ପାଉଲଙ୍କ ସମୟଠାରୁ ପରବର୍ତ୍ତୀ ସମୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଭବିଷ୍ୟତରେ ଯୀଶୁଙ୍କ ପୁନରାଗମନର ଠିକ୍ ପୂର୍ବରୁ” ୨) ଏହା ପାଉଲଙ୍କ ସମୟ ସହ ଖ୍ରୀଷ୍ଟିୟାନ ଯୁଗକୁ ବୁଝାଏ I ବିକଳ୍ପ ଅନୁବାଦ; “ଯୁଗାନ୍ତ ପୂର୍ବର ସମୟରେ”

difficult times

ଖ୍ରୀଷ୍ଟିୟାନମାନେ ଦୁଃଖଭୋଗ ଓ ବିପଦ ସହ୍ୟ କରିବାର ସମୟ ଦିନ, ମାସ କିମ୍ବା ଏପରିକି ବର୍ଷ ବର୍ଷ ହେବ I

2 Timothy 3:2

lovers of themselves

ଏଠାରେ “ଆତ୍ମପ୍ରିୟ” ଭ୍ରାତୃପ୍ରେମ, ବା ବନ୍ଧୁ ଅବା ପରିବାର ସଦସ୍ୟଙ୍କ ପ୍ରତି ପ୍ରେମ, ବନ୍ଧୁମାନଙ୍କ କିଅବା ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ଥିବା ସ୍ବାଭାବିକ ପ୍ରେମକୁ ବୁଝାଏ I ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସି ନ ଥାଏ I ବିକଳ୍ପ ଅନୁବାଦ: “ଆତ୍ମକୈନ୍ଦ୍ରିକ”

2 Timothy 3:3

without natural affection

ଆପଣା ପରିବାରକୁ ପ୍ରେମ ନ କରି

unable to reconcile

ଲୋକମାନଙ୍କ ସହିତ ସମ୍ମତ ନ ହୋଇ କିମ୍ବା “କାହା ସହିତ ଶାନ୍ତିରେ ବାସ ନ କରି”

not lovers of good

ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଉତ୍ତମ ବିଷୟର ଘୃଣାକାରୀ”

2 Timothy 3:4

reckless

କଅଣ ମନ୍ଦ ହୋଇପାରେ ବୋଲି ଚିନ୍ତା ନ କରି କାର୍ଯ୍ୟ କରିବା କିମ୍ବା ଏପରିକି ମନ୍ଦ ବିଷୟ ହୋଇପାରେ ବୋଲି ଜାଣି ସୁଦ୍ଧା କାର୍ଯ୍ୟ କରିବା

conceited

ସେମାନେ ଅନ୍ୟ ଲୋକମାନଙ୍କଠାରୁ ଉତ୍ତମ ବୋଲି ମନେ କରି

2 Timothy 3:5

They will have a shape of godliness, but they will deny its power

ପାଉଲ ଈଶ୍ବରପରାୟଣତା, ଅର୍ଥାତ୍ ଈଶ୍ବରଙ୍କୁ ସମ୍ଭ୍ରମ କରିବାର ଅଭ୍ୟାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପାର୍ଥିବ ବସ୍ତୁ, ଯାହାର ଆକାର ଓ ଶାରୀରିକ ଶକ୍ତି ଅଛି I ବିକଳ୍ପ ଅନୁବାଦ: “ସେମାନେ ଈଶ୍ବରଙ୍କୁ ସମ୍ମାନ କଲାପରି ଦେଖାଯିବେ, କିନ୍ତୁ ସେମାନେ ଯେଉଁଭଳି କାର୍ଯ୍ୟ କରିବେ, ତାହା ପ୍ରମାଣ କରିବ ଯେ ସେମାନେ ପ୍ରକୃତରେ ଈଶ୍ବରଙ୍କ ଶକ୍ତିରେ ବିଶ୍ବାସ କରନ୍ତି ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

have a shape of godliness

ଈଶ୍ବରପରାୟଣ ଥିବା ପରି ଦେଖାଯିବେ କିମ୍ବା “ଈଶ୍ବରଙ୍କୁ ସମ୍ମାନ କଲାପରି ଦେଖାଯିବେ”

Turn away from these people

ଏଠାରେ “ଅନ୍ତର ହେବା” ଗୋଟିଏ ରୂପକ ଯାହା ଜଣକୁ ଏଡାଇବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ପ୍ରକାର ଲୋକକୁ ଏଡ଼ାଅ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 3:6

enter into households and captivate

ଗୃହରେ ପ୍ରବେଶ କରି ଅତ୍ୟନ୍ତ ପ୍ରଭାବିତ କରନ୍ତି

foolish women

ଯେଉଁ ସ୍ତ୍ରୀ ଲୋକମାନେ ଆତ୍ମିକଭାବରେ ଦୁର୍ବଳ I ଏହି ସ୍ତ୍ରୀ ଲୋକମାନେ ହୁଏତ ଆତ୍ମିକଭାବରେ ଦୁର୍ବଳ, କାରଣ ସେମାନେ ଈଶ୍ବରପରାୟଣ ହେବାକୁ ବିଫଳ ହୁଅନ୍ତି କିମ୍ବା ସେମାନେ ଅଲସୁଆ ଓ ଅନେକ ପାପରେ ଜଡିତ ଅଟନ୍ତି I

who are heaped up with sins

ପାପର ଆକର୍ଷଣ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହି ସ୍ତ୍ରୀ ଲୋକମାନଙ୍କ ପିଠିରେ ପାପଗୁଡିକ ଠୁଳ ହୋଇ ଲଦି ହୋଇ ରହିଛି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯେଉଁମାନେ ବାରମ୍ବାର ପାପ କରନ୍ତି” କିମ୍ବା ୨) “ଯେଉଁମାନେ ଅତିଶୟ ଦୋଷୀ ମନେ କରନ୍ତି, କାରଣ ସେମାନେ ନିରନ୍ତର ପାପ କରୁଛନ୍ତି I” ଚିନ୍ତାଧାରା ହେଉଛି ଯେ ଏହି ଲୋକମାନେ ଏହି ସ୍ତ୍ରୀ ଲୋକମାନଙ୍କୁ ସହଜରେ ପ୍ରଭାବିତ କରି ପାରନ୍ତି, କାରଣ ଏହି ସ୍ତ୍ରୀ ଲୋକମାନେ ପାପ କରିବାରୁ ନିବୃତ ହୋଇ ପାରନ୍ତି ନାହିଁ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

are led away by various desires

ପାଉଲ ଏହି ପ୍ରକାର ବିଭିନ୍ନ ଅଭିଳାଷ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡ଼ିକ ଅନ୍ୟ ଜଣକୁ ଦୂରକୁ ନେଇଯିବେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଖ୍ରୀଷ୍ଟଙ୍କର ବାଧ୍ୟ ନ ହୋଇ ବରଂ ବିଭିନ୍ନ ପ୍ରକାରେ ପାପ କରିବାକୁ ଇଚ୍ଛା କରନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphorhttps://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Timothy 3:8

Connecting Statement:

ପାଉଲ ମୋଶାଙ୍କ ସମୟର ଦୁଇ ଜଣ ଭଣ୍ଡ ଶିକ୍ଷକଙ୍କ ଦୃଷ୍ଟାନ୍ତ ଦେଉଛନ୍ତି ଓ ଲୋକମାନେ ସେହି ପ୍ରକାର ହେବେ ବୋଲି କହୁଛନ୍ତି I ପାଉଲ ତୀମଥିଙ୍କୁ ତାହାଙ୍କ ଆଦର୍ଶକୁ ଅନୁସରଣ କରି ଈଶ୍ବରଙ୍କ ବାକ୍ୟରେ ସ୍ଥିର ରହିବାକୁ ଉତ୍ସାହିତ କରୁଛନ୍ତି I

Jannes and Jambres

ଏସବୁ ପୁରୁଷ ଲୋକଙ୍କ ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

stood against

କାହାରି ବିରୁଦ୍ଧରେ ଯୁକ୍ତିତର୍କ କରୁଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କ ବିରୁଦ୍ଧରେ ଛିଡ଼ା ହେଉଛନ୍ତି I ବିକଳ୍ପ ଅନୁବାଦ: “ବିରୋଧ କଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

stand against the truth

ଯୀଶୁଙ୍କ ସୁସମାଚାରର ବିରୋଧ କରନ୍ତି

They are men corrupt in mind

ସେମାନଙ୍କର ମନ ଭ୍ରଷ୍ଟ କିମ୍ବା “ସେମାନେ ଠିକ୍ ଭାବରେ ଚିନ୍ତା କରିପାରନ୍ତି ନାହିଁ”

and with regard to the faith they are proven to be false

ସେମାନେ ପରୀକ୍ଷିତ ହୋଇଛନ୍ତି ଯେ ସେମାନେ କେତେ ଭଲ ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା ରଖୁଛନ୍ତି ଓ ତାହାଙ୍କର ବାଧ୍ୟ ହେଉଛନ୍ତି, ଆଉ ସେମାନେ ପରୀକ୍ଷାରେ ବିଫଳ ହୋଇଛନ୍ତି I ବିକଳ୍ପ ଅନୁବାଦ: “ଆଉ ପ୍ରକୃତ ବିଶ୍ବାସ ବିନା” କିମ୍ବା “ଆଉ ସେମାନେ ଦେଖାଇଛନ୍ତି ଯେ ସେମାନଙ୍କ ବିଶ୍ବାସ ପ୍ରକୃତ ନୁହେଁ”

2 Timothy 3:9

they will not advance very far

ପାଉଲ ଶାରୀରିକ ଚଳପ୍ରଚଳନ ବିଷୟକ ଭାବ ବ୍ୟବହାର କରି କହୁଛନ୍ତି ଯେ ଭଣ୍ଡ ଶିକ୍ଷକମାନେ ବିଶ୍ବାସୀମାନଙ୍କ ମଧ୍ୟରେ ଅଧିକ ସଫଳ ହେବେ ନାହିଁ I ବିକଳ୍ପ ଅନୁବାଦ: “ସେମାନେ ଅଧିକ ସଫଳ ହେବେ ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

obvious

ଯାହା ଲୋକମାନେ ସହଜରେ ଦେଖିପାରିବେ

of those men

ଯନ୍ନୀସ୍ ଓ ଯମ୍ବ୍ରୀସ୍ ବିଷୟରେ

2 Timothy 3:10

you have followed my teaching

ଏହି ସବୁ ବିଷୟ ପ୍ରତି ଅତି ପାଖରୁ ଧ୍ୟାନ ଦେବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଆଗକୁ ଯାଉଥିବା ସମୟରେ ଜଣେ ଶାରୀରିକ ଭାବରେ ତାଙ୍କର ଅନୁସରଣ କରୁଛି I ବିକଳ୍ପ ଅନୁବାଦ; “ତୁମ୍ଭେ ମୋହର ଶିକ୍ଷା ନିରୀକ୍ଷଣ କରିଅଛ” କିମ୍ବା “ତୁମ୍ଭେ ମୋହର ଶିକ୍ଷା ପ୍ରତି ଅତି ମନଯୋଗୀ ହୋଇଅଛ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

my teaching

ମୁଁ ତୁମ୍ଭକୁ ଯାହା କରିବାକୁ ଶିକ୍ଷା ଦେଇଅଛି

conduct

ଯେଉଁ ପ୍ରକାରେ ଜଣେ ଲୋକ ଜୀବନ ଯାପନ କରେ

longsuffering

ସେ ସମର୍ଥନ କରୁ ନ ଥିବା ବିଷୟ କରୁଥିଲେ ହେଁ ଜଣେ ବ୍ୟକ୍ତି ସେହି ଲୋକମାନଙ୍କ ପ୍ରତି ସହିଷ୍ଣୁ ଅଟେ

2 Timothy 3:11

Out of them all, the Lord rescued me

ସେ ସହ୍ୟ କରୁଥିବା ଏହି ସବୁ କଷ୍ଟ ଓ ବିପଦକୁ ଈଶ୍ବର ବନ୍ଦ କରିଦେଇଥିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଈଶ୍ବର ତାହାଙ୍କୁ ଏକ ଭୌତିକ ସ୍ଥାନରୁ ବାହାରକୁ ନେଇଆସିଛନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 3:12

to live in a godly manner in Christ Jesus

ଯୀଶୁଙ୍କର ଶିଷ୍ୟଭାବରେ ଈଶ୍ବରପରାୟଣ ଜୀବନ ଯାପନ କରିବାକୁ

will be persecuted

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ନିଶ୍ଚିତଭାବରେ ତାଡନା ଭୋଗ କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Timothy 3:13

impostors

ଜଣେ ଦୁଷ୍ଟ ଲୋକ ହେଉଛି ସେହି ବ୍ୟକ୍ତି, ଯେ ଚାହିଁଥାଏ ଯେ ଅନ୍ୟମାନେ ସେ ଯେ ଦୁଷ୍ଟ ଅଟେ ଏପରି ନ ଭାବି ତାହା ବିଷୟରେ ଏପରି ଭାବନ୍ତୁ ଯେ ସେ ଜଣେ ଅଧିକ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି I

will go from bad to worse

ଏପରିକି ସେ ଆହୁରି ଅଧିକ ଦୁଷ୍ଟ ହେବ

leading others and themselves astray

ଏଠାରେ, ଜଣେ ଲୋକକୁ ବିପଥରେ ନେଇଯିବା ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ ଯାହା ସତ୍ୟ ନୁହେଁ, ତାହା ବିଶ୍ବାସ କରିବାକୁ ପ୍ରରୋଚିତ କରିବା I ବିକଳ୍ପ ଅନୁବାଦ: “ଆପଣା ଆପଣାକୁ ଓ ଅନ୍ୟମାନଙ୍କୁ ପ୍ରବଞ୍ଚିତ କରିବା” କିମ୍ବା “ମିଥ୍ୟାକୁ ବିଶ୍ବାସ କରିବା ଓ ମିଥ୍ୟା ଶିକ୍ଷା ଦେବା” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 3:14

remain in the things that you have learned

ବାଇବଲଜନିତ ଉପଦେଶ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠି ତୀମଥି ରହିପାରିବେ I ବିକଳ୍ପ ଅନୁବାଦ: “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା ଭୁଲି ଯାଅ ନାହିଁ” କିମ୍ବା “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା କରିବାରେ ଲାଗିରୁହ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 3:15

the sacred writings. These are able to make you wise for salvation through faith in Christ Jesus

ପବିତ୍ର ଶାସ୍ତ୍ର ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେସବୁ ଜଣେ ବ୍ୟକ୍ତି, ଯେ କି ଅନ୍ୟ ଜଣକୁ ଜ୍ଞାନୀ କରିପାରିବ I ବିକଳ୍ପ ଅନୁବାଦ: “ଯେ ଯେତେବେଳେ ତୁମ୍ଭେ ଈଶ୍ବରଙ୍କ ବାକ୍ୟ ପାଠ କରିବ, ତୁମ୍ଭେ ବିଶ୍ବାସ କରିବା ଦ୍ବାରା ଖ୍ରୀଷ୍ଟ ଯୀଶୁଙ୍କଠାରୁ ପରିତ୍ରାଣ ପାଇବା ନିମନ୍ତେ ଜ୍ଞାନୀ ହେବ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-personification)

2 Timothy 3:16

All scripture has been inspired by God

କେତେକ ବାଇବଲ ଏହାକୁ “ସମସ୍ତ ଶାସ୍ତ୍ର ଈଶ୍ବର ନିଶ୍ବଶିତ” ବୋଲି ଅନୁବାଦ କରନ୍ତି I ଏହାର ଅର୍ଥ ହେଉଛି ଯେ କଅଣ ଲେଖିବାକୁ ହେବ ତାହା ଈଶ୍ବର ଲୋକମାନଙ୍କୁ ଆପଣା ଆତ୍ମାଙ୍କ ଦ୍ବାରା କହି ଧର୍ମଶାସ୍ତ୍ରକୁ ଉତ୍ପନ୍ନ କଲେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣା ଆତ୍ମାଙ୍କ ଦ୍ବାରା ସମସ୍ତ ଶାସ୍ତ୍ର କହିଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

It is profitable

ଏହା ଉପକାରୀ କିମ୍ବା “ଏହା ହିତଜନକ”

for conviction

ଭ୍ରମକୁ ଦେଖାଇବା ନିମନ୍ତେ

for correction

ଭ୍ରମକୁ ସୁଧାରିବା ନିମନ୍ତେ

for training in righteousness

ଧାର୍ମିକ ହେବାକୁ ଲୋକମାନଙ୍କୁ ତାଲିମ ଦେବା ନିମନ୍ତେ

2 Timothy 3:17

the man of God

ଏହାର ଅର୍ଥ ହେଉଛି ପୁରୁଷ ହେଉ କି ସ୍ତ୍ରୀ ହେଉ, ଈଶ୍ବରଙ୍କଠାରେ ଥିବା ଯେ କୌଣସି ବିଶ୍ବାସୀ I ବିକଳ୍ପ ଅନୁବାଦ: “ସମସ୍ତ ବିଶ୍ବାସୀ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-gendernotations)

may be competent, equipped

ଯେପରି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇପାରେ

2 Timothy 4

୨ ତୀମଥି ୦୪ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

“ମୁଁ ଏହି ପବିତ୍ର ଆଜ୍ଞା ଦେଉଅଛି”

ପାଉଲ ତୀମଥିଙ୍କୁ ବ୍ୟକ୍ତିଗତ ଉପଦେଶ ଦେବାକୁ ଆରମ୍ଭ କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ମୁକୁଟ

ଶାସ୍ତ୍ର ବିଭିନ୍ନ ବିଷୟପାଇଁ ବିଭିନ୍ନ ମୁକୁଟକୁ ପ୍ରତିଛବି ଭାବରେ ବ୍ୟବହାର କରିଥାଏ I ଏହି ଅଧ୍ୟାୟରେ ଏପରି ଜଣାପଡୁଛି ଯେ ଯଥାର୍ଥଭାବେ ଜୀବନ ଯାପନ କରିଥିବାର ଫଳ ସ୍ବରୂପେ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ମୁକୁଟ ପ୍ରଦାନ କରିବେ I

2 Timothy 4:1

Connecting Statement:

ପାଉଲ ତୀମଥିଙ୍କୁ ବିଶ୍ବସ୍ତ ରହିବାକୁ ସ୍ମରଣ କରାଉଛନ୍ତି ଓ ଏହା ମଧ୍ୟ ଯେ ସେ, ପାଉଲ ବର୍ତ୍ତମାନ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ I

this solemn command before God and Christ Jesus

ଈଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ ଏହି ଦୃଢ଼ ଆଜ୍ଞା ଦେଉଅଛି I ଏହା ସୂଚିତ କରେ ଯେ ଈଶ୍ବର ଓ ଯୀଶୁ ପାଉଲଙ୍କର ସାକ୍ଷୀ ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କୁ ମୋହର ସାକ୍ଷୀ ରଖି ଏହି ଦୃଢ଼ ଆଜ୍ଞା ଦେଉଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

solemn command

ଦୃଢ଼ ଆଜ୍ଞା

the living and the dead

ସମସ୍ତ ଲୋକଙ୍କୁ ବୁଝାଇବାପାଇଁ ଏଠାରେ “ଜୀବିତ” ଓ “ମୃତ” ଶବ୍ଦ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ଆରମ୍ଭରୁ ଏ ପର୍ଯ୍ୟନ୍ତ ବଞ୍ଚିଥିବା ସମସ୍ତ ଲୋକ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-merism)

the dead, and because of his appearing and his kingdom

ଏଠାରେ “ରାଜ୍ୟ” ରାଜାଭାବରେ ଖ୍ରୀଷ୍ଟଙ୍କର ରାଜତ୍ବକୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ଯେତେବେଳେ ରାଜାଭାବରେ ପୁନରାଗମନ କରିବେ, ସମସ୍ତ ମୃତ ଲୋକମାନେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

2 Timothy 4:2

the word

ଏଠାରେ ବାକ୍ୟ ""ସମ୍ବାଦ""ର ଅନ୍ୟନାମ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବିଷୟକ ସମ୍ବାଦ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

when it is not

ଏଠାରେ “ସୁବିଧାଜନକ” ଶବ୍ଦଟି ବୁଝିହେଉଛି I ବିକଳ୍ପ ଅନୁବାଦ: “ଯେତେବେଳେ ଏହା ସୁବିଧାଜନକ ସମୟ ନୁହେଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-ellipsis)

Reprove

କୌଣସି ବ୍ୟକ୍ତିକୁ କୁହ ଯେ ସେ ମନ୍ଦ କାର୍ଯ୍ୟ କରିବାରେ ଦୋଷୀ ଅଟେ

exhort, with all patience and teaching

ଲୋକମାନଙ୍କୁ ସବୁବେଳେ ଉତ୍ସାହ ଓ ଶିକ୍ଷା ଦିଅ ଏବଂ ସେମାନଙ୍କ ପ୍ରତି ସର୍ବଦା ସହିଷ୍ଣୁ ହୁଅ

2 Timothy 4:3

For the time will come when

କାରଣ ଭବିଷ୍ୟତରେ କେତେବେଳେ

people

ଏହାର ପରିପ୍ରେକ୍ଷୀ ସୂଚାଉଅଛି ଯେ ଏହି ଲୋକମାନେ ବିଶ୍ବାସୀ ସମ୍ପ୍ରଦାୟର ଏକ ଅଂଶ ହେବେ

will not endure sound teaching

ହିତଜନକ ଶିକ୍ଷା ଆଉ ଶୁଣିବାକୁ ଚାହିଁବେ ନାହିଁ

sound teaching

ଏହାର ଅର୍ଥ ହେଉଛି ଯେ ଯାହା ସତ୍ୟ, ଯଥାର୍ଥ ଓ ଈଶ୍ବରଙ୍କ ବାକ୍ୟ ସମ୍ମତ ଶିକ୍ଷା

they will heap up for themselves teachers according to their own desires

ଲୋକମାନେ ଅନେକ ଶିକ୍ଷକ ସଂଗ୍ରହ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ସେମାନଙ୍କୁ ଗୋଟିଏ ଗଦା ବା ସ୍ତୁପ ମଧ୍ୟକୁ ପକାଇଦେଉଛି I ବିକଳ୍ପ ଅନୁବାଦ: “ସେମାନେ ଅନେକ ଶିକ୍ଷକଙ୍କୁ ଶୁଣିବେ, ଯେଉଁମାନେ ସେମାନଙ୍କୁ ନିଶ୍ଚୟତା ଦେବେ ଯେ ସେମାନଙ୍କ ପାପପୂର୍ଣ୍ଣ ଅଭିଳାଷରେ କିଛି ଭୁଲ୍ ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

who say what their itching ears want to hear

ଲୋକମାନେ ଦୃଢ଼ଭାବରେ କିଛି ବିଷୟ ଶୁଣିବାକୁ ଇଚ୍ଛା କରୁଥିବା ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ସେମାନଙ୍କ କର୍ଣ୍ଣ କୁଣ୍ଡେଇ ହେଉଛି ଓ ଶିକ୍ଷକମାନେ ସେମାନେ ଶୁଣିବାକୁ ଚାହୁଁଥିବା ବିଷୟ କହିଲେ ଯାଇ ସେମାନଙ୍କୁ ଭଲ ଲାଗିବ I ବିକଳ୍ପ ଅନୁବାଦ “ଯେଉଁମାନେ କହନ୍ତି ଯେ ସେମାନେ ଯାହା ଚାହାନ୍ତି, ତାହା ହିଁ ଶୁଣିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-idiom)

2 Timothy 4:4

They will turn their hearing away from the truth

ଲୋକମାନେ ଆଉ ମନଯୋଗ କରୁ ନ ଥିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶାରୀରିକ ଭାବରେ ବିମୁଖ ହେଉଛନ୍ତି, ଯେପରି ସେମାନେ ଶୁଣିପାରିବେ ନାହିଁ I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ପ୍ରତି ଆଉ ମନଯୋଗ କରିବେ ନାହିଁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

they will turn aside to myths

ଲୋକମାନେ କଳ୍ପିତ କାହାଣୀ ପ୍ରତି ମନଯୋଗ କରିବାକୁ ଆରମ୍ଭ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶୁଣିବାକୁ ଶାରୀରିକ ଭାବରେ ସେମାନଙ୍କ ପ୍ରତି ଢଳିପଡୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ନ ଥିବା ଶିକ୍ଷା ପ୍ରତି ମନଯୋଗ କରିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 4:5

be sober-minded

ପାଉଲ ଚାହାନ୍ତି ଯେ ତାଙ୍କର ପାଠକମାନେ ସବୁ ବିଷୟରେ ସଠିକ୍ ଚିନ୍ତା କରନ୍ତୁ ଓ ସେ ସେମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଚାହାନ୍ତି ଯେ ସେମାନେ ଦ୍ରାକ୍ଷାରସରେ ମତ୍ତ ନ ହୋଇ ସୁବୁଦ୍ଧି ହୁଅନ୍ତୁ I ବିକଳ୍ପ ଅନୁବାଦ: “ସ୍ପଷ୍ଟଭାବେ ଚିନ୍ତା କର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

the work of an evangelist

ଏହାର ଅର୍ଥ ହେଉଛି, ଯୀଶୁ କିଏ, ସେ ସେମାନଙ୍କ ନିମନ୍ତେ କଅଣ କରିଥିଲେ, ଓ ସେମାନେ ତାହାଙ୍କ ନିମନ୍ତେ କିପରି ଜୀବନ କାଟିବା ଆବଶ୍ୟକ, ତାହା ଲୋକମାନଙ୍କୁ ଜଣାଇବା I

2 Timothy 4:6

I am already being poured out

ପାଉଲ ମୃତ୍ୟୁଭୋଗ ସମ୍ବନ୍ଧରେ ଆପଣା ପ୍ରସ୍ତୁତି ବିଷୟରେ କହନ୍ତି ଯେ ସତେ ଯେପରି ସେ ଈଶ୍ବରଙ୍କ ନିମନ୍ତେ ଆହୁତି ସ୍ବରୂପେ ଢଳାଯିବା ନିମନ୍ତେ ପ୍ରସ୍ତୁତ ଗୋଟିଏ ଦ୍ରାକ୍ଷାରସର ପାତ୍ର ଅଟନ୍ତି I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

The time of my departure has come

ଏଠାରେ “ମହାପ୍ରୟାଣ” ଶିଷ୍ଟାଚାର ଭାବରେ ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ମୃତ୍ୟୁଭୋଗ କରି ଏହି ଜଗତ ପରିତ୍ୟାଗ କରିବି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-euphemism)

2 Timothy 4:7

I have competed in the good contest

ପାଉଲ ଆପଣା କଠିନ ପରିଶ୍ରମ ବିଷୟରେ କହନ୍ତି ଯେ ସତେ ଯେପରି ସେ ପୁରସ୍କାର ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ କ୍ରୀଡାବିତ୍ ଅଟନ୍ତି I ବିକଳ୍ପ ଅନୁବାଦ: “ମୁଁ ମୋହର ସର୍ବୋତ୍ତମ କାର୍ଯ୍ୟ କରିଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

I have finished the race

ଈଶ୍ବରଙ୍କ ପ୍ରତି ଆପଣା ସେବାର ଜୀବନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଗୋଟିଏ ଦୌଡ ପ୍ରତିଯୋଗିତାରେ ଆପଣା ପାଦରେ ଦୌଡୁଛନ୍ତି I ବିକଳ୍ପ ଅନୁବାଦ: “ମୋହର ଯାହା କରିବାର ଆବଶ୍ୟକ ଥିଲା, ତାହା ମୁଁ ସମ୍ପୂର୍ଣ୍ଣ କରିଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

I have kept the faith

ଖ୍ରୀଷ୍ଟଙ୍କଠାରେ ଆପଣା ଭରସା ଓ ଈଶ୍ବରଙ୍କ ପ୍ରତି ଆପଣା ବାଧ୍ୟତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ବହୁମୂଲ୍ୟ ପଦାର୍ଥ ଯାହା ସେ ଆପଣା ଅକ୍ତିଆରରେ ରଖିଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମୋହର ସେବାକାର୍ଯ୍ୟ କରିବାରେ ମୁଁ ବିଶ୍ବସ୍ତ ରହିଅଛି” କିମ୍ବା ୨) ଯେଉଁ ଶିକ୍ଷା ତୃଟିଶୂନ୍ୟ ବୋଲି ଆମ୍ଭେମାନେ ବିଶ୍ବାସ କରୁଛୁ, ମୁଁ ତାହା ରକ୍ଷା କରିଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 4:8

The crown of righteousness has been reserved for me

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋ ନିମନ୍ତେ ଧାର୍ମିକତାର ମୁକୁଟ ସଂରକ୍ଷିତ କରି ରଖିଛନ୍ତି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

crown of righteousness

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ମୁକୁଟ ହେଉଛି ପୁରସ୍କାର, ଯାହା ଈଶ୍ବର ଯଥାର୍ଥଭାବରେ ଜୀବନ ଯାପନ କରୁଥିବା ଲୋକମାନଙ୍କୁ ଦିଅନ୍ତି କିମ୍ବା ୨) ମୁକୁଟ ଧାର୍ମିକତାର ଗୋଟିଏ ରୂପକ I ଗୋଟିଏ ପ୍ରତିଯୋଗିତାର ବିଚାରକର୍ତ୍ତା ଯେପରି ବିଜେତାଙ୍କୁ ମୁକୁଟ ଦିଅନ୍ତି, ଯେତେବେଳେ ପାଉଲ ଆପଣା ଜୀବନ ଶେଷ କରିବେ, ଈଶ୍ବର ପାଉଲଙ୍କୁ ଧାର୍ମିକ ବୋଲି ଘୋଷଣା କରିବେ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

crown

ଲରେଲ୍ ବୃକ୍ଷର ପତ୍ରରୁ ନିର୍ମିତ ଗୋଟିଏ ମାଳା, ଯାହା କ୍ରୀଡା ପ୍ରତିଯୋଗିତାରେ ବିଜେତାମାନଙ୍କୁ ଦିଆଯାଉଥିଲା

on that day

ଯୀଶୁଙ୍କ ପୁନରାଗମନ ଦିନରେ କିମ୍ବା “ଈଶ୍ବର ଲୋକମାନଙ୍କର ବିଚାର କରିବା ଦିନରେ”

but also to all those who have loved his appearing

ପାଉଲ ଏହି ଘଟଣା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଘଟିଯାଇଛି I ଏହାକୁ ଗୋଟିଏ ଭବିଷ୍ୟତର ଘଟଣା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମାତ୍ର ଯେଉଁମାନେ ତାହାଙ୍କ ପୁନରାଗମନକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି, ସେମାନଙ୍କୁ ମଧ୍ୟ ସେ ତାହା ଦେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-pastforfuture)

2 Timothy 4:9

Connecting Statement:

ପାଉଲ କେତେକ ନିର୍ଦ୍ଦିଷ୍ଟ ଲୋକମାନଙ୍କ ବିଷୟରେ, ଅର୍ଥାତ୍, ସେମାନେ କିପରି ଈଶ୍ବରଙ୍କ କାର୍ଯ୍ୟ ବିଷୟରେ ଓ ତାହାଙ୍କ ପ୍ରତି ବ୍ୟବହାର କରିଥିଲେ, ସେ ବିଷୟରେ କହୁଛନ୍ତି ଏବଂ ତା’ପରେ କେତେକ ନିର୍ଦ୍ଦିଷ୍ଟ ଲୋକଙ୍କଠାରୁ ନିର୍ଦ୍ଦିଷ୍ଟ ଲୋକମାନଙ୍କୁ ନମସ୍କାର ଜଣାଇ ଶେଷ କରୁଛନ୍ତି I

come ... quickly

ଯେତେ ଶୀଘ୍ର ସମ୍ଭବ ...ଆସ

2 Timothy 4:10

Demas ... Crescens ... Titus

ଏହା ପୁରୁଷ ଲୋକଙ୍କ ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

this present world

ଏଠାରେ “ଜଗତ” ଈଶ୍ବରଙ୍କ ବିଷୟକୁ ବିରୋଧ କରୁଥିବା ଜାଗତିକ ବିଷୟକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ଏହି ଜଗତର ସାମୟିକ ସୁଖଭୋଗକୁ ଭଲ ପାଏ କିମ୍ବା ୨) ସେ ଭୟଭୀତ ଯେ ସେ ପାଉଲଙ୍କ ସାଙ୍ଗରେ ଥିଲେ ମରିଯିବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

Crescens went ... and Titus went

ଏହି ଦୁଇ ଜଣ ପାଉଲଙ୍କୁ ପରିତ୍ୟାଗ କରି ଚାଲିଯାଇଥିଲେ, କିନ୍ତୁ ପାଉଲ ସେମାନେ ମଧ୍ୟ ଦୀମାଙ୍କ ସଦୃଶ “ଏହି ଜଗତକୁ ପ୍ରେମ” କରୁଥିଲେ ବୋଲି କହୁନାହାନ୍ତି I

Dalmatia

ଏହା ଗୋଟିଏ ସ୍ଥଳଭାଗର ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

2 Timothy 4:11

he is useful to me in the work

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସେ ମୋତେ ସେବାକାର୍ଯ୍ୟରେ ସାହାଯ୍ୟ କରିପାରିବ” କିମ୍ବା ୨) ମୋହର ସେବା କରି ସେ ମୋତେ ସାହାଯ୍ୟ କରିପାରିବ”

2 Timothy 4:13

cloak

ବସ୍ତ୍ର ଉପରେ ପରିଧାନ କରାଯାଉଥିବା ଗୋଟିଏ ଓଜନିଆ ପୋଷାକ

Carpus

ଏହା ଜଣେ ପୁରୁଷ ଲୋକର ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

the books

ଏହା ନଳାକାର ପୁସ୍ତକକୁ ବୁଝାଏ I ଗୋଟିଏ ନଳାକାର ପୁସ୍ତକ ହେଉଛି ପେପିରସ କିମ୍ବା ଚମଡାର ଗୋଟିଏ ଲମ୍ବା ଫର୍ଦ୍ଦରୁ ନିର୍ମିତ ଏକ ପ୍ରକାର ପୁସ୍ତକ I ନଳାକାର ପୁସ୍ତକରେ ଲେଖିଲା ପରେ କିମ୍ବା ଏହା ପଢିଲା ପରେ, ଏହାର ଦୁଇ ଧାରରେ ବାଡିଦେଇ ଲୋକମାନେ ଏହାକୁ ଗୁଡାଇ ଦେଉଥିଲେ I

especially the parchments

ଏହା ଏକ ପ୍ରକାର ନିର୍ଦ୍ଦିଷ୍ଟ ନଳାକାର ପୁସ୍ତକକୁ ବୁଝାଇପାରେ I ବିକଳ୍ପ ଅନୁବାଦ: “ବିଶେଷକରି ପଶୁ ଚମଡାରୁ ନିର୍ମିତ ହୋଇଥିବା ପୁସ୍ତକ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-explicit)

2 Timothy 4:14

Alexander the coppersmith displayed

କଂସାରି ଆଲେକଜାଣ୍ଡର ପ୍ରଦର୍ଶନ କଲେ

Alexander

ଏହା ଜଣେ ପୁରୁଷ ଲୋକର ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

displayed many evil deeds against me

ପାଉଲ ମନ୍ଦ କାର୍ଯ୍ୟ କରୁଥିବା ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ ବାହାରେ ପ୍ରଦର୍ଶୀତ ହେଉଛି I ବିକଳ୍ପ ଅନୁବାଦ: “ମୋହର ବହୁତ ଅନିଷ୍ଟ କରିଅଛି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

The Lord will repay him according to his deeds

ପାଉଲ ଦଣ୍ଡ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପାଉଣା I ବିକଳ୍ପ ଅନୁବାଦ: “ସେ କରିଥିବା କାର୍ଯ୍ୟ ଅନୁସାରେ ପ୍ରଭୁ ତାହାକୁ ଦଣ୍ଡ ଦେବେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

him ... his

ଆଲେକଜାଣ୍ଡର

2 Timothy 4:15

him ... he

ଆଲେକଜାଣ୍ଡର

opposed our words

ଏଠାରେ “ବାକ୍ୟ’ ଗୋଟିଏ ସମ୍ବାଦ ବା ଶିକ୍ଷାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଶିକ୍ଷା ଦେଉଥିବା ସମ୍ବାଦର ବିରୋଧ କରୁଥିଲା” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

2 Timothy 4:16

At my first defense

ଯେତେବେଳେ ମୁଁ ପ୍ରଥମେ ବିଚାରାଳୟରେ ଉପସ୍ଥିତ ହୋଇ ମୋହର କାର୍ଯ୍ୟର ବର୍ଣ୍ଣନା କରୁଥିଲି

no one stood with me

କେହି ମୋ ସହିତ ରହିଲେ ନାହିଁ କି ମତେ ସାହାଯ୍ୟ କଲେ ନାହିଁ

May it not be counted against them

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଏହା ସେମାନଙ୍କ ବିରୁଦ୍ଧରେ ଗଣନା ନ କରନ୍ତୁ” କିମ୍ବା “ମୁଁ ପ୍ରାର୍ଥନା କରୁଅଛି ଯେ ମୋତେ ପରିତ୍ୟାଗ କରିଥିବାରୁ ଈଶ୍ବର ସେହି ବିଶ୍ବାସୀମାନଙ୍କୁ ଦଣ୍ଡ ନ ଦିଅନ୍ତୁ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

2 Timothy 4:17

the Lord stood by me

ପାଉଲ କହୁଛନ୍ତି ଯେ ସତେ ଯେପରି ପ୍ରଭୁ ତାହାଙ୍କ ସାଙ୍ଗରେ ଶାରୀରିକ ଭାବରେ ଛିଡା ହୋଇଥିଲେ I ବିକଳ୍ପ ଅନୁବାଦ: “ପ୍ରଭୁ ମୋହର ସାହାଯ୍ୟ କଲେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

so that, through me, the message might be fully proclaimed

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦ୍ଦ୍ବାରା ମୁଁ ଈଶ୍ବରଙ୍କ ବାକ୍ୟର ସବୁ କିଛି କହିବାକୁ ସକ୍ଷମ ହେଲି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-activepassive)

I was rescued out of the lion's mouth

ବିପଦ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେ ଗୋଟିଏ ସିଂହ ମୁଖରେ ପଡ଼ିବାର ବିପଦରେ ଥିଲେ I ଏହି ବିପଦ ଶାରୀରିକ, ଆତ୍ମିକ ବା ଉଭୟ ହୋଇପାରେ I ବିକଳ୍ପ ଅନୁବାଦ: “ମୁଁ ମହାବିପଦରୁ ରକ୍ଷା ପାଇଲି” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 Timothy 4:19

house of Onesiphorus

ଏଠାରେ “ପରିବାର” ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଅନୀସିଫରଙ୍କ ପରିବାର” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

Onesiphorus

ଏହା ଜଣେ ପୁରୁଷ ଲୋକର ନାମ I ଏହି ନାମକୁ ତୁମେ ୨ ତୀମଥି ୧:୧୬ରେ କିପରି ଅନୁବାଦ କରିଛ ତାହା ଦେଖ I

2 Timothy 4:20

Erastus ... Trophimus

ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

Miletus

ଏହା ଏଫିସର ଦକ୍ଷିଣ ଦିଗରେ ଥିବା ଗୋଟିଏ ନଗରର ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

2 Timothy 4:21

Eubulus ... Pudens, Linus

ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

Do your best to come

ତୁମ୍ଭେ ଆସିବାକୁ ଯତ୍ନ କର

before winter

ଶୀତ କାଳ ପୂର୍ବରୁ

greets you, also Pudens, Linus, Claudia, and all the brothers

ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭକୁ ନମସ୍କାର ଜଣାଉଛନ୍ତି I ଇଉବୁଲ,ପୁଦେନ୍ସ୍, ଲିନ ଓ କ୍ଲୌଦିୟା ଓ ସମସ୍ତ ଭାଇମାନେ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି”

Claudia

ଏହା ଜଣେ ସ୍ତ୍ରୀ ଲୋକର ନାମ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

all the brothers

ଏଠାରେ “ଭାଇମାନେ”ର ଅର୍ଥ ପୁରୁଷ ହେଉ କି ସ୍ତ୍ରୀ ହେଉ, ସମସ୍ତ ବିଶ୍ବାସୀମାନେ I ବିକଳ୍ପ ଅନୁବାଦ: “ଏଠାରେ ଥିବା ସମସ୍ତ ବିଶ୍ବାସୀମାନେ” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-gendernotations)

2 Timothy 4:22

May the Lord be with your spirit

ମୁଁ ପ୍ରାର୍ଥନା କରୁଅଛି ଯେ ପ୍ରଭୁ ତୁମ୍ଭର ଆତ୍ମାକୁ ବଳବାନ୍ କରନ୍ତୁ I ଏଠାରେ “ତୁମ୍ଭ” ଶବ୍ଦଟି ଏକବଚନ ଓ ତୀମଥିଙ୍କୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-you)

May grace be with you

ମୁଁ ପ୍ରାର୍ଥନା କରୁଅଛି ଯେ ସେଠାରେ ଥିବା ସମସ୍ତଙ୍କୁ ପ୍ରଭୁ ଆପଣା ଅନୁଗ୍ରହ ପ୍ରଦାନ କରନ୍ତୁ I ଏଠାରେ “ତୁମ୍ଭମାନଙ୍କ” ଶବ୍ଦ ବହୁବଚନ ଓ ତୀମଥିଙ୍କ ସହିତ ଥିବା ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#figs-you)